Advertisment

ସୋନାଙ୍କ ଉପରେ ନିର୍ମାଣ ହେଲା ଡକ୍ୟୁମେଣ୍ଟାରୀ ‘ସଟଅପ୍‌ ସୋନା’

ନୂଆଦିଲ୍ଲୀ: ବିବାଦର ଅନ୍ୟ ନାମ ସୋନା ମହାପାତ୍ର। ଆଉ ଏବେ ତାଙ୍କୁ ନେଇ ନିର୍ମାଣ ହୋଇଛି ଡକ୍ୟୁମେଣ୍ଟାରୀ ‘ସଟ୍‌ଅପ୍‌ ସୋନା’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଦୀପ୍ତି ଗୁପ୍ତା। ଓଡ଼ିଶା ମାଟିରୁ ଯାଇ ବଲିଉଡ୍‌ରେ ଜଣେ ସଫଳ ଗାୟିକା ହୋଇପାରିଛନ୍ତି ସୋନା। ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଅତୀତରେ ସମସ୍ତଙ୍କ ପାଖରେ ଅପ୍ରିୟ ହୋଇପଡ଼ିଥିବା ସୋନାଙ୍କର ସମସ୍ତ ବିବାଦୀୟ ଘଟଣାକୁ ଏହି ଡକ୍ୟୁମେଣ୍ଟାରୀରେ ସ୍ଥାନ ଦିଆଯାଇଛି। ଯେପରି ‘ଆହେ ନୀଳ ଶୈଳ’ ଗୀତକୁ ଅପଭ୍ରଂଶ କରି ଗାଇବା। ଏହି […]

ଅଦ୍ୟତନ ହୋଇଛି
ସୋନାଙ୍କ ଉପରେ ନିର୍ମାଣ ହେଲା ଡକ୍ୟୁମେଣ୍ଟାରୀ ‘ସଟଅପ୍‌ ସୋନା’

sona

Advertisment

ନୂଆଦିଲ୍ଲୀ: ବିବାଦର ଅନ୍ୟ ନାମ ସୋନା ମହାପାତ୍ର। ଆଉ ଏବେ ତାଙ୍କୁ ନେଇ ନିର୍ମାଣ ହୋଇଛି ଡକ୍ୟୁମେଣ୍ଟାରୀ ‘ସଟ୍‌ଅପ୍‌ ସୋନା’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଦୀପ୍ତି ଗୁପ୍ତା।

Advertisment

ଓଡ଼ିଶା ମାଟିରୁ ଯାଇ ବଲିଉଡ୍‌ରେ ଜଣେ ସଫଳ ଗାୟିକା ହୋଇପାରିଛନ୍ତି ସୋନା। ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଅତୀତରେ ସମସ୍ତଙ୍କ ପାଖରେ ଅପ୍ରିୟ ହୋଇପଡ଼ିଥିବା ସୋନାଙ୍କର ସମସ୍ତ ବିବାଦୀୟ ଘଟଣାକୁ ଏହି ଡକ୍ୟୁମେଣ୍ଟାରୀରେ ସ୍ଥାନ ଦିଆଯାଇଛି। ଯେପରି ‘ଆହେ ନୀଳ ଶୈଳ’ ଗୀତକୁ ଅପଭ୍ରଂଶ କରି ଗାଇବା। ଏହି ଗୀତ ଗାଇବା ପରେ ସୋନା ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। କେବଳ ଏହି ଗୋଟିଏ ନୁହେଁ, ‘ମି ଠୁ’ ଅଭିଯାନରେ ସାମିଲ ହୋଇ ସେ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଲଗାଇଥିଲେ। ଯେଉଁ ଅଭିଯୋଗ ପରେ ତାଙ୍କୁ ଇଣ୍ଡିଆନ ଆଇଡଲ୍ ଶୋ’ର ବିଚାରପତି ଆସନ ଛାଡ଼ିବାକୁ ପଡ଼ିଥିଲା। ସେହିପରି ନିକଟରେ ‘ମି ଠୁ’ ଅଭିଯାନକୁ ନେଇ ସେ ସଚ୍ଚିନ ତେନ୍ଦୁଲକରଙ୍କୁ ମଧ୍ୟ କଟାକ୍ଷ କରିବାକୁ ପଛାଇନାହାନ୍ତି।

ଏପରିକି ୨୦୧୬ ମସିହାରେ ‘ସୁଲତାନ’ ଫିଲ୍ମର ଶୁଟିଂ ସମୟରେ ସଲମାନ୍ ଖାନ୍‌ ଦେଇଥିବା ଅଭଦ୍ର କମେଣ୍ଟକୁ ବିରୋଧ କରିଥିଲେ ସୋନା। ଯାହା ପରେ ତାଙ୍କୁ ମିଳିଥିଲା ଜୀବନରୁ ମାରିଦେବାର ଧମକ। ଏହି ଘଟଣା ପରେ ସେ ସଲମାନ୍‌ ଖାନଙ୍କର ମଧ୍ୟ ଶତ୍ରୁ ପାଲଟି ଯାଇଥିଲେ।

Advertisment

ଏହି ସମସ୍ତ ଘଟଣାକୁ ନେଇ ନିର୍ମାଣ ହୋଇଥିବା ‘ସଟ୍‌ଅପ୍‌ ସୋନା’ ଡକ୍ୟୁମେଣ୍ଟାରୀର ପ୍ରିମିୟର୍‌ ଶୋ’କୁ ମୁମ୍ୱାଇ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶନ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe