c11
ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ୍ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠିଙ୍କ ଏକ୍ସ-ବୟଫ୍ରେଣ୍ଡ ବା ପୂର୍ବ ପ୍ରେମିକ କୁହାଯାଉଥିବା ସରଦ୍ ମଲହୋତ୍ରା ଶେଷରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ୨୦ ଏପ୍ରିଲ୍ରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି।
ସରଦ୍ ଦିଲ୍ଲୀର ବେଷ୍ଟ ଡିଜାଇନର୍ ରିପ୍କି ଭାଟିଆଙ୍କୁ ବିବାହ କରିବେ। ବିବାହ ପାଇଁ ଆୟୋଜନ ମଧ୍ୟ ବହୁ ଜୋର୍ସୋର୍ରେ ଆରମ୍ଭ ହୋଇଗଲାଣି। ୧୮ ଏପ୍ରିଲ୍ରୁ ଦୁହିଁଙ୍କର ବିବାହ ପରମ୍ପରା ଆରମ୍ଭ ହୋଇଯିବ। ମୁମ୍ବାଇରେ ପ୍ରାୟ ସବୁ ପରମ୍ପରା ସମ୍ପନ୍ନ ହେବା ସହ ୩ ମେ’ରେ କୋଲ୍କାତାରେ ରିସେପ୍ସନ୍ ହେବ ବୋଲି କୁହାଯାଉଛି।
https://www.instagram.com/p/BwKB3ZoF5w0/?utm_source=ig_web_copy_link
ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଛୁ ଯେ, ପୂର୍ବରୁ ଦିବ୍ୟାଙ୍କା ତ୍ରିପାଠିଙ୍କ ସହ ସରଦ୍ଙ୍କ ଲଭ୍ ରିଲେସନସିପ୍ ବହୁ ଚର୍ଚ୍ଚାରେ ରହିଥିଲା। ଦୁହେଁ ଦୁଇ ଜଣଙ୍କୁ ଅନେକ ଦିନରୁ ଡେଟ୍ କରୁଥିଲେ। ତିନି ବର୍ଷ ପୂର୍ବରୁ ଦିବ୍ୟାଙ୍କା ଅଭିନେତା ବିବେକ ଦାହିୟାଙ୍କୁ ବିବାହ କରିଥିଲେ। ଏବେ ସରଦ୍ ମଧ୍ୟ ତାଙ୍କ ଜୀବନରେ ଆଗକୁ ବଢ଼ିବାକୁ ଯାଉଛନ୍ତି। ଦିବ୍ୟାଙ୍କା ଏବଂ ସରଦ୍ଙ୍କ ମଧ୍ୟରେ ୭ ବର୍ଷ ପର୍ଯ୍ୟନ୍ତ ଲଭ୍ ରିଲେସନ୍ ଥିଲା।
https://www.instagram.com/p/BusoPgbBfJu/?utm_source=ig_web_copy_link
ଦିବ୍ୟାଙ୍କା ୨୦୦୬ରେ ଟିଭି ସିରିଏଲ୍ “ବନୁ ମେଁ ତେରି ଦୁଲ୍ହନ୍”ରେ ଟେଲିଭିଜନ୍ ଦୁନିଆଁରେ ପ୍ରବେଶ କରିଥିଲେ। ଦିବ୍ୟାଙ୍କା ଏବଂ ସରଦ୍ଙ୍କ ମଧ୍ୟରେ ୨୦୦୬ରେ ବେକ୍ଅପ୍ ହୋଇଥିଲା। ତେବେ ଦୁଇ ଜଣଙ୍କର ବ୍ରେକ୍ଅପ୍ ପରେ ଦୁହେଁ ଦୁହିଁଙ୍କ ବିଷୟରେ ଖୋଲିକି କଥା ହେଉଥିଲେ। ଏତେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କେବେଦୁହେଁ ପରସ୍ପର ବିଷୟରେ ଖରାପ୍ କଥା କହିନାହାନ୍ତି। ଦିବ୍ୟାଙ୍କାଙ୍କ ସହ ତାଙ୍କର ବ୍ରେକ୍ଅପ୍ ପରେ ଅଭିନେତ୍ରୀ ପୂଜା ବିଷ୍ଟଙ୍କୁ ମଧ୍ୟ ସରଦ୍ ଡେଟ୍ କରୁଥିଲେ।
ଦିବ୍ୟାଙ୍କା ୨୦୧୬ରେ ଟିଭି ସିରିଏଲ୍ “ ୟେ ହୈ ମହୋବତେଁ”ର ଷ୍ଟାର ବିବେକ୍ ଭାଟିଆଙ୍କ ସହ ବିବାହ କରିଥିଲେ। ସୋଶାଲ୍ ମିଡିଆରେ ମଧ୍ୟ ବିବେକ୍ ଏବଂ ଦିବ୍ୟାଙ୍କଙ୍କ ଫଟୋ ଅନେକ ଥର ଦେଖିବାକୁ ମିଳିଛି। ଦୁହେଁ ଫଟୋରେ ବହୁତ ଖୁସି ଥିବା ମଧ୍ୟ ନଜର ଆସିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/04/c11.jpg)