Advertisment

ଶିଶୁପୁତ୍ରର ମା’ ହେଲେ ଟେଲି ଅଭିନେତ୍ରୀ ଏକତା

ମୁମ୍ୱାଇ : ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଏକତା କୌଲ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ସ୍ୱାମୀ ତଥା ଅଭିନେତା ସୁମିତ ବ୍ୟାସ ଏହି ଖୁସି ଖବରକୁ ସୋଶାଲ ମିଡିଆ ଇନଷ୍ଟାଗ୍ରାମ୍‌ରେ ଶେଆର୍‌ କରିଛନ୍ତି। ଏହି ଖବରକୁ ଶେଆର୍‌ କରି ସୁମିତ ଲେଖିଛନ୍ତି, ପୁଅ ହୋଇଛି, ଯାହାକୁ ଆମେ ବେଦ୍‌ କହି ଡାକିବୁ। ଆମେ ବାପାମା’ ପୁଅର ସବୁ ମୋମେଣ୍ଟକୁ ଏନଜଏ କରୁଛୁ। ଏହି ପୋଷ୍ଟ ପରେ ସୋଶାଲ ମିଡିଆରେ ଦୁହିଁଙ୍କୁ ଫ୍ୟାନ୍ସ ଓ ସେଲେବ୍ରିଟିଙ୍କର ଶୁଭେଚ୍ଛାର ସୁଅ […]

author-image
Puspanjali Panda
ଶିଶୁପୁତ୍ରର ମା’ ହେଲେ ଟେଲି ଅଭିନେତ୍ରୀ ଏକତା

ekts

ମୁମ୍ୱାଇ : ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଏକତା କୌଲ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ସ୍ୱାମୀ ତଥା ଅଭିନେତା ସୁମିତ ବ୍ୟାସ ଏହି ଖୁସି ଖବରକୁ ସୋଶାଲ ମିଡିଆ ଇନଷ୍ଟାଗ୍ରାମ୍‌ରେ ଶେଆର୍‌ କରିଛନ୍ତି।

Advertisment

ଏହି ଖବରକୁ ଶେଆର୍‌ କରି ସୁମିତ ଲେଖିଛନ୍ତି, ପୁଅ ହୋଇଛି, ଯାହାକୁ ଆମେ ବେଦ୍‌ କହି ଡାକିବୁ। ଆମେ ବାପାମା’ ପୁଅର ସବୁ ମୋମେଣ୍ଟକୁ ଏନଜଏ କରୁଛୁ। ଏହି ପୋଷ୍ଟ ପରେ ସୋଶାଲ ମିଡିଆରେ ଦୁହିଁଙ୍କୁ ଫ୍ୟାନ୍ସ ଓ ସେଲେବ୍ରିଟିଙ୍କର ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

https://www.instagram.com/p/CA_7vdQj4DL/?utm_source=ig_web_copy_link

ପୂର୍ବରୁ ମଧ୍ୟ ସୁମିତ ଓ ଏକତା ତାଙ୍କ ପିଲାକୁ ନେଇ ଅନେକ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ପୁଅ ଜନ୍ମ ହେବା ପୂର୍ବରୁ ଏକତା ବେବି ବମ୍ପର କିଛି ଫଟୋ ସୋଶାଲ ମିଡିଆରେ ଫ୍ୟାନ୍ସଙ୍କୁ ଶେଆର୍‌ କରିଥିଲେ।

Advertisment

https://www.instagram.com/p/B-llL2-FuWi/?utm_source=ig_web_copy_link

ଦୁହେଁ ୨୦୧୮ ମସିହାରେ କଶ୍ମିରୀ ରୀତିନୀତି ଅନୁସାରେ ବିବାହ କରିଥିଲେ। ଏହି ବର୍ଷ ଆରମ୍ଭରେ ଏକତା ଗର୍ଭବତୀ ଥିବା ସୋଶାଲ ମିଡିଆରେ ଘୋଷଣା କରିଥିଲେ।

ସୁମିତ ବ୍ୟାସଙ୍କୁ ଅନେକ ଟିଭି ଶୋ’ ଓ ଫିଲ୍ମରେ ଦେଖିବାକୁ ମିଳିଛି। ଶେଷଥର ପାଇଁ ତାଙ୍କୁ ରାଜକୁମାର ରାଓଙ୍କ ଫିଲ୍ମ ‘ମେଡ୍‌ ଇନ୍‌ ଚାଇନା’ରେ ଦେଖିବାକୁ ମିଳିଥିଲା। ସେହିପରି ଏକତା କୌଲ୍ ‘ମେରେ ଆଙ୍ଗନେ ମେଁ’ ସିରଏଲ୍‌ରୁ ଲୋକପ୍ରିୟ ହୋଇଥିଲେ। ଏହାପରେ ତାଙ୍କୁ ଅନେକ ଟିଭି ଶୋ’ରେ ଦେଖାଯାଇଛି।