Advertisment

ଆରପାରିକୁ ଚାଲିଗଲେ ଦୁଇ ଅଭିନେତ୍ରୀ ଭଉଣୀ, ଏକସଙ୍ଗେ ଜଳିବ ଜୁଇ

ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିବା ‘ଝନକ’ ଫେମ୍‌ ଅଭିନେତ୍ରୀ ଡଲି ସୋହି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା।

author-image
Niharika Rout
dolly & amandeep-sohi

dolly & amandeep-sohi

ପୁଣି ଥରେ ଟେଲିଭିଜନ ଜଗତରୁ ଆସିଛି ଦୁଃଖଦ ଖବର । ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିବା ‘ଝନକ’ ଫେମ୍‌ ଅଭିନେତ୍ରୀ ଡଲି ସୋହି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା। ଡଲି ସୋହିଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ତାଙ୍କ ଭଉଣୀ ତଥା ଅଭିନେତ୍ରୀ ଅମରଦୀପ ବି ଦୁନିଆକୁ ଅଲବିଦା କହିଛନ୍ତି। କିଛି ସମୟ ବ୍ୟବଧାନରେ ଦୁଇ ଝିଅଙ୍କୁ ହରାଇ ପରିବାର ସଦସ୍ୟ ଭାଙ୍ଗି ପଡ଼ିଛନ୍ତି।

Advertisment

ଛୋଟ ପରଦାରେ ଦମଦାର ଅଭିନୟ ପାଇଁ ଦୁଇ ଭଉଣୀ ଖୁବ୍‌ ପପୁଲାର ଥିଲେ। ମାତ୍ର ସହି ପାରିଲାନି ଦଇବ । ଅମରଦୀପ ପିଲା ବେଳୁ ପୋଲିଓରେ ଆକ୍ରାନ୍ତ ହୋଇଥିବା ବେଳେ ମାସେ ହେବ ଜଣ୍ଡିସ୍‌ରେ ପୀଡ଼ିତ ଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ କିଛି ଦିନ ହେବ ତାଙ୍କୁ ମୁମ୍ବାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେହିପରି ଗତ ବର୍ଷ କ୍ୟାନସରରେ ଲଢ଼ୁଥିବା ଡଲିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲେ ବି ହଠାତ୍‌ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ବି ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment

ଡାକ୍ତରଙ୍କ ସବୁ ପ୍ରକାର ପ୍ରଚେଷ୍ଟା ସତ୍ତ୍ୱେ ଗତ ରାତିରେ ଅମନଦୀପ ଓ ଆଜି ସକାଳେ ଆଖି ବୁଜିଛନ୍ତି ଡଲି। ଉଭୟଙ୍କ ମୃତ୍ୟୁ ପରିବାରକୁ ଶକ୍ତ ଧକ୍କା ଦେଇଛି। ଆଜି ଅପରାହ୍ନରେ ଉଭୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଡଲିଙ୍କ ଭାଇ କହିଛନ୍ତି ।

ଡଲି ସୋହି କମାଲ, ଭାବି, ତୁଝ ସଙ୍ଗ ପ୍ରୀତ ଲଗାଇ ସଜନା, ହିଟଲର ଦିଦି, ଦେବୋଁ କି ଦେବ ମହାଦେବ ଆଦି ପପୁଲାର ଶୋ’ରେ ଅଭିନୟ କରିଛନ୍ତି । ଏହାପରେ ସେ ‘ଝନକ’ ସିରିଏଲରେ କାମ କରୁଥିବା ବେଳେ କ୍ୟାନସର ଚିକିତ୍ସା ପାଇଁ ଏହି ଶୋ’ରୁ ଅବ୍ୟାହତି ନେଇଥିଲେ।

ସେହିପରି ଅମନଦୀପ ବି ‘ବତମିତ ଦିଲ୍‌’ ସିରିଏଲରେ ନିଖୁଣ ଅଭିନୟ କରି ଫ୍ୟାନ୍ସଙ୍କ ହୃଦୟରେ ଘର କରିଛନ୍ତି।

ଡଲି କାନାଡାସ୍ଥିତ ଜଣେ ଏନଆରଆଇଙ୍କୁ ବିବାହ କରିଥିଲେ ବି ଏହା ବେଶି ଦିନ ତିଷ୍ଠି ପାରି ନ ଥିଲା। ସନ୍ତାନ ଜନ୍ମ ପରେ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ଡଲି ଭାରତ ଫେରି ଆସିଥିଲେ।

ଦୁଇ ଭଉଣୀ ଅଭିନୟ ଜଗତରେ ବେଶ୍‌ ପପୁଲାର ଥିବା ବେଳେ ପରସ୍ପରର ଭଲ ବନ୍ଧୁ ବି ଥିଲେ। କଠିନ ସମୟରେ ବି ଉଭୟ ପରସ୍ପରର ସାହାରା ପାଲଟିଥିଲେ। ଶେଷରେ ଭଗବାନ ଏକସଙ୍ଗେ ଉଭୟଙ୍କୁ ନେଇଯିବା ଘଟଣାକୁ ପରିବାର ଲୋକେ ବରଦାସ୍ତ କରି ପାରୁ ନାହାନ୍ତି। 

Mumbai Actress Dead TV