Advertisment

ପରକୀୟା ପ୍ରୀତିକୁ ପ୍ରୋତ୍ସାହିତ କରୁଛି କଲର୍ସର ଏହି ସିରିଏଲ୍‌

ମୁମ୍ବାଇ: ଘରେ ସ୍ତ୍ରୀ ହେଲେ ସ୍ତ୍ରୀର ସାଙ୍ଗକୁ ପ୍ରେମ କରୁଛନ୍ତି କୁଣାଲ। ପାର୍କରେ ଏକୁଟିଆ ପାଇ ଅନ୍ତରଙ୍ଗ ହେଉଛନ୍ତି। ଆଖିରେ ଆଖି ଆଉ ମନରେ ମନ ମିଶାଉଛନ୍ତି। କହିଲେ ଦେଖି ଏ କେମିତିକା କଥା। ଭାରତୀୟ ରକ୍ଷଣଶୀଳ ସମାଜରେ ଏଭଳି ପରକୀୟାକୁ କ’ଣ କେହି ସହଜରେ ଗ୍ରହଣ କରିପାରିବ? ଠିକ୍‌ ଏଇ ପ୍ରଶ୍ନରେ ଅଟକି ଯାଇଛନ୍ତି ଦର୍ଶକ। ସ୍ଥଳ ବିଶେଷରେ ଏଭଳି ସମ୍ପର୍କକୁ ଆଧାର କରି ଚଳଚ୍ଚିତ୍ର ଆଉ ସିରିଏଲ୍‌ ନିର୍ମାଣ କରାଯାଇଛି ଆଉ କରାଯାଉଛି। ହେଲେ […]

ଅଦ୍ୟତନ ହୋଇଛି
ପରକୀୟା ପ୍ରୀତିକୁ ପ୍ରୋତ୍ସାହିତ କରୁଛି କଲର୍ସର ଏହି ସିରିଏଲ୍‌

silsila

Advertisment

ମୁମ୍ବାଇ: ଘରେ ସ୍ତ୍ରୀ ହେଲେ ସ୍ତ୍ରୀର ସାଙ୍ଗକୁ ପ୍ରେମ କରୁଛନ୍ତି କୁଣାଲ। ପାର୍କରେ ଏକୁଟିଆ ପାଇ ଅନ୍ତରଙ୍ଗ ହେଉଛନ୍ତି। ଆଖିରେ ଆଖି ଆଉ ମନରେ ମନ ମିଶାଉଛନ୍ତି। କହିଲେ ଦେଖି ଏ କେମିତିକା କଥା। ଭାରତୀୟ ରକ୍ଷଣଶୀଳ ସମାଜରେ ଏଭଳି ପରକୀୟାକୁ କ’ଣ କେହି ସହଜରେ ଗ୍ରହଣ କରିପାରିବ?

Advertisment

ଠିକ୍‌ ଏଇ ପ୍ରଶ୍ନରେ ଅଟକି ଯାଇଛନ୍ତି ଦର୍ଶକ। ସ୍ଥଳ ବିଶେଷରେ ଏଭଳି ସମ୍ପର୍କକୁ ଆଧାର କରି ଚଳଚ୍ଚିତ୍ର ଆଉ ସିରିଏଲ୍‌ ନିର୍ମାଣ କରାଯାଇଛି ଆଉ କରାଯାଉଛି। ହେଲେ କଥାରେ ଅଛି ନା ସବୁ ଜିନିଷର କିଛି ନା କିଛି ସୀମା ଥାଏ। କିନ୍ତୁ ଏହି ସୀମା ଟପିବାକୁ ବସିଛି।

[caption id="attachment_275971" align="alignnone" width="888"]publive-image image credit- India Today[/caption]

Advertisment

ଆମେ କହୁଛୁ, କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ଶୋ’‘ସିଲ୍‌ସିଲା ବଦଲ୍‌ତି ରିସ୍ତୋ କା’ ଧାରାବାହିକର କଥା। ଯାହା ଏବେ ବିବାଦରେ ।ଏହି ଧାରାବାହିକ ଅଶ୍ଲିଳତାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଏଣୁ ଏହାକୁ ବନ୍ଦ କରିବାକୁ ଦାବି କରୁଛନ୍ତି ଦର୍ଶକ। ସୋଶାଲ୍‌ ମିଡିଆରେ ମଧ୍ୟଏହି ସିରିଏଲ୍‌କୁ ନେଇ ଖୁବ୍‌ ଟ୍ରଲ୍‌ କରାଯାଇଛି। ଲୋକଙ୍କ ଅଭିଯୋଗ ଏହି ଶୋ’ମାଧ୍ୟମରେ ଅଶ୍ଲିଳତା ଓ ଭୁଲ୍‌ କଥାକୁ ପ୍ରଦର୍ଶନ କରି ସମାଜକୁ ଏକ ଭୁଲ୍‌ ବାର୍ତ୍ତା ଦିଆଯାଉଛି।

ଶୋ’ର କାହାଣୀ ଆଉ ବିବାଦର ମଞ୍ଜି

ଏକ୍ସଟ୍ରା ମାରିଟାଲ୍‌ ଆଫେୟାର ଆଧାରରେ ଏହି ଶୋ ପ୍ରଦର୍ଶିତ ହେଉଛି। ଯେଉଁଥିପାଇଁ ଶୋ’ର  ମୁଖ୍ୟ ଚରିତ୍ର ନନ୍ଦିନୀ ଓ କୁଣାଲ୍‌ଦର୍ଶକଙ୍କ ଘୃଣାର ଶିକାର ହେଉଛନ୍ତି।  ଶୋ’ରେ ଏବେ ପର୍ଯ୍ୟନ୍ତ ରହିଥିବା କାହାଣୀକୁହେ, ନନ୍ଦିନୀ ନିଜ ସ୍ୱାମୀଙ୍କୁ ଛାଡ଼ି ନିଜ ବେଷ୍ଟଫ୍ରେଣ୍ଡ୍‌ ମୌଲୀଙ୍କ ସ୍ୱାମୀ କୁଣାଲ୍‌ ପାଖାପାଖି ହୋଇଛନ୍ତି। ମୌଲୀ ଓ ନନ୍ଦିନୀ ଦୁହେଁ ଖୁବ୍‌ ଭଲ ସାଙ୍ଗ ଓ କୁଣାଲ ବି ଜଣେ ଭଲ ମଣିଷ। ହେଲେ ବନ୍ଧୁତ୍ୱର ଫାଇଦା ଉଠାଇ ନନ୍ଦିନୀ ଆଉକୁଣାଲଙ୍କ ସମ୍ପର୍କ ପ୍ରେମର ରୂପ ନେଇଛି। ଆଉ ଦୁହେଁ ସବୁ ସୀମା ପାର କରିଛନ୍ତି।

ଏ ସବୁ ମୌଲୀକୁ ଅଜଣା ଥିଲା। ବାହାର ଲୋକ ଯାହା କହୁଥିଲେ ବି ନିଜ ସ୍ୱାମୀ ଓ ବନ୍ଧୁ ଉପରେ ଖୁବ୍‌ ଭରସା ରହିଛି ତାଙ୍କର। କିନ୍ତୁ ସମୟ କ୍ରମେ ସବୁ ସତ ତାଙ୍କ ଆଖି ସାମ୍ନାକୁ ଆସୁଛି। ତେବେ ମୌଲୀର ନିଷ୍ପତ୍ତି କ’ଣ ରହିବ ସେ କଥା ପରବର୍ତ୍ତୀ ଏପିସୋଡ୍‌ରେ ଜଣା ପଡ଼ିବ।

[caption id="attachment_275975" align="aligncenter" width="800"]tweet image credit-aajtak[/caption]

ୟୁଜରଙ୍କ ମତରେ  ଏହି ଶୋ’ ସମାଜ ଉପରେ ଏକ ଖରାପ୍ ପ୍ରଭାବ ପକାଉଛି। ତେଣୁ ଶୋ’କୁ ବନ୍ଦ କରିବା ଦରକାର । ଏହାପୂର୍ବରୁଆଉ ଏକ ଶୋ’ ‘ପହରେଦାର ପିୟାକି ’ ଧାରାବାହିକକୁ ଏହି କାରଣରୁ ବନ୍ଦ କରିଦିଆଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe