Advertisment

ଫଟୋଗ୍ରାଫରକୁ ଫୋନ୍‌ କଭର ମାଗିଲେ ଦୀପିକା, ମିଳିଲା ଏମିତି ଉତ୍ତର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କର ଅନେକ ପ୍ରଶଂସକ ଅଛନ୍ତି। ଫିଲ୍ମ ସମେତ ଦୀପିକାଙ୍କ ବ୍ୟକ୍ତିଗତ ଜୀବନ ତଥା ତାଙ୍କ ଲୁକ୍‌କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। ଏଥିସହ ଦୀପିକା ଜଣେ ମିଡିଆ ଫ୍ରେଣ୍ଡଲି ବା ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଭଲ ସମ୍ପର୍କ ରଖୁଥିବା କଳାକାର। ଏବେ ସୋଶାଲ୍‌ ମିଡିଆରେ ଦୀପିକା ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ମଜାରେ କଥା ହେଉଥିବାର ଭିଡ଼ିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ଦୀପିକା ଜଣେ ଫଟୋଗ୍ରାଫରକୁ ତାଙ୍କ ଫୋନ୍‌ କଭର ଭଲ […]

author-image
Biswobandita Swain
ଫଟୋଗ୍ରାଫରକୁ ଫୋନ୍‌ କଭର ମାଗିଲେ ଦୀପିକା, ମିଳିଲା ଏମିତି ଉତ୍ତର

dipika

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କର ଅନେକ ପ୍ରଶଂସକ ଅଛନ୍ତି। ଫିଲ୍ମ ସମେତ ଦୀପିକାଙ୍କ ବ୍ୟକ୍ତିଗତ ଜୀବନ ତଥା ତାଙ୍କ ଲୁକ୍‌କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। ଏଥିସହ ଦୀପିକା ଜଣେ ମିଡିଆ ଫ୍ରେଣ୍ଡଲି ବା ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଭଲ ସମ୍ପର୍କ ରଖୁଥିବା କଳାକାର। ଏବେ ସୋଶାଲ୍‌ ମିଡିଆରେ ଦୀପିକା ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ମଜାରେ କଥା ହେଉଥିବାର ଭିଡ଼ିଓ ଭାଇରାଲ୍‌ ହେଉଛି।

Advertisment

ଯେଉଁଥିରେ ଦୀପିକା ଜଣେ ଫଟୋଗ୍ରାଫରକୁ ତାଙ୍କ ଫୋନ୍‌ କଭର ଭଲ ହେଇଛି ବୋଲି ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଉକ୍ତ ଫଟୋଗ୍ରାଫରଙ୍କ ଠାରୁ ତାଙ୍କ ଫୋନ୍‌ ନେଇ, ଫୋନ୍ କଭର ଭଲ ହେଇଛି ଏବଂ ଏହି କଭରକୁ ସେ ତାଙ୍କୁ ଦେଇ ଦିଅନ୍ତୁ ସେ ବ୍ୟବହାର କରିବେ ବୋଲି କହିଛନ୍ତି। ଏକଥା ଶୁଣିବା ପରେ ଫଟୋଗ୍ରାଫର ଜଣଙ୍କ ଏମିତି ଏକ ଫୋନ୍ କଭର୍‌ ତାଙ୍କ ଜନ୍ମଦିନରେ ଉପହାର ଦେଇଦେବେ ବୋଲି ଦୀପିକାଙ୍କୁ ଉତ୍ତର ଦେବାର ଭିଡ଼ିଓରେ ଦେଖିବାକୁ ମିଳିଛି।

ଏହି ଭିଡିଓକୁ ଦୀପିକାଙ୍କ ଫ୍ୟାନ୍‌ ପେଜ୍‌ ‘ଦୀପିକା ଇଜ୍‌ ମାଇଁ ଲାଇଫ୍‌’ରେ ଶେଆର କରାଯାଇଛି। ଭିଡ଼ିଓଟିକୁ ଏପର୍ଯ୍ୟନ୍ତ ଲକ୍ଷେରୁ ଅଧିକ ଲୋକ ଦେଖିସାରିଲେଣି।

Advertisment

https://www.instagram.com/p/CC46ATMhIbn/?utm_source=ig_web_copy_link

ସୂଚନାଯୋଗ୍ୟ, ଶେଷ ଥର ପାଇଁ ଦୀପିକାଙ୍କୁ ‘ଛପକ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଯଦିଓ ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଅଧିକ କଲେକ୍ସନ୍‌ କରିପାରିନଥିଲା। ଆଗକୁ ଦୀପିକା ଏବଂ ରଣବୀରଙ୍କୁ ଫିଲ୍ମ ‘୮୩’ରେ ଏକାଠି ଦେଖିବାକୁ ମିଳିବ। ୧୯୮୩ରେ ଭାରତ ଜିତିଥିବା ବିଶ୍ୱକପ୍‌କୁ ନେଇ ଫିଲ୍ମଟି ନିର୍ମାଣ ହେଉଛି।