ମୁମ୍ବାଇ: ପୁଣି ଥରେ ଫେରିବାକୁ ଯାଉଛି ଲୋକପ୍ରିୟ ଧାରାବାହିକ ‘ଏକ ହଜାରୋ ମୈ ମେରୀ ବେହେନା ହୈ’। ଆଉ ଏହାର ମଜା ଦର୍ଶକମାନେ ଟେଲିଭିଜନ୍ରେ ନେଇପାରିବେ। ଛୋଟ ପରଦାର ଅଭିନେତ୍ରୀ ନିୟା ଶର୍ମା ନିକଟରେ ଏକଥା ସୋଶାଲ୍ ମିଡିଆରେ ନିଜ୍ ଫ୍ୟାନ୍ଙ୍କ ସହ ଶେୟାର କରିଛନ୍ତି। ନିୟା କହିଛନ୍ତି ଖୁବ୍ ଶୀଘ୍ର ଏହି ଶୋ’ ଆଉଥରେ ପ୍ରସାରଣ ହେବ।
ଆପଣ ଏକଥା ଶୁଣି ନିଶ୍ଚୟ ଉତ୍ସାହିତ ହୋଇଯିବେଣି। ଭାବୁଥିବେ ବୋଧେ ଆଉ ଏକ ସିଜିନ୍ ଆରମ୍ଭ ହୋଇପାରେ କିମ୍ବା ରିମେକ୍ ହୋଇପାରେ।
କିନ୍ତୁ କଥା ସେମିତି କିଛି ନୁହେଁ । ପ୍ରକୃତରେ ଏହାକୁ ଆପଣ ଷ୍ଟାର ଉତ୍ସବରେ ଦେଖିପାରିବେ। ଶୋ’ର ଲୋକପ୍ରିୟତାକୁ ଦେଖି ଏହାକୁ ‘ଷ୍ଟାର ଉତ୍ସବ’ରେ ଆଉଥରେ ପ୍ରସାରଣ କରାଯିବ।
ଏହି ଧାରାବାହିକ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ପ୍ରସାରିତ କରାଯାଇଥିଲା। ଏଥିରେ ନିୟା ଶର୍ମା, କ୍ରିଷ୍ଟଲ୍ ଡିସୌଜା, କରଣ ଟ୍ରାକର ଓ କୁଶାଲ ଟଣ୍ଡନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଶୋ’ର ପୂରା କାହାଣୀ ଦୁଇ ଭଉଣୀ ତଥା ଜୀବିକା (କ୍ରିଷ୍ଟଲ ଜିସୌଜା) ଓ ମାନ୍ବୀ(ନିୟାଶର୍ମା)ଙ୍କୁ ନେଇ ଗତିଶୀଳ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।