Advertisment

ଜନ୍ମଦିନରେ ପ୍ରଶଂସକଙ୍କୁ ଏହି ସରପ୍ରାଇଜ୍‌ ଦେଲେ ଏଲିନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟ ତାଙ୍କ ଫ୍ୟାନ୍‌ ମାନଙ୍କୁ ଗୋଟେ ସରପ୍ରାଇଜ୍‌ ଦେବେ ବୋଲି କହିଥିଲେ। ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ସେ ଖୁବ୍‌ ଶୀଘ୍ର ଫ୍ୟାନ୍‌ ମାନଙ୍କ ପାଇଁ ଏକ ସରପ୍ରାଇଜ୍ ରଖିଛନ୍ତି ବୋଲି ପୋଷ୍ଟ କରୁଥିଲେ। ଶେଷରେ ସେ କାଲି ସେହି ସରପ୍ରାଇଜ୍‌ ଟି କଣ ଫ୍ୟାନ୍‌ ମାନଙ୍କୁ ଜଣାଇଛନ୍ତି। ଗତକାଲି ତାଙ୍କ ୨୪ତମ ଜନ୍ମଦିନ ଅବସରରେ ଏଲିନା ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଆରମ୍ଭ କରିଛନ୍ତି। ଏହି […]

ଜନ୍ମଦିନରେ ପ୍ରଶଂସକଙ୍କୁ ଏହି ସରପ୍ରାଇଜ୍‌ ଦେଲେ ଏଲିନା

elina-po

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟ ତାଙ୍କ ଫ୍ୟାନ୍‌ ମାନଙ୍କୁ ଗୋଟେ ସରପ୍ରାଇଜ୍‌ ଦେବେ ବୋଲି କହିଥିଲେ। ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ସେ ଖୁବ୍‌ ଶୀଘ୍ର ଫ୍ୟାନ୍‌ ମାନଙ୍କ ପାଇଁ ଏକ ସରପ୍ରାଇଜ୍ ରଖିଛନ୍ତି ବୋଲି ପୋଷ୍ଟ କରୁଥିଲେ। ଶେଷରେ ସେ କାଲି ସେହି ସରପ୍ରାଇଜ୍‌ ଟି କଣ ଫ୍ୟାନ୍‌ ମାନଙ୍କୁ ଜଣାଇଛନ୍ତି। ଗତକାଲି ତାଙ୍କ ୨୪ତମ ଜନ୍ମଦିନ ଅବସରରେ ଏଲିନା ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଆରମ୍ଭ କରିଛନ୍ତି। ଏହି ଚ୍ୟାନେଲ୍‌ରେ ସେ ତାଙ୍କ ବ୍ୟକ୍ତିଗତ , ପେଷାଗତ ଜୀବନରେ ଘଟୁଥିବା କିଛି ରୋଚକ ଘଟଣା ସମ୍ପର୍କିତ ଭିଡ଼ିଓ କରି ଶେଆର କରିବେ। ଏହି ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ନାଁ ରହିଛି, ‘ରୟ ଏଲିନା ସାମନ୍ତରାୟ’। ଗୋଟେ ଦିନରେ ଏହି ଚ୍ୟାନେଲ୍‌ରେ ୪୦୦ରୁ ଉର୍ଦ୍ଧ୍ୱ ସବ୍‌ସ୍କ୍ରାଇବର୍‌