Advertisment

ୱେବ୍‌ ସିରିଜ୍‌ରେ ରୋମାନ୍ସ କରିବେ ‘ଇସିତା’

ମୁମ୍ବାଇ: ‘ୟେ ହୈ ମହୋବତୈ’ ଫେମ୍‌ ଦିବ୍ୟଙ୍କା ତ୍ରିପାଠୀ ନିଜର ଅଭିନୟର ଯାଦୁରେ କୋଟି କୋଟି ଦର୍ଶକଙ୍କ ମନ କିଣିଛନ୍ତି। ଏବେ ସେ ପୁଣି ନିଜ ଜଲୱା ଦେଖେଇବା ପାଇଁ ଏକ ନୂଆ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଆଜ୍ଞା ହଁ, ସେ ଏବେ ପ୍ରଥମଥର ୱେବ୍ ସିରିଜ୍‌ରେ ଡେବ୍ୟୁ କରୁଛନ୍ତି। ତାଙ୍କୁ ଏହି ସୁଯୋଗ ଦେଉଛନ୍ତି ଏକ୍‌ତା କପୁର। ଖବର ଆସୁଛି ଦିବ୍ୟଙ୍କା ଅଭିନୟ କରୁଥିବା ବହୁ ଲୋକପ୍ରିୟ ଶୋ’ ‘ୟେ ହୈ ମହୋବତୈ’ ବହୁ […]

ୱେବ୍‌ ସିରିଜ୍‌ରେ ରୋମାନ୍ସ କରିବେ ‘ଇସିତା’

dib

Advertisment

ମୁମ୍ବାଇ: ‘ୟେ ହୈ ମହୋବତୈ’ ଫେମ୍‌ ଦିବ୍ୟଙ୍କା ତ୍ରିପାଠୀ ନିଜର ଅଭିନୟର ଯାଦୁରେ କୋଟି କୋଟି ଦର୍ଶକଙ୍କ ମନ କିଣିଛନ୍ତି। ଏବେ ସେ ପୁଣି ନିଜ ଜଲୱା ଦେଖେଇବା ପାଇଁ ଏକ ନୂଆ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଆଜ୍ଞା ହଁ, ସେ ଏବେ ପ୍ରଥମଥର ୱେବ୍ ସିରିଜ୍‌ରେ ଡେବ୍ୟୁ କରୁଛନ୍ତି। ତାଙ୍କୁ ଏହି ସୁଯୋଗ ଦେଉଛନ୍ତି ଏକ୍‌ତା କପୁର।

Advertisment

ଖବର ଆସୁଛି ଦିବ୍ୟଙ୍କା ଅଭିନୟ କରୁଥିବା ବହୁ ଲୋକପ୍ରିୟ ଶୋ’ ‘ୟେ ହୈ ମହୋବତୈ’ ବହୁ ଜଲ୍‌ଦି ବନ୍ଦ ହେବାକୁ ଯାଉଛି। ତା’ପରେ ଦିବ୍ୟଙ୍କା ଏକ୍‌ତା ଡିଜିଟାଲ୍‌ ପ୍ଲାଟ୍‌ ଫର୍ମ Alt balajiର ଏକ ନୂଆ ୱେବ୍‌ ସିରିଜ୍‌ ‘ସୈଫ୍‌’ରେ ନଜର ଆସିବେ। ଏହି ସିରିଜ୍‌ରେ ଦିବ୍ୟଙ୍କା ଅଭିନେତା ରାଜୀବ ଖଣ୍ଡେଲୱାଲାଙ୍କ ସହ ରୋମାନ୍ସ କରିବେ।

ରିପୋର୍ଟ ମୁତାବକ ରାଜୀବ ଏହା ପୂର୍ବରୁ Alt balajiର ୱେବ୍‌ ସିରିଜ୍‌ ‘ହକ୍‌’ରେ ନଜର ଆସିଥିଲେ।  ପୁଣିଥରେ ଏକତାଙ୍କ ସହ କାମ କରିବାକୁ ସେ ପ୍ରସ୍ତୁତ ହୋଇଗଲେଣି।

Advertisment

‘ସୈଫ୍‌’ର କାହାଣୀ ଏକ ଲଭ୍‌ ଷ୍ଟୋରୀ ଉପରେ ଆଧାରିତ। ଏହାର କାହାଣୀ କମେଡି ସହ ଇମୋସନାଲ୍‌ କରିଦେଲା ଭଳି।  ଏହି ସିରିଜ୍‌ ଚଳିତ ବର୍ଷ ଶେଷ ସୁଧା ଲଞ୍ଚ୍‌ ହେବ ବୋଲି ଆଶା କରାଯାଉଛି। ସିରିଜ୍‌କୁ ଲେଖିଛନ୍ତି ଜୟା ମିଶ୍ରା।

ଏହା ପୂର୍ବରୁ ଏକ୍‌ତା କପୁର ଏକ ଟ୍ୱିଟ୍‌ କରି ‘ସୈଫ୍‌’ ବିଷୟରେ ଜଣାଇଥିଲେ। ସେ ଲେଖିଥିଲେ, ସିରିଜ୍‌ରେ ଦୁଇ ସୈଫ୍‌ଙ୍କ ଲଭ୍‌ ଷ୍ଟୋରୀ ଦେଖିବାକୁ ମିଳିବ।

ରାଜୀବ୍‌ଙ୍କୁ ଶେଷଥର ପାଇଁ ଜି ଟିଭି ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ’ ‘ଜଜ୍‌ବାଦ୍‌’ରେ ଦେଖିବାକୁ ମିଲିଥିଲା। ଏହି ଶୋ’କୁ ଖୁବ୍‌ ଲୋକପ୍ରିୟତା ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe