Advertisment

ଦୀପାବଳି ଆସିଲେ ମନେପଡେ ଭାରତୀୟ ସିନେମାର ଏଇ ସବୁ ଗୀତ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଆଲୋକର ପର୍ବ ଦୀପାବଳି। ବର୍ଷକେ ଥରେ ଏହି ପର୍ବକୁ ପାଳନ କରିବା ପାଇଁ ସମସ୍ତଙ୍କ ମନରେ ଆନନ୍ଦ ଏବଂ ଉଲ୍ଲାସ ଭରି ରହିଥାଏ। ଏହି ଦିନର ସ୍ୱତନ୍ତ୍ରତାକୁ ଆଖିରେ ରଖି ଭାରତୀୟ ସିନେମାରେ ଦୀପାବଳିର ଥିମ୍‌ ଅନେକଥର ସାମିଲ୍‌ ହୋଇଛି। ଆଜିବି ଦୀପାବଳି ଆସିଲେ ମନେପଡେ ସେଇ କାଳଜୟୀ ଗୀତସବୁ।  ଆସନ୍ତୁ ଆଲୋଚନା କରିବା ସେମିତି କିଛି ଗୀତ ବାବଦରେ। ‘ଆଇହେ ଦିୱାଲି ସୁନୋଜୀ ଘରୱାଲି’: ଆମ୍‌ଦାନି ଅଠନ୍ନି, ଖରଚା ରୂପୟା ଫିଲ୍ମରେ ଏହି ଗୀତ […]

ଅଦ୍ୟତନ ହୋଇଛି
ଦୀପାବଳି ଆସିଲେ ମନେପଡେ ଭାରତୀୟ ସିନେମାର ଏଇ ସବୁ ଗୀତ

fil

Advertisment

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଆଲୋକର ପର୍ବ ଦୀପାବଳି। ବର୍ଷକେ ଥରେ ଏହି ପର୍ବକୁ ପାଳନ କରିବା ପାଇଁ ସମସ୍ତଙ୍କ ମନରେ ଆନନ୍ଦ ଏବଂ ଉଲ୍ଲାସ ଭରି ରହିଥାଏ। ଏହି ଦିନର ସ୍ୱତନ୍ତ୍ରତାକୁ ଆଖିରେ ରଖି ଭାରତୀୟ ସିନେମାରେ ଦୀପାବଳିର ଥିମ୍‌ ଅନେକଥର ସାମିଲ୍‌ ହୋଇଛି। ଆଜିବି ଦୀପାବଳି ଆସିଲେ ମନେପଡେ ସେଇ କାଳଜୟୀ ଗୀତସବୁ।  ଆସନ୍ତୁ ଆଲୋଚନା କରିବା ସେମିତି କିଛି ଗୀତ ବାବଦରେ।

Advertisment

‘ଆଇହେ ଦିୱାଲି ସୁନୋଜୀ ଘରୱାଲି’: ଆମ୍‌ଦାନି ଅଠନ୍ନି, ଖରଚା ରୂପୟା ଫିଲ୍ମରେ ଏହି ଗୀତ ଦୀପାବଳିର ମାହୋଲକୁ ଆହୁରି ରୋମାଞ୍ଚ କରିଦିଏ। ଏହି ଫିଲ୍ମରେ ଗୋବିନ୍ଦା, ଜୁହି ଚାୱଲା, ଜନି ଲିବର୍‌, ତବ୍ବୁ ପ୍ରମୁଖ ଅଭିନୟ କରିଥିଲେ।

‘ଦିପ୍‌ ଦିୱାଲି କେ ଝୁଠେ’: ୧୯୭୩ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜୁଗ୍‌ନୁ’ର ଗୀତ ‘ଦିପ୍‌ ଦିୱାଲି କେ ଝୁଠେ’ । ଧର୍ମେନ୍ଦ୍ର ଏବଂ ହେମା ମାଳିନିଙ୍କ ଅଭିନୀତ ଏହି ଫିଲ୍ମଟିରେ ଧର୍ମେନ୍ଦ୍ରଙ୍କୁ ଏହି ଗୀତରେ ପିଲାମାନଙ୍କ ସହ ନାଚିବାର ଦେଖାଯାଇଥିଲା।

Advertisment

ହାପି ଦିୱାଲି: ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ହୋମ୍‌ ଡେଲିଭରି-ଆପ୍‌କୋ..ଘରତକ୍‌’ ଫିଲ୍ମର ‘ହାପି ଦିୱାଲି’ ଗୀତ ମଧ୍ୟ ଦୀପାବଳି ମାହୋଲ୍‌କୁ ତାଜା କରିଦିଏ। ଏହି ଗୀତରେ ମଧ୍ୟ କିଛି ଛୋଟ ପିଲା ଅଭିନୟ କରିଥିଲେ ଆଉ ଗାଇଥିଲେ ମଧ୍ୟ।

କେସେ ଦିୱାଲି ମନାଏ ଲାଲା: ୧୯୫୯ ମସିହାରେ ରିଲିଜ୍‌ ହୋଇଥିବା ‘ପୈଗାମ୍‌’ ଫିଲ୍ମର ଏହି ଗୀତ ନିଆରା ଆନନ୍ଦ ଭରିଦିଏ।  ଏହି ଫିଲ୍ମରେ ସରୋଜା ଦେବୀ ଆଉ ଦିଲ୍ଲୀପ କୁମାରଙ୍କ ଅଭିନୟ ବେଶ୍‌ ଚିତ୍ତାକର୍ଷକ ଥିଲା।

ମିଲେ ହେ ଚିରାଙ୍ଗୋ କେ ରଙ୍ଗିନି ଦିୱାଲି ହୈ: ୧୯୬୧ ମସିହାରେ  ରିଲିଜ୍‌ ହୋଇଥିବା ‘ନଜରାନା’ ଫିଲ୍ମର ଏହି ଗୀତ ମଧ୍ୟ ଦିପାବଳୀ ମହୋଲକୁ ମଧୁର କରିଦିଏ। ଫିଲ୍ମରେ ଶ୍ରୀଦେବୀ ଓ ରାଜେଶ୍‌ ଖନ୍ନା ଅଭିନୟ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe