Advertisment

ଏନ୍‌ସିବିରେ ହାଜର ହେଲେ ଅର୍ଜୁନ ରାମପାଲଙ୍କ ଭଉଣୀ

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ମାମଲରେ ଏନ୍‌ସିବିରେ ହାଜର ହେଲେ ଅଭିନେତା ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ ରାମପାଲ। ବଲିଉଡରେ ଡ୍ରଗ୍ସ କାରବାର ମାମଲାରେ ପୂର୍ବରୁ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପଚରାଉଚରା ପାଇଁ ସମନ ପଠାଇଥିଲା। ଏହାପର୍ବୂରୁ ମଧ୍ୟ ଏନ୍‌ସିବି ତାଙ୍କୁ ଦୁଇ ଥର ସମନ ପଠାଇଥିଲା, କିନ୍ତୁ ସେ ହାଜର ହୋଇନଥିଲେ। ସେ ତାଙ୍କ ଓକିଲଙ୍କ ମାଧ୍ୟମରେ ହାଜର ହୋଇପାରିବି ନାହିଁ ବୋଲି କହିଥିଲେ। ହେଲେ ଶେଷରେ ଆଜି ସେ ଏନ୍‌ସିବି ଅଫିସରେ ପହଞ୍ଚିଛନ୍ତି । […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଏନ୍‌ସିବିରେ ହାଜର ହେଲେ ଅର୍ଜୁନ ରାମପାଲଙ୍କ ଭଉଣୀ

Arjun

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ମାମଲରେ ଏନ୍‌ସିବିରେ ହାଜର ହେଲେ ଅଭିନେତା ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ ରାମପାଲ। ବଲିଉଡରେ ଡ୍ରଗ୍ସ କାରବାର ମାମଲାରେ ପୂର୍ବରୁ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପଚରାଉଚରା ପାଇଁ ସମନ ପଠାଇଥିଲା। ଏହାପର୍ବୂରୁ ମଧ୍ୟ ଏନ୍‌ସିବି ତାଙ୍କୁ ଦୁଇ ଥର ସମନ ପଠାଇଥିଲା, କିନ୍ତୁ ସେ ହାଜର ହୋଇନଥିଲେ। ସେ ତାଙ୍କ ଓକିଲଙ୍କ ମାଧ୍ୟମରେ ହାଜର ହୋଇପାରିବି ନାହିଁ ବୋଲି କହିଥିଲେ। ହେଲେ ଶେଷରେ ଆଜି ସେ ଏନ୍‌ସିବି ଅଫିସରେ ପହଞ୍ଚିଛନ୍ତି । ଏନ୍‌ସିବି ତାଙ୍କୁ ପଚରାଉଚରା ଜାରି ରଖିଛି। publive-image

Advertisment

ସୂଚନା ଯୋଗ୍ୟ ଯେ, ଏହାପୂର୍ବରୁ ତାଙ୍କ ଭାଇ ତଥା ଅଭିନେତା ଅର୍ଜୁନ ରାମପାଲଙ୍କୁ ମଧ୍ୟ ଏନ୍‌ସିବି ପଚରାଉଚରା କରିବା ପାଇଁ ଦୁଇ ଥର ଡକାଇ ସାରିଛି। ଅର୍ଜୁନଙ୍କ ସହ ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କୁ ମଧ୍ୟ ଡ୍ରଗ୍ସ ମାମଲରା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜେରା କରି ସାରିଛି।

ଗତ ନଭେମ୍ବର ମାସରେ ଏନ୍‌ସିବି ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ଘରେ ଚଢ଼ାଉ କରିଥିଲା। ସେଠାରୁ ଏନ୍‌ସିବି କିଛି ଆପତ୍ତିଜନକ ଔଷଧ ଜବତ କରିଥିଲା। ପରେ ବେଆଇନ ଜରିଆରେ ଅଭିନେତା ଅର୍ଜୁନ ରାମପାଲ ପ୍ରେସକିପସନର ତାରିଖ ବଦଳାଇ ସମ୍ପର୍କୀୟଙ୍କ ହାତରେ ଏହି ମେଡସିନ ମଗାଇଥିବା ଅଭିଯୋଗ ଉଠିଥିଲା।

Advertisment
Drugs Case