Advertisment

ଲକଡାଉନ୍ ବେଳେ ଆରମ୍ଭ ହେଉଛି 'ଗୋଲ୍ଡ କ୍ୱାରେଣ୍ଟିନ ଆୱାର୍ଡ଼'

ମୁମ୍ବାଇ: ‘ଗୋଲ୍ଡ ଆୱାର୍ଡ଼’କୁ ଟିଭିର ସବୁଠାରୁ ବଡ଼ ଆୱାର୍ଡ଼ ଶୋ’ ବୋଲି ବିବେଚନା କରାଯାଏ। ବିଗତ ୧୨ ବର୍ଷ ଧରି ଅନେକ ଟିଭି ତାରକାଙ୍କ କାର୍ଯ୍ୟକୁ ‘ଗୋଲ୍ଡ ଆୱାର୍ଡ଼’ ମାଧ୍ୟମରେ ପ୍ରୋତ୍ସାହନ ଦିଆଯାଇଛି। ସେମାନଙ୍କୁ ତାଙ୍କ ଅଭିନୟ ପାଇଁ ପୁରସ୍କୃତ କରାଯାଇଛି। ହେଲେ ଚଳିତ ବର୍ଷ କରୋନା ଭାଇରସ୍ ଯୋଗୁ ଏହି ଆୱାର୍ଡ଼ ଶୋ’ ଅନୁଷ୍ଠିତ ହେଇପାରୁନାହିଁ। ହେଲେ ‘ଗୋଲ୍ଡ ଆୱାର୍ଡ଼’ର ସିଇଓ ବିକାଶ କାଲାନ୍ତ୍ରି ଏକ ନିଆରା ପଦକ୍ଷେପ ଆରମ୍ଭ କରିଛନ୍ତି। ସେ ଦର୍ଶକଙ୍କ ପାଇଁ […]

ଲକଡାଉନ୍ ବେଳେ ଆରମ୍ଭ ହେଉଛି 'ଗୋଲ୍ଡ କ୍ୱାରେଣ୍ଟିନ ଆୱାର୍ଡ଼'

gold

Advertisment

ମୁମ୍ବାଇ: ‘ଗୋଲ୍ଡ ଆୱାର୍ଡ଼’କୁ ଟିଭିର ସବୁଠାରୁ ବଡ଼ ଆୱାର୍ଡ଼ ଶୋ’ ବୋଲି ବିବେଚନା କରାଯାଏ। ବିଗତ ୧୨ ବର୍ଷ ଧରି ଅନେକ ଟିଭି ତାରକାଙ୍କ କାର୍ଯ୍ୟକୁ ‘ଗୋଲ୍ଡ ଆୱାର୍ଡ଼’ ମାଧ୍ୟମରେ ପ୍ରୋତ୍ସାହନ ଦିଆଯାଇଛି। ସେମାନଙ୍କୁ ତାଙ୍କ ଅଭିନୟ ପାଇଁ ପୁରସ୍କୃତ କରାଯାଇଛି। ହେଲେ ଚଳିତ ବର୍ଷ କରୋନା ଭାଇରସ୍ ଯୋଗୁ ଏହି ଆୱାର୍ଡ଼ ଶୋ’ ଅନୁଷ୍ଠିତ ହେଇପାରୁନାହିଁ। ହେଲେ ‘ଗୋଲ୍ଡ ଆୱାର୍ଡ଼’ର ସିଇଓ ବିକାଶ କାଲାନ୍ତ୍ରି ଏକ ନିଆରା ପଦକ୍ଷେପ ଆରମ୍ଭ କରିଛନ୍ତି। ସେ ଦର୍ଶକଙ୍କ ପାଇଁ ‘ଗୋଲ୍ଡ କ୍ୱାରେଣ୍ଟିନ୍’ ଆୱାର୍ଡ଼ ନେଇ ଆସିଛନ୍ତି।

