ଶୁଟିଂ ପାଇଁ ପ୍ରସ୍ତୁତ ହୋଇଥିଲା ନକଲି କାଦୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ମାଣ ଚାଲିଛି ‘ଖ୍ୱାଜା ଗରିବ୍ ନୱାଜ୍‌’ ପ୍ରଡକ୍ସନ୍‌ର ଫିଲ୍ମ ‘ବାବୁ ଭାଇଜାନ୍‌’। ଫିଲ୍ମ ରିଲିଜ୍‌ ପୂର୍ବରୁ ଏହାର ଦୁଇଟି ଗୀତ ରିଲିଜ୍‌ ହୋଇଯାଇଛି। ‘ହମ୍‌ଦମ୍‌ ମେରେ’ ଏବଂ ‘ଦିଲ୍ଲୀ କି ଗଲି’। ଏହି ଦୁଇଟି ଗୀତକୁ ସୁନ୍ଦର ଲୋକେସନ୍‌ରେ ଶୁଟ୍‌ କରାଯାଇଛି। ‘ହମ୍‌ଦମ୍‌ ମେରେ’ ଗୀତର ଶୁଟିଂ ଜୋର୍ଡାନ୍‌ରେ ହୋଇଥିବା ବେଳେ ‘ଦିଲ୍ଲୀ କି ଗଲି’ର ଶୁଟିଂ  ଦିଲ୍ଲୀର ବିଭିନ୍ନ ଗଳିରେ ହୋଇଛି। ପୁରା ଟିମ୍‌ ଏହି ଦୁଇଟି ଗୀତର ଶୁଟିଂ କରିବା ପାଇଁ […]

shibani

Biswobandita Swain
  • Published: Monday, 16 December 2019
  • , Updated: 16 December 2019, 02:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ମାଣ ଚାଲିଛି ‘ଖ୍ୱାଜା ଗରିବ୍ ନୱାଜ୍‌’ ପ୍ରଡକ୍ସନ୍‌ର ଫିଲ୍ମ ‘ବାବୁ ଭାଇଜାନ୍‌’। ଫିଲ୍ମ ରିଲିଜ୍‌ ପୂର୍ବରୁ ଏହାର ଦୁଇଟି ଗୀତ ରିଲିଜ୍‌ ହୋଇଯାଇଛି। ‘ହମ୍‌ଦମ୍‌ ମେରେ’ ଏବଂ ‘ଦିଲ୍ଲୀ କି ଗଲି’। ଏହି ଦୁଇଟି ଗୀତକୁ ସୁନ୍ଦର ଲୋକେସନ୍‌ରେ ଶୁଟ୍‌ କରାଯାଇଛି। ‘ହମ୍‌ଦମ୍‌ ମେରେ’ ଗୀତର ଶୁଟିଂ ଜୋର୍ଡାନ୍‌ରେ ହୋଇଥିବା ବେଳେ ‘ଦିଲ୍ଲୀ କି ଗଲି’ର ଶୁଟିଂ  ଦିଲ୍ଲୀର ବିଭିନ୍ନ ଗଳିରେ ହୋଇଛି। ପୁରା ଟିମ୍‌ ଏହି ଦୁଇଟି ଗୀତର ଶୁଟିଂ କରିବା ପାଇଁ ଖୁବ୍‌ ପରିଶ୍ରମ କରିଥିଲେ। ‘ଦିଲ୍ଲୀ କି ଗଲି’ ଗୀତର ଶୁଟିଂ ପାଇଁ ଦିଲ୍ଲୀର ଗହଳି ଲାଗି ରହୁଥିବା ଥିବା ବିଭିନ୍ନ ଗଳିକୁ ଯାଇ ଶୁଟିଂ କରିବାକୁ ପଡ଼ିଥିଲା। ତେବେ ଏହି ଗୀତ ଶୁଟିଂ ସମୟର ଏକ ନିଆରା ଘଟଣା ଘଟିଥିଲା।

ଏହି ଗୀତରେ ଏକ କାଦୁଅ ସିନ୍ ରହିଛି। ଏଥିରେ ଅଭିନେତା ଅରିନ୍ଦମ ଏବଂ ଅଭିନେତ୍ରୀ ଶିବାନୀ କାଦୁଅରେ ପଡ଼ିଛନ୍ତି। ତେବେ ଏହି ସିନ୍‌ କରିବାକୁ ଉଭୟ ଅରିନ୍ଦମ ଏବଂ ଶିବାନୀ ମନା କରି ଦେଇଥିଲେ। ସେମାନେ କାଦୁଅରେ ପଡ଼ିବେ ନାହିଁ ବୋଲି ସଫାସଫା କହି ଦେଇଥିଲେ। ସେଥିପାଇଁ ନିର୍ଦ୍ଦେଶକ ଆଉ କିଛି ଉପାୟ ନପାଇ ନକଲି କାଦୁଅ ପ୍ରସ୍ତୁତ କରିବେ ବୋଲି ଚିନ୍ତା କରିଥିଲେ। ତା’ହେଲେ ସେ କେମିତି ପ୍ରସ୍ତୁତ କଲେ ନକଲି କାହୁଅ?

ଓଟିଭି’ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଗପସପ’ରେ ଯୋଗଦେଇ ଅଭିନେତ୍ରୀ ଶିବାନୀ ଏହା ପଛର ଗୁମର ଖୋଲିଥିଲେ। ତାଙ୍କ କହିବା ଅନୁଯାୟୀ ନକଲି କାଦୁଅ ପ୍ରସ୍ତୁତ କରିବା ପାଇଁ ୪୦-୫୦ କିଲୋ ମୁଲ୍‌ତାନି ମାଟିର ବ୍ୟବହାର କରାଯାଇଥିଲା। ସେଥିରେ ୧୦ କିଲୋ ବିସ୍ତୁଟ୍‌ ପଡ଼ିଥିଲା। ସେହିପରି ନକଲି କାଦୁଅକୁ କଳା ରଙ୍ଗ କରିବାକୁ ସେଥିରେ ଚକୋଲେଟ୍‌ ସିରପ୍ ପକାଯାଇଥିଲା। ୬ଜଣ ଲୋକ ଏସବୁକୁ ଏକାଠି ମିଶାଇ ଦଳି ନକଲି କାଦୁଅ ପ୍ରସ୍ତୁତ କରିଥିଲେ। ଆଉ ଏଥିରେ ପଡ଼ି ଅରିନ୍ଦମ ଓ ସେ ଶଟ୍ ଦେଇଥିଲେ।

ସୂଚନାଯୋଗ୍ୟ, ‘ଦିଲ୍ଲୀ କି ଗଲି’ ଗୀତକୁ ଲେଖିଛନ୍ତି ଅରୁଣ ମନ୍ତ୍ରୀ। ଗୀତଟିକୁ ଗାଇଛନ୍ତି ସାନ୍‌ ଓ  ଇରା ମହାନ୍ତି। ତେବେ ଫିଲ୍ମଟି କେବେ ରିଲିଜ୍ ହେବ ସେ ନେଇ କିଛି ସୂଚନା ମିଳିନାହିଁ।

Related story