Advertisment

ଅଶୋକଙ୍କ ସହ ଏଲିନାଙ୍କ 'ପାପ'

ଭୂବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍ ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ କରିବାକୁ ଯାଉଛନ୍ତି ‘ପାପ’। ଶୁଣିକି ଆଶ୍ଟର୍ଯ୍ୟ ହୋଇଗଲେ କି! ଏଲିନା ପୁଣି କଣ ପାପ କରିବେ? ନା..ନା..ଆମେ ଏଠାରେ କୌଣସି ପାପ-ପୂଣ୍ୟ କଥା କହୁନୁ। ଆମେ କହୁଛୁ ଅପକମିଂ ଫିଲ୍ମ ‘ପାପ’ କଥା। ତରଙ୍ଗ ସିନେ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମରେ ଏଲିନା ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ଯୁବପିଢ଼ିଙ୍କ ମନପସନ୍ଦ ନିର୍ଦ୍ଦେଶକ ଅଶୋକ ପତି ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମ ‘ଲଭ୍ ଷ୍ଟେସନ୍’ […]

author-image
Pragnya Choudhury
ଅଶୋକଙ୍କ ସହ ଏଲିନାଙ୍କ 'ପାପ'

elina

ଭୂବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍ ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ କରିବାକୁ ଯାଉଛନ୍ତି 'ପାପ'। ଶୁଣିକି ଆଶ୍ଟର୍ଯ୍ୟ ହୋଇଗଲେ କି! ଏଲିନା ପୁଣି କଣ ପାପ କରିବେ? ନା..ନା..ଆମେ ଏଠାରେ କୌଣସି ପାପ-ପୂଣ୍ୟ କଥା କହୁନୁ। ଆମେ କହୁଛୁ ଅପକମିଂ ଫିଲ୍ମ 'ପାପ' କଥା। ତରଙ୍ଗ ସିନେ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମରେ ଏଲିନା ମୁଖ୍ୟ ଭୂମିକାରେ ନଜରକୁ ଆସିବେ।

Advertisment

ଯୁବପିଢ଼ିଙ୍କ ମନପସନ୍ଦ ନିର୍ଦ୍ଦେଶକ ଅଶୋକ ପତି ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମ 'ଲଭ୍ ଷ୍ଟେସନ୍' ପରେ ଅଶୋକଙ୍କ ସହ ଦ୍ୱିତୀୟ ଥର କାମ କରୁଛନ୍ତି ଏଲିନା। 'ଲଭ୍ ଷ୍ଟେସନ୍'ରେ ଏଲିନା ଓ ବାବୁସାନଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା। ହେଲେ 'ପାପ' ନାୟକ କିଏ ହେବେ ଏଯାବତ ସ୍ଥିର ହୋଇନାହିଁ। ତେବେ ମିହିର ଦାସଙ୍କୁ ଫିଲ୍ମରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ସଂଳାପକାର ସଞ୍ଜୟ ଚନ୍ଦନ ଥିବାବେଳେ ସଙ୍ଗୀତ ସଂଯୋଜନା କରୁଛନ୍ତି ପ୍ରେମ ଆନନ୍ଦ।

ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରାୟୋଜି 'ଇଷ୍କ ତୁ ହି ତୁ'ରୁ ଓଲିଉଡରେ ଡେବ୍ୟୁ କରିଥିଲେ ଏଲିନା। ପରେ ପରେ କେହି ନୁହେଁ କାହାର, ଅଭୟ, ଲଭ୍ ଷ୍ଟେସନ, ଝିଅଟା ବିଗିଡ଼ିଗଲା, କାବୁଲା ବାରବୁଲା, ଫୋର୍ ଇଡିୟଟ୍ସ, ମାଲ୍ ମହୁ ଜୀବନ ମାଟି ଭଳି ଅନେକ ହିଟ୍ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି। ତେବେ ଆଗାମୀ ପାପ ପାଇଁ ଏଲିନାଙ୍କୁ ଅନେକ ଅନେକ ଶୁଭେଚ୍ଛା ସହ ଫିଲ୍ମର ସଫଳତା ନେଇ ଶୁଭକାମନା ମଧ୍ୟ।

Advertisment
Elina Samantray