/odisha-reporter/media/post_attachments/uploads/2015/11/film.jpg)
film
ମୁମ୍ୱାଇ: ଇମତାଜ୍ ଅଲ୍ଲୀ ନିର୍ଦ୍ଦେଶିତ ରୋମାଣ୍ଟିକ୍ କମେଡି ମୁଭି ‘ତମାଶା’ର ମିଶାମିଶି ପ୍ରତିକ୍ରିୟା ଆସିଛି। ଦୀପିକା-ରଣବୀରଙ୍କ ଯୋଡି ପୁଣି ଥରେ ପରଦାରେ ଧମାଲ୍ କରିଛି। ରିଲିଜର ପରଦିନ ଫିଲ୍ମଟି ପ୍ରାୟ ୨୧ ପ୍ରତିଶତ ଅଧିକ ବିଜନେସ୍ କରିବାରେ ସଫଳ ହୋଇଛି। ଶୁକ୍ରବାର ଫିଲ୍ମଟି ୧୦.୮୭ କୋଟି ଟଙ୍କାର ବିଜନେସ କରିଥିବା ବେଳେ ଶନିବାର ୧୩.୧୭ କୋଟି ଟଙ୍କା ରୋଜଗାର କରିଛି।
Advertisment
ଫିଲ୍ମର ବିଜନେସକୁ ଦୃଷ୍ଟିରେ ରଖି ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ଟୁଟ୍ୱି କରି ଲେଖିଛନ୍ତି, ଫଲ୍ମର ଆୟ ୨୧ ପ୍ରତିଶତ ବଢିଛି। ଦୁଇଦିନ ମଧ୍ୟରେ ୨୪.୦୭ କୋଟି ଟଙ୍କା ଆୟ କରିଛି ଏହି ଫିଲ୍ମ।
‘ତମାଶା’ ବ୍ୟତୀତ ଏବେ ଅନ୍ୟ କୌଣସି ବଡ଼ ଫିଲ୍ମ ରିଲିଜ୍ ହୋଇନାହିଁ। ତେଣୁ ରବିବାର ଫିଲ୍ମଟି ଭଲ ବିଜନେସ୍ କରିବ ବୋଲି ଆଶା କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
