Advertisment

ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ହାତ ପକାଇଦେଲେ ଏକତା କପୁର !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଜଣ ଜଣ କରି ସମସ୍ତ ବଲିଉଡ୍‌ ଅଭିନେତ୍ରୀ ଓ ଅଭିନେତା ସେଲ୍‌ଫି ନେଇଛନ୍ତି। ହେଲେ ସେଲ୍‌ଫି ନେବା ସମୟରେ ବାଲାଜୀ ଟେଲି ଫିଲ୍ମସ ପ୍ରଯୋଜିକା ଏକତା କପୁର ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ହାତ ପକାଇ ଦେଇଛନ୍ତି। କେବଳ ହାତ ନୁହେଁ, ସେ ପ୍ରଧାନମନ୍ତ୍ରୀ ପାଖରେ ଛିଡ଼ା ହୋଇ ତାଙ୍କର ଗୋଟିଏ ହାତକୁ ଧରି ଓ କାନ୍ଧ ଉପରେ ମୁହଁ ରଖି ଫଟୋ ଉଠାଇଛନ୍ତି। ଏକଥା ପଢ଼ିବା ପରେ ଆପଣଙ୍କୁ ଖବରଟି ମିଛ  […]

ଅଦ୍ୟତନ ହୋଇଛି
ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ହାତ ପକାଇଦେଲେ ଏକତା କପୁର !

ekta

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଜଣ ଜଣ କରି ସମସ୍ତ ବଲିଉଡ୍‌ ଅଭିନେତ୍ରୀ ଓ ଅଭିନେତା ସେଲ୍‌ଫି ନେଇଛନ୍ତି। ହେଲେ ସେଲ୍‌ଫି ନେବା ସମୟରେ ବାଲାଜୀ ଟେଲି ଫିଲ୍ମସ ପ୍ରଯୋଜିକା ଏକତା କପୁର ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ହାତ ପକାଇ ଦେଇଛନ୍ତି। କେବଳ ହାତ ନୁହେଁ, ସେ ପ୍ରଧାନମନ୍ତ୍ରୀ ପାଖରେ ଛିଡ଼ା ହୋଇ ତାଙ୍କର ଗୋଟିଏ ହାତକୁ ଧରି ଓ କାନ୍ଧ ଉପରେ ମୁହଁ ରଖି ଫଟୋ ଉଠାଇଛନ୍ତି। ଏକଥା ପଢ଼ିବା ପରେ ଆପଣଙ୍କୁ ଖବରଟି ମିଛ  ଲାଗିପାରେ। କିନ୍ତୁ ଏକତା ନିଜେ ମୋଦିଙ୍କ ସହିତ ତାଙ୍କର ଏହି ଫଟୋକୁ ସୋଶାଲ୍‌ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମ୍‌ରେ ଶେଆର୍ କରିଛନ୍ତି। ଏକତାଙ୍କର ଏହି ଫଟୋଟି ସୋଶାଲ ମିଡିଆରେ ଏବେ ଖୁବ୍‌ ଭାଇରାଲ୍‌ ହେଉଛି। ଏହି ଫଟୋକୁ ଶେଆର୍ କରି ଏକତା ଲେଖିଛନ୍ତି, ‘ଫିଲ୍ମରେ ଦୂରଦର୍ଶୀ ଚିନ୍ତାଧାରା ରଖୁଥିବା ମହିଳାଙ୍କୁ ସମ୍ମାନ ଜଣାଉଥିବା ସମ୍ମାନନୀୟ ପ୍ରଧାନମନ୍ତ୍ରୀ’।  ୟୁଜର୍‌ ଏହି ଫଟୋକୁ ଦେଖି ମଜାଳିଆ କମେଣ୍ଟ ମଧ୍ୟ ଦେବାରେ ଲାଗିଛନ୍ତି।

Advertisment

https://www.instagram.com/p/B3zbu2GAB-5/?utm_source=ig_web_copy_link

ଆମେ ଏଠାରେ କହି ରଖୁଛୁ ଯେ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ #ChangeWithin ନାମରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଗାନ୍ଧିଙ୍କ ବାର୍ତ୍ତାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବାରେ କଳାକାରଙ୍କ ଭୂମିକା ସଂପର୍କରେ ଏଥିରେ ଆଲୋଚନା ହୋଇଥିଲା। ତା’ସହିତ ଗାନ୍ଧିଙ୍କ ବିଚାରଧାରାକୁ ନେଇ ଅଧିକରୁ ଅଧିକ ଫିଲ୍ମ ନିର୍ମାଣ କରାଯିବା ଉପରେ ମଧ୍ୟ ଏଥିରେ ଆଲୋଚନା କରାଯାଇଥିଲା।

https://twitter.com/narendramodi/status/1185579878910836737

ଏହି କାର୍ଯ୍ୟକ୍ରମରେ କଙ୍ଗନା ରାଣାୱତ୍‌, ଆମିର୍‌ ଖାନ୍, ଶାହରୁଖ୍‌ ଖାନ୍‌, କପିଲ ଶର୍ମା, ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡେଜ୍‌, ଆଲିଆ ଭଟ୍ଟ ଓ ରଣବୀର୍‌ କପୁରଙ୍କ ଭଳି ଅନେକ କଳାକାର ଯୋଗ ଦେଇଥିଲେ। ଏହି ଅବସରରେ ପ୍ରାୟ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ସହିତ ସେଲ୍‌ଫି ନେଇଥିଲେ। ସମସ୍ତ ଅଭିନେତା ଓ ଅଭିନେତ୍ରୀ ସୋଶାଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କ ଫଟୋ ଶେଆର୍‌ କରୁଥିବା ଦେଖିବାକୁ ମିଳୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe