Advertisment

ଏକ୍‌ତା ‘ମୋଷ୍ଟ୍‌ ପାୱାର୍‌ଫୁଲ୍‌ ବିଜ୍‌ନେସ୍‌ ଓମ୍ୟାନ୍‌’

ମୁମ୍ବାଇ: ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀରେ ଭଲ ସଫଳତା ପାଇଥିବା ଲୋକଙ୍କ ମଧ୍ୟରେ ଏକ୍‌ତା କପୁର ରହିବେ। ସେଥିପାଇଁ ତାଙ୍କୁ ’ଟେଲି କୁଇନ୍‌’ କୁହାଯାଏ। ସିରିଏଲ ସହ ଏକ୍‌ତା ଫିଲ୍ମ ମଧ୍ୟ ପ୍ରଯୋଜନା କରନ୍ତି। ସେଥିପାଇଁ ଏଣ୍ଟରଟେନମେଣ୍ଟ ୱର୍ଲ୍ଡରୁ ତାଙ୍କୁ ଚଳିତ ବର୍ଷର ‘ମୋଷ୍ଟ୍ ପାୱାର୍‌ଫୁଲ୍‌ ବିଜ୍ନେସ୍‌ ଓମ୍ୟାନ୍‌’ ଆୱାର୍ଡ଼ ପ୍ରଦାନ କରାଯାଇଛି। Thanku @FortuneIndia for including me in the August company of so many inspiring powerful women ! I honestly think […]

ଅଦ୍ୟତନ ହୋଇଛି
ଏକ୍‌ତା ‘ମୋଷ୍ଟ୍‌ ପାୱାର୍‌ଫୁଲ୍‌ ବିଜ୍‌ନେସ୍‌ ଓମ୍ୟାନ୍‌’

ekta

Advertisment

ମୁମ୍ବାଇ: ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀରେ ଭଲ ସଫଳତା ପାଇଥିବା ଲୋକଙ୍କ ମଧ୍ୟରେ ଏକ୍‌ତା କପୁର ରହିବେ। ସେଥିପାଇଁ ତାଙ୍କୁ ’ଟେଲି କୁଇନ୍‌’ କୁହାଯାଏ। ସିରିଏଲ ସହ ଏକ୍‌ତା ଫିଲ୍ମ ମଧ୍ୟ ପ୍ରଯୋଜନା କରନ୍ତି। ସେଥିପାଇଁ ଏଣ୍ଟରଟେନମେଣ୍ଟ ୱର୍ଲ୍ଡରୁ ତାଙ୍କୁ ଚଳିତ ବର୍ଷର ‘ମୋଷ୍ଟ୍ ପାୱାର୍‌ଫୁଲ୍‌ ବିଜ୍ନେସ୍‌ ଓମ୍ୟାନ୍‌’ ଆୱାର୍ଡ଼ ପ୍ରଦାନ କରାଯାଇଛି।

Advertisment

https://twitter.com/ektaravikapoor/status/1193402152552550402

ଏକ୍‌ତାଙ୍କୁ ଏହି ଆୱାର୍ଡ଼ ’ଫର୍ଚ୍ୟୁନ୍ ଇଣ୍ଡିଆ’ ପତ୍ରିକା ଦେଇଛି। ଏଥିପାଇଁ ଏକ୍‌ତା ଟ୍ୱିଟ୍ କରି ‘ଫର୍ଚ୍ୟୁନ୍ ଇଣ୍ଡିଆ’କୁ ଧନ୍ୟବାଦ ଦେଇଛନ୍ତି। ଏକ ଫଟୋ ଶେଆର୍ କରି ସେ ଲେଖିଛନ୍ତି, “ମୋତେ ଏବେ ଆହୁରି ଆଗକୁ ଯିବାର ଅଛି, ତଥାପି ମୁଁ ନିଜକୁ ସମ୍ମାନିତ ଅନୁଭବ କରୁଛି। ଆଶା କରୁଛି ଯେ ମୁଁ ଆପଣମାନଙ୍କ ଆଶାକୁ ପୂରଣ କରିପାରିବି।”

https://twitter.com/ektaravikapoor/status/1159169699470630912

ସୂଚନାଯୋଗ୍ୟ, ଏକ୍‌ତା ୧୯୯୪ରୁ ମନୋରଞ୍ଜନ ଦୁନିଆରେ ସକ୍ରିୟ ଅଛନ୍ତି। ତାଙ୍କ ପ୍ରଡକ୍ସନ୍ ହାଉସ ‘ବାଲାଜି ଟେଲିଫିଲ୍ମସ୍’କୁ ଏବେ ୨୫ ବର୍ଷ ପୂରିଗଲାଣି। ଏକ୍‌ତା ‘ହମ୍‌ ପାଞ୍ଚ୍’, ‘କ୍ୟୁଁ କି ଶାଶ୍‌ ଭି କଭି ବହୂ ଥୀ’, ‘କାହାନୀ ଘର ଘର କୀ’, ‘କସୌଟି ଜିନ୍ଦେଗୀ କୀ’, ‘ବଡ଼େ ଅଚ୍ଛେ ଲଗ୍‌ତେ ହେଁ’, ‘ପବିତ୍ର ରିସ୍ତା’, ‘କୁମ୍‌କୁମ୍‌ ଭାଗ୍ୟ’ ଓ ‘ନାଗିନ୍’ ପରି ପାଖାପାଖି ୬୪ଟି ହିଟ୍‌ ସିରିଏଲ୍‌ ତିଆରି କରିଛନ୍ତି। କେବଳ ସିରିଏଲ୍ ନୁହେଁ, ସେ ନିଜ ବ୍ୟାନରରେ ‘ମିଶନ୍‌ ଇସ୍ତାନବୁଲ୍’, ‘ୱାନ୍ସ ଅପନ୍ ଏ ଟାଇମ୍‌ ଇନ୍‌ ମୁମ୍ବାଇ’, ‘ଏକ୍‌ ଭିଲେନ୍’, ‘ଉଡ଼୍‌ତା ପଞ୍ଜାବ’ ଓ ‘ଡ୍ରିମ୍‌ଗର୍ଲ’ ପରି ସୁପରହିଟ୍ ଫିଲ୍ମ ମଧ୍ୟ କରିସାରିଛନ୍ତି। ଏହା ବ୍ୟତୀତ  ତାଙ୍କ ୱେବ୍‌ ଚ୍ୟାନେଲ୍‌ ‘ଅଲ୍ଟ ବାଲାଜୀ’ରେ ମଧ୍ୟ ସେ ଅନେକଗୁଡ଼ିଏ ୱେବ୍‌ସିରିଜ୍‌ ଚଲାଉଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe