Advertisment

ନିର୍ଦ୍ଦେଶକଙ୍କୁ ୯୦ ଲକ୍ଷ ଟଙ୍କାର ଗାଡ଼ି ଦେଲେ ଏକତା

ମୁମ୍ବାଇ: ଚଳିତ ବର୍ଷଟି ଏକତା କପୁରଙ୍କ ପାଇଁ ବେଶ୍ ଭଲ ଥିଲା। କାରଣ ୨୦୧୯ରେ ପ୍ରାୟ ସବୁ ପ୍ଲାଟଫର୍ମରେ ତାଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ସିରିଏଲ୍ ହେଉ କି ୱେବ୍‌ ସିରିଜ୍‌ କିମ୍ବା ଫିଲ୍ମ ସବୁଥିରେ ସେ ଏଥର ସେଞ୍ଚୁରୀ ମାରିଛନ୍ତି। ବିଶେଷ କରି ଏଇ ବର୍ଷ ଆସିଥିବା ତାଙ୍କ ଫିଲ୍ମ ‘ଡ୍ରିମ୍‌ ଗର୍ଲ’ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିବା ବେଳେ ବକ୍ସ ଅଫିସ୍‌ରେ ଭଲ ଆୟ ମଧ୍ୟ କରିଛି। ଏହି ଫିଲ୍ମରେ ଆୟୁଷ୍ମାନ୍‌ ଖୁରାନା ଓ […]

author-image
Chinmayee Roy
ନିର୍ଦ୍ଦେଶକଙ୍କୁ ୯୦ ଲକ୍ଷ ଟଙ୍କାର ଗାଡ଼ି ଦେଲେ ଏକତା

car

ମୁମ୍ବାଇ: ଚଳିତ ବର୍ଷଟି ଏକତା କପୁରଙ୍କ ପାଇଁ ବେଶ୍ ଭଲ ଥିଲା। କାରଣ ୨୦୧୯ରେ ପ୍ରାୟ ସବୁ ପ୍ଲାଟଫର୍ମରେ ତାଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ସିରିଏଲ୍ ହେଉ କି ୱେବ୍‌ ସିରିଜ୍‌ କିମ୍ବା ଫିଲ୍ମ ସବୁଥିରେ ସେ ଏଥର ସେଞ୍ଚୁରୀ ମାରିଛନ୍ତି। ବିଶେଷ କରି ଏଇ ବର୍ଷ ଆସିଥିବା ତାଙ୍କ ଫିଲ୍ମ ‘ଡ୍ରିମ୍‌ ଗର୍ଲ’ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିବା ବେଳେ ବକ୍ସ ଅଫିସ୍‌ରେ ଭଲ ଆୟ ମଧ୍ୟ କରିଛି। ଏହି ଫିଲ୍ମରେ ଆୟୁଷ୍ମାନ୍‌ ଖୁରାନା ଓ ନୁସରତ ଭାରୁଚା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।  ସବୁଠୁ ବଡ଼ କଥା ହେଉଛି, ଏହି ଫିଲ୍ମଟି ବାଲାଜି ଟେଲିଫିଲ୍ମସ୍‌ ଓ ଆୟୁଷ୍ମାନଙ୍କ କ୍ୟାରିୟରେ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ହୋଇଛି। ଏବେ ଏହି ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି।

Advertisment

publive-image୩୦ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଥିବା ଏହି ଫିଲ୍ମ ପାଖାପାଖି ୨୦୦ କୋଟି ଟଙ୍କା ଆୟ କରିଛି। ‘ଡ୍ରିମ୍‌ ଗର୍ଲ’ର ଏହି ସଫଳତାରେ ଏକତା ବହୁତ ଖୁସି ଅଛନ୍ତି। ଏପରିକି ଏହି ସଫଳତାର ଖୁସିରେ ସେ ଫିଲ୍ମର ନିର୍ଦ୍ଦେଶକ ରାଜ୍‌ ଶାଣ୍ଡିଲ୍ୟଙ୍କୁ ଏକ ଦାମୀ କାର୍ ଉପହାରରେ ଦେଇଛନ୍ତି। ଏହାର ଏକ ଫଟୋ ମଧ୍ୟ ସେ ଶେୟାର କରିଛନ୍ତି। ସୂଚନା ଅନୁଯାୟୀ, ଏହି କାର୍‌ଟିର ମୂଲ୍ୟ ପାଖାପାଖି ୯୦ ଲକ୍ଷ ଟଙ୍କା।  ଏହା ପୂର୍ବରୁ ଏକତାଙ୍କ ଫିଲ୍ମ ‘ଏକ୍‌ ଭିଲେନ୍‌’ ୧୦୦ କୋଟି ଟଙ୍କା ଆୟ କରିଥିଲା। ଆଉ ଏହି ଖୁସିରେ ସେ ନିର୍ଦ୍ଦେଶକ ମୋହିତ ସୁରୀଙ୍କୁ ମଧ୍ୟ ଏକ ଦାମୀ କାର୍ ଉପହାର ସ୍ୱରୂପ ଦେଇଥିଲେ।

publive-imageସୂଚନାଯୋଗ୍ୟ, ‘ଡ୍ରିମ୍‌ ଗର୍ଲ’ ଏକ କଲ୍‌ ସେଣ୍ଟର ଉପରେ ଆଧାରିତ ହୋଇଥିବା ଫିଲ୍ମ। ଏଥିରେ ଆୟୁଷ୍ମାନ୍‌ ଜଣେ ଝିଅ ହୋଇ ଲୋକଙ୍କ ସହ କଥା ହେଉଛନ୍ତି।  ପୂଜା ନାମରେ ସେ ଅନେକ ଲୋକଙ୍କୁ ଫୋନ୍‌ କରି ନିଜ ପ୍ରେମର ଜାଲରେ ଫସାଉଛନ୍ତି ଓ ସେମାନଙ୍କୁ ବାହାହେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଶେଷରେ ତାଙ୍କ ଏହି ମିଛର ପର୍ଦ୍ଦାଫାସ୍‌ ହେଉଛି। ଏହି ଫିଲ୍ମଟି ଜବରଦସ୍ତ କମେଡିରେ ଭରପୁର ରହିଛି। ତେଣୁ ଦର୍ଶକଙ୍କୁ ଫିଲ୍ମଟି ବେଶ୍ ପସନ୍ଦ ଆସିଛି।

Advertisment