Advertisment

ଭାଇରାଲ ଭିଡିଓର ଜବାବ ରଖିଲେ କରଣ

ମୁମ୍ବାଇ: ବଢ଼ିଛି ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଅଡୁଆ। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡରେ ନିଶା କାରବାର ମାମଲା ତଦନ୍ତ କରୁଥିବା ଏନସିବି ଗୁରୁବାର କରଣଙ୍କୁ ସମନ ଜାରି କରିଥିଲା। ଏବେ କରଣ ଏହି ସମନର ଜବାବ ଦେଇଛନ୍ତି । ସେ ତାଙ୍କ ଓକିଲ ଏବଂ କିଛି ଷ୍ଟାଫଙ୍କ ଜରିଆରେ ଏନସିବି ଅଫିସରେ ନିଜ ପକ୍ଷ ରଖିଛନ୍ତି। ସୂଚନା ମୁତାବକ, ୨୦୧୯ରେ କରଣ ଜୋହରଙ୍କ ଘରେ କିଛି ବଲିଉଡ ଅଭିନେତାଙ୍କୁ ନେଇ […]

author-image
Madhupriya Mistry
ଭାଇରାଲ ଭିଡିଓର ଜବାବ ରଖିଲେ କରଣ

karan-johar

ମୁମ୍ବାଇ: ବଢ଼ିଛି ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଅଡୁଆ। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡରେ ନିଶା କାରବାର ମାମଲା ତଦନ୍ତ କରୁଥିବା ଏନସିବି ଗୁରୁବାର କରଣଙ୍କୁ ସମନ ଜାରି କରିଥିଲା। ଏବେ କରଣ ଏହି ସମନର ଜବାବ ଦେଇଛନ୍ତି । ସେ ତାଙ୍କ ଓକିଲ ଏବଂ କିଛି ଷ୍ଟାଫଙ୍କ ଜରିଆରେ ଏନସିବି ଅଫିସରେ ନିଜ ପକ୍ଷ ରଖିଛନ୍ତି।

Advertisment

ସୂଚନା ମୁତାବକ, ୨୦୧୯ରେ କରଣ ଜୋହରଙ୍କ ଘରେ କିଛି ବଲିଉଡ ଅଭିନେତାଙ୍କୁ ନେଇ ଏକ ପାର୍ଟିର ଆୟୋଜନ ହୋଇଥିଲା। ଏହି ପାର୍ଟିର ସବିଶେଷ ବିବରଣୀ ଏବଂ ତଥ୍ୟ ଜାଣିବା ପାଇଁ ଗୁରୁବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କରଣକୁ ସମନ କରିଥିଲା।  ଡିସେମ୍ବର ୧୮ ସୁଦ୍ଧା ନିଜ ପକ୍ଷ ରଖିବାକୁ ଏନସିବି କରଣଙ୍କୁ ସମୟ ଦଇଥିଲା। ଆଜି ଏହି ସମନର ଉତ୍ତର ଦେଇଛନ୍ତି କରଣ। ଏନସିବି ନିକଟରେ ବନ୍ଦ ଲଫାପାରେ ଏକ ଚିଠି ଓ ପେନଡ୍ରାଇଭ ଜମା କରିଛନ୍ତି। ତେବେ କରଣଙ୍କ ଜବାବ ପରେ ଏନସିବି କ’ଣ ଆକ୍ସନ ନେଉଛି ତାହା ଦେଖିବାକୁ ବାକି ରହିଲା।

ଗତ ବର୍ଷ ଜୁଲାଇ ମାସରେ କରଣ ଜୋହର ତାଙ୍କ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡର ବହୁ କାଳକାର ସାମିଲ ହୋଇଥିଲେ। ଏହି ଭିଡିଓଟିକୁ ନିଜେ କରଣ ସୋସିଆଲ ମିଡିଆରେ ସେଆର କରିଥିଲେ । ଭିଡିଓଟି ଭାଇରାଲ ହୋଇଥିବା ବେଳେ ପାର୍ଟିରେ ଯୋଗ ଦେଇଥିବା କଳାକାରମାନେ ନିଶା ସେବନ କରୁଥିବା ଅଭିଯୋଗ ହୋଇଥିଲା।

Advertisment

କରନଙ୍କ ପାର୍ଟିରେ ସାମିଲ କିଛି କଳାକାର ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଏନସିବି ଜେରାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି। ସେପଟେ କିଛି ଦିନ ପୂର୍ବରୁ ଏହି ଭିଡିଓ ସମ୍ପର୍କରେ ମତ ରଖି ନିଶା ସେବନ ଅଭିଯୋଗକୁ ଖଣ୍ଡନ କହିଥିଲେ କରଣ।

Karan Johar Bollywood Drug Case