Advertisment

ଖୁବଶୀଘ୍ର ବିବାହ କରିବେ ଏକତା!

ମୁମ୍ବାଇ: ଖୁବଶୀଘ୍ର ହାତକୁ ଦି ହାତ ହେବେ ଟିଭି ସିରିଏଲ ଏବଂ ଫିଲ୍ମ ନିର୍ମାତା ଏକତା କପୁର । ସେ ତାଙ୍କ ପିଲା ଦିନର ବନ୍ଧୁଙ୍କ ସହ ବିବାହ କରିବେ ।  ଏ କଥା ଆମେ କହୁନୁ, ସୋଶାଲ ମିଡିଆରେ କିଛି ଫଟୋ ପୋଷ୍ଟ କରି ଏକତା ଦର୍ଶକଙ୍କୁ ଏଭଳି ଇସାରା ଦେଇଛନ୍ତି। ତାଙ୍କର ଏହି ସୋଶାଲ ମିଡିଆ ପୋଷ୍ଟ ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଏକତାଙ୍କ ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି […]

author-image
Madhupriya Mistry
ଖୁବଶୀଘ୍ର ବିବାହ କରିବେ ଏକତା!

Ekta-kapoor

ମୁମ୍ବାଇ: ଖୁବଶୀଘ୍ର ହାତକୁ ଦି ହାତ ହେବେ ଟିଭି ସିରିଏଲ ଏବଂ ଫିଲ୍ମ ନିର୍ମାତା ଏକତା କପୁର । ସେ ତାଙ୍କ ପିଲା ଦିନର ବନ୍ଧୁଙ୍କ ସହ ବିବାହ କରିବେ ।  ଏ କଥା ଆମେ କହୁନୁ, ସୋଶାଲ ମିଡିଆରେ କିଛି ଫଟୋ ପୋଷ୍ଟ କରି ଏକତା ଦର୍ଶକଙ୍କୁ ଏଭଳି ଇସାରା ଦେଇଛନ୍ତି। ତାଙ୍କର ଏହି ସୋଶାଲ ମିଡିଆ ପୋଷ୍ଟ ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଏକତାଙ୍କ ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ପ୍ରକୃତରେ ଏକତା କପୁର ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପିଲା ଦିନର ବନ୍ଧୁ ତନବୀର ବୁକବାଲାଙ୍କ ସହ କିଛି ଫଟୋ ସେଆର କରିଛନ୍ତି । ଏଥିସହ ସେ କ୍ୟାପସନ ଦେଇଛନ୍ତି, “ଆମେ ଖୁବଶୀଘ୍ର ସେଇଠୁ ଥିବୁ...ମୁଁ ଆପଣଙ୍କୁ ଖୁବଶୀଘ୍ର ସେ ବିଷୟରେ କହିବି ।” ଏହି କ୍ୟାପସନ ଦେଖି ଲୋକେ ଚକିତ ହେବା ସହ ବୁଝିପାରୁ ନାହାନ୍ତି ଯେ, ଉଭୟ ସତରେ ବିବାହ କରିବାକୁ ଯାଉଛନ୍ତି ନା’ କୌଣସି ୱେବ ସିରିଜ ବିଷୟରେ ସୂଚନା ଦେଇଛନ୍ତି । ସେପଟେ ଫଟୋରେ ତନବୀର ଯେଉଁ କମେଣ୍ଟ ଦେଇଛନ୍ତି, ତାହା ଦେଖି ଲୋକଙ୍କ ସନ୍ଦେହ ଆହୁରି ଦୃଢ଼ ହୋଇଯାଇଛି ।  ସେ ଲେଖିଛନ୍ତି, “ବନ୍ଧୁତାକୁ ସମ୍ପର୍କରେ ପରିଣତ କରିବା ସମୟ ଆସି ଯାଇଛି ।”


ଏକତା ଏବଂ ତନବୀରଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ନିଆଁ ଲଗାଇଛି । ଚାରିଆଡେ ଦୁହିଁଙ୍କ ବିବାହ ଖବର ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ଫଟୋ ସବୁ ଭାଇରାଲ ହେବାରେ ଲାଗିଛି । ତେବେ ଏକତା କେବଳ ତନବୀର ଏବଂ ତାଙ୍କର ଫଟୋ ସେଆର କରିନାହାନ୍ତି,  ତାଙ୍କ ସହ କେତେକ ଟିଭି ଅଭିନେତ୍ରୀ ମଧ୍ୟ ଥିବା ଫଟୋକୁ ମଧ୍ୟ ସେ ସେଆର କରିଛନ୍ତି । ସୂଚନା ଯୋଗ୍ୟ ଯେ, ଏକତାଙ୍କ ଭଳି ତନବୀର ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରେ ବେଶ ସକ୍ରିୟ । ସେ ଡିଙ୍ଗ୍ ଏଣ୍ଟରଟେନମେଣ୍ଟର ଫାଉଣ୍ଡର୍ ଅଛନ୍ତି।

Advertisment
Bollywood Ekta Kapoor