Advertisment

https://www.instagram.com/p/B_1ckKGnpl8/?utm_source=ig_web_copy_link

ଏହି ଆୱାର୍ଡ଼ କୌଣସି ଚ୍ୟାନେଲରେ ଦେଖାଯିବ ନାହିଁ,  ହେଲେ ମେ ୧୪ ରେ ସୋଶାଲ୍ ମିଡିଆରେ ବିଜେତାଙ୍କ ନାମ ଘୋଷଣା କରାଯିବ। ଏହି ଆୱାର୍ଡ଼ ପାଇଁ ଅନେକ ପ୍ରକାରର ବର୍ଗ ରଖାଯାଇଛି, ସେଗୁଡ଼ିକ ହେଲା, ମୋଷ୍ଟ ଷ୍ଟାଇଲିଷ୍ଟ ଷ୍ଟାର, ବେଷ୍ଟ କ୍ୱାରେଣ୍ଟିନ୍ ଶେଫ୍, ସେଫ୍ଟି ଫାର୍ଷ୍ଟ ଷ୍ଟାର୍, ସୁପର କୁଲ୍ ପ୍ୟାରେଣ୍ଟସ୍, ମୋଷ୍ଟ ଏନର୍ଜେଟିକ ଷ୍ଟାର୍, ହୋମ୍ ସ୍ୱିଟ୍ ହୋମ୍ ଷ୍ଟାର୍, ମୋଷ୍ଟ ଇଣ୍ଟରାକ୍ଟିଭ୍ ଷ୍ଟାର୍, ଏଣ୍ଟରଟେନିଂ ଫ୍ୟାମିଲି, ଫିଟ୍ ଆଣ୍ଡ ହେଲ୍ଦି ଷ୍ଟାର୍, ମାଇ ଡ୍ରିମ୍ ଷ୍ଟାର, ଫନ୍ ଆଣ୍ଡ ଫ୍ରେଶ୍ କପଲ୍, ଅଲୱେଜ୍ ଆଭେଲେଭଲ୍ ଷ୍ଟାର, ମୋଷ୍ଟ ଫଟୋଜେନିକ୍ ଷ୍ଟାର୍, ଗୋ ଅନ୍ ଡେଟ୍ ଷ୍ଟାର୍, ଲକ୍ ଡାଉନ୍ କିଙ୍ଗ ଏବଂ କ୍ୱିନ୍।

https://www.instagram.com/p/B_wL55cnTNe/?utm_source=ig_web_copy_link

ଗୋଲ୍ଡ ଆୱାର୍ଡ଼ର ସିଇଓ ବିକାଶ କାଲାନ୍ତ୍ରି କହିଛନ୍ତି ଯେ ଏହାର ଫଳାଫଳ ପ୍ରଶଂସକ ଏବଂ ପ୍ୟାନେଲର ଭୋଟ୍ ଉପରେ ଆଧାରିତ ହେବ, ଯାହାକି ମେ ୧୪ ରେ ସୋଶାଲ୍ ମିଡିଆରେ ଘୋଷଣା ହେବ। ତେବେ ଏହି ପୁରସ୍କାରର ପ୍ରକ୍ରିୟା ଆରମ୍ଭ ହୋଇଛି। ବିକାଶ ତାଙ୍କ ସୋଶାଲ୍ ମିଡିଆରେ କିଛି ବର୍ଗକୁ ପୋଷ୍ଟ କରିଛନ୍ତି। ତା’ପରେ ଲୋକମାନେ ଏଥିରେ କମେଣ୍ଟ ଦେଇ ନିଜ ମନ ପସନ୍ଦର ଷ୍ଟାରଙ୍କୁ ବାଛିପାରିବେ। ତେବେ ଜଣାଇଦେବାକୁ ଚାହୁଁ ଯେ ବିକାଶ କହିଛନ୍ତି ଯେ  ଦେଶର ଅବସ୍ଥା ସ୍ୱାଭାବିକ ହୋଇଗଲାପରେ ‘ଗୋଲ୍ଡ ଆୱାର୍ଡ଼ ଅନୁଷ୍ଠିତ ହେବ।’।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe