ଓଡ଼ିଶୀ ଡ୍ୟାନ୍ସ କରି ଟ୍ରଲ୍‌ ହେଲେ ଟେଲି ଅଭିନେତ୍ରୀ ଦୀପିକା

ମୁମ୍ବାଇ: ଅଭିନୟରେ ନିଜ ସ୍ୱତନ୍ତ୍ର ଛାପ ଛାଡି ଯାଇଥିବା ଟେଲିଭିଜନ୍‌ ଅଭିନେତ୍ରୀ ଦୀପିକା ସିଂ ନିକଟରେ ସୋଶାଲ୍‌ ମିଡିଆରେ ଏକ ଡ୍ୟାନ୍ସ ଭିଡିଓ ଶେଆର୍‌ କରିଥିଲେ। ସେହି ଭିଡିଓକୁ ନେଇ ଏବେ ତାଙ୍କୁ ଟ୍ରଲ୍‌ର ସାମ୍ନା ହେବାକୁ ପଡ଼ୁଛି। ଅଭିନେତ୍ରୀ ଦୀପିକା ମଧ୍ୟ ଟ୍ରଲ୍‌ କରିଥିବା ସୋଶାଲ୍‌ ମିଡିଆ ୟୁଜର୍‌ଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି। ଭିଡିଓରେ ଦୀପିକା ଓଡ଼ିଶୀ ଡ୍ୟାନ୍ସ କରୁଛନ୍ତି। ସେ ଲାଲ୍‌ ଏବଂ ନୀଳ ରଙ୍ଗର କଷ୍ଟ୍ୟୁମ୍‌ ପିନ୍ଧିଛନ୍ତି। ଦୀପିକା ଜଣେ ଓଡ଼ିଶୀ ଡ୍ୟାନ୍ସର। […]

d2`1

d2`1

Rosalin Rath
  • Published: Saturday, 08 June 2019
  • Updated: 08 June 2019, 11:49 AM IST

Sports

Latest News

ମୁମ୍ବାଇ: ଅଭିନୟରେ ନିଜ ସ୍ୱତନ୍ତ୍ର ଛାପ ଛାଡି ଯାଇଥିବା ଟେଲିଭିଜନ୍‌ ଅଭିନେତ୍ରୀ ଦୀପିକା ସିଂ ନିକଟରେ ସୋଶାଲ୍‌ ମିଡିଆରେ ଏକ ଡ୍ୟାନ୍ସ ଭିଡିଓ ଶେଆର୍‌ କରିଥିଲେ। ସେହି ଭିଡିଓକୁ ନେଇ ଏବେ ତାଙ୍କୁ ଟ୍ରଲ୍‌ର ସାମ୍ନା ହେବାକୁ ପଡ଼ୁଛି। ଅଭିନେତ୍ରୀ ଦୀପିକା ମଧ୍ୟ ଟ୍ରଲ୍‌ କରିଥିବା ସୋଶାଲ୍‌ ମିଡିଆ ୟୁଜର୍‌ଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି। ଭିଡିଓରେ ଦୀପିକା ଓଡ଼ିଶୀ ଡ୍ୟାନ୍ସ କରୁଛନ୍ତି। ସେ ଲାଲ୍‌ ଏବଂ ନୀଳ ରଙ୍ଗର କଷ୍ଟ୍ୟୁମ୍‌ ପିନ୍ଧିଛନ୍ତି।

ଦୀପିକା ଜଣେ ଓଡ଼ିଶୀ ଡ୍ୟାନ୍ସର। ବିଗତ ପାଞ୍ଚ ବର୍ଷରୁ ସେ ଓଡ଼ିଶୀ ଡ୍ୟାନ୍ସ ଅଭ୍ୟାସ କରୁଛନ୍ତି। ସେ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ‘ଆଧ୍ୟାତ୍ମିକ ଶୁଭ ସକାଳ। ମୋ ସକାଳ ବହୁତ ସୁନ୍ଦର ହୋଇଛି, କାରଣ ମୁଁ କବଚ ମହା ଶିବରାତ୍ର ସୁଟିଂ ବେଳେ କିଛି ସମୟ ବାହାର କରି ଓଡ଼ିଶୀ ଡ୍ୟାନ୍ସ ଅଭ୍ୟାସ କରିଥିଲି’।

https://www.instagram.com/p/ByW2RXiALK7/?utm_source=ig_web_copy_link

କିଛି ୟୁଜର୍‌ ଏହି ଡ୍ୟାନ୍ସକୁ ପସନ୍ଦ କରିଥିବା ବେଳେ ଆଉ କିଛି ୟୁଜର୍‌ଙ୍କୁ ଏହା ପସନ୍ଦ ଆସିନାହିଁ। ଜଣେ ୟୁଜର୍‌ ଲେଖିଛନ୍ତି, ‘ବହୁତ୍‌ ଭୟାନକ ଡ୍ୟାନ୍ସ କରୁଛନ୍ତି। ୧୫ ବର୍ଷ ପର୍ଯ୍ୟନ୍ତ ଓଡ଼ିଶୀର ବେସିକ୍‌ ଜିନିଷ ଶିଖନ୍ତୁ। ଏହା ପରେ ଡ୍ୟାନ୍ସ କରିବାକୁ ଚେଷ୍ଟା କରନ୍ତୁ। ଆଉ ଜଣେ ୟୁଜର୍‌ ଲେଖିଛନ୍ତି ଯେ, ଦୟାକରି ଆପଣ ଏହି ମହାନ କଳାର ଅପମାନ କରନ୍ତୁ ନାହିଁ’।

ଦୀପିକା ଏହାର ଉତ୍ତର ଦେଇ ଲେଖିଛନ୍ତି ଯେ, ଆପଣଙ୍କର ବହୁମୁଲ୍ୟ ରିଆକ୍ସନ୍‌ ପାଇଁ ଅଭିନନ୍ଦନ। କିନ୍ତୁ ମୁଁ ବିଗତ ପାଞ୍ଚ ବର୍ଷ ଧରି ଓଡ଼ିଶୀ ନୃତ୍ୟ କଳାର ଆସ୍ଥାନ ଏବଂ ପୂଜ କରି ଆସୁଛି।  ଅଭ୍ୟାସ ମନୂଷ୍ୟକୁ ସମ୍ପୂର୍ଣ୍ଣ କରେ। ଏଥିପାଇଁ ମୁଁ ଭିଡିଓ ପୋଷ୍ଟ କରାବେଳେ ଲେଖିଥିଲି ଯେ, ଏହା ଅଭ୍ୟାସ ଭିଡିଓ। ଆଶା କରୁଛି ଯେ, ଆପଣଙ୍କ ଦିନ ଶୁଭ ହେଉ।

https://www.instagram.com/p/ByXyq1xBXKY/?utm_source=ig_web_copy_link

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ,  ଦୀପିକା ଟେଲିଭିଜନ୍‌ର ଲୋକପ୍ରିୟ ସିରିଏଲ୍‌ ‘ଦିଆ ଔର୍‌ ବାତି ହମ୍‌’ରୁ ବହୁତ ଲୋକପ୍ରିୟ ହୋଇପାରିଥିଲେ। ସିରିଏଲ୍‌ରେ ଲୋକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ। ଏବେ ସେ ଏକ୍‌ତା କପୁର୍‌ଙ୍କ ସିରିଏଲ୍‌ ‘କବଚ୍‌-୨’ରେ ଅଭିନୟ କରିବାର ଦେଖାଯାଉଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos