ମହିଳା କନଷ୍ଟେବଲ୍‌ଙ୍କୁ ଡ୍ୟୁଟି ପାଇଁ ଡାକି ‘ମର୍ଦ୍ଦାନୀ ୨’ ଦେଖିବାକୁ ପଠାଇଲେ ଡିଏସ୍‌ପି

ମୁମ୍ବାଇ: ଡ୍ୟୁଟି ପାଇଁ ଡାକି ଫିଲ୍ମ ଦେଖିବାକୁ ପଠାଇଲେ ଡିଏସ୍‌ପି।  ମହାରାଷ୍ଟ୍ରର ଥାନେ ଜିଲ୍ଲାର ଘଟିଥିବା ଏ ଘଟଣାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି। ଗତ ଗୁରୁବାର ଏଠାରେ ଶହେରୁ ଅଧିକ ମହିଳା କନଷ୍ଟେବଲ୍‌ଙ୍କୁ ଡିଏସ୍‌ପି ଶିବାଜୀ ରାଠେ ‘ତତ୍‌କାଳ’ ଡ୍ୟୁଟିରେ ଯୋଗ ଦେବାକୁ  ଡକାଇ ‘ମର୍ଦ୍ଦାନୀ ୨’ ଦେଖାଇବା ପାଇଁ ପଠାଇଥିଲେ। ଅତିରିକ୍ତ ଡିଏସ୍‌ପି ସଞ୍ଜୟ ପାଟିଲ୍‌ଙ୍କ ସୂଚନା ଅନୁଯାୟୀ, ଗୁରୁବାର ଦ୍ୱିପହରେ ୧୦୦ରୁ ଅଧିକ ମହିଳା କନଷ୍ଟେବଲ୍‌ ଡ୍ୟୁଟି ପାଇଁ ପହଞ୍ଚିବା ପରେ […]

rani

rani

Chinmayee Roy
  • Published: Sunday, 29 December 2019
  • Updated: 29 December 2019, 04:11 PM IST

Sports

Latest News

ମୁମ୍ବାଇ: ଡ୍ୟୁଟି ପାଇଁ ଡାକି ଫିଲ୍ମ ଦେଖିବାକୁ ପଠାଇଲେ ଡିଏସ୍‌ପି।  ମହାରାଷ୍ଟ୍ରର ଥାନେ ଜିଲ୍ଲାର ଘଟିଥିବା ଏ ଘଟଣାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି। ଗତ ଗୁରୁବାର ଏଠାରେ ଶହେରୁ ଅଧିକ ମହିଳା କନଷ୍ଟେବଲ୍‌ଙ୍କୁ ଡିଏସ୍‌ପି ଶିବାଜୀ ରାଠେ ‘ତତ୍‌କାଳ’ ଡ୍ୟୁଟିରେ ଯୋଗ ଦେବାକୁ  ଡକାଇ ‘ମର୍ଦ୍ଦାନୀ ୨’ ଦେଖାଇବା ପାଇଁ ପଠାଇଥିଲେ।

ଅତିରିକ୍ତ ଡିଏସ୍‌ପି ସଞ୍ଜୟ ପାଟିଲ୍‌ଙ୍କ ସୂଚନା ଅନୁଯାୟୀ, ଗୁରୁବାର ଦ୍ୱିପହରେ ୧୦୦ରୁ ଅଧିକ ମହିଳା କନଷ୍ଟେବଲ୍‌ ଡ୍ୟୁଟି ପାଇଁ ପହଞ୍ଚିବା ପରେ ସେମାନଙ୍କୁ  ଭୋଜନ କରାଇ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦ୍ଦାନୀ ୨’ର ସ୍ପେଶାଲ୍‌ ସ୍କ୍ରିନିଂ ପାଇଁ ଏକ ସିନେମା ହଲ୍‌କୁ ନିଆଯାଇଥିଲା। ଆଉ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।

ସେ କହିଛନ୍ତି, ଏହି ଫିଲ୍ମରେ ରାଣୀ ମୂଖାର୍ଜୀ ଜଣେ ସାହସୀ ପୁଲିସ୍‌ ଅଧିକାରୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ସେ ଚାଇଲ୍ଡ ଟ୍ରାଫିକିଂ ଓ ଡ୍ରଗ୍‌ ସ୍ମଗ୍ଲିଂ ବିରୋଧରେ ଅଭିଯାନ ଚଲାଉଛନ୍ତି। ଏହା ବ୍ୟତୀତ ଫିଲ୍ମରେ ସେ ଦୁଷ୍କର୍ମକାରୀ ମାନଙ୍କୁ କଡ଼ା ଦଣ୍ଡ ମଧ୍ୟ ଦେଉଛନ୍ତି। ଏହି ଫିଲ୍ମ ଦେଖିଲେ ପୁଲିସ୍ କର୍ମଚାରୀଙ୍କୁ ସେମାନଙ୍କୁ ନିଜ କର୍ମ ଉପରେ ଗର୍ବ ଅନୁଭବ ହେବ ଓ ସେମାନଙ୍କ ମନୋବଳ ମଧ୍ୟ ବଢ଼ିବ।

ଡିଏସ୍‌ପି ଶିବାଜୀ ରାଠେ କହିଛନ୍ତି ଯେ ଏହି ମହିଳା କନଷ୍ଟେବଲମାନେ ଯେଉଁ କଠିନ ପରିଶ୍ରମ କରୁଛନ୍ତି, ତାକୁ ସମ୍ମାନ ଦେଖାଇ ଏହି ବ୍ୟବସ୍ଥା କରାଯାଇଥିଲା। ସେମାନେ ଡ୍ୟୁଟି କରିବା ସହ ଘର କାମ ଓ ପିଲାମାନଙ୍କ ଯତ୍ନ ନିଅନ୍ତି। ତେଣୁ ସେମାନଙ୍କର ମନୋରଞ୍ଜନ ପାଇଁ ମଧ୍ୟ ଏହାର ଆୟୋଜନ କରାଯାଇଥିଲା।

ଏହି ମହିଳା କନଷ୍ଟେବଲ ମାନେ ଫିଲ୍ମ ଦେଖିବା ବେଳେ ରାଣୀ ମୂଖାର୍ଜୀ ସେମାନଙ୍କ ସହ ସାମିଲ ହୋଇଥିଲେ। ସେ ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ।

https://www.instagram.com/p/B42AOP-FlnS/?utm_source=ig_web_copy_link

ସୂଚନାଯୋଗ୍ୟ, ଫିଲ୍ମ ‘ମର୍ଦ୍ଦାନୀ ୨ ଡିସେମ୍ବର ୧୩ ତାରିଖରେ ରିଲିଜ୍ ହୋଇଥିଲେ। ଫିଲ୍ମରେ ରାଣୀଙ୍କର ଦମ୍‌ଦାର୍‌ ଲୁକ୍‌ ସାଙ୍ଗକୁ ତାଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ବେଶ୍ ଭଲ ଲାଗୁଥିବା ବେଳେ ବକ୍ସ ଅଫିସ୍‌ରେ ମଧ୍ୟ ଏହା ଭଲ ପ୍ରଦର୍ଶନ କରିଛି। ଏହି ଫିଲ୍ମରେ ରାଣୀ ଏସିପି ଶିବାନୀ ଶିବାଜୀ ରାୟ ଚରିତ୍ରରେ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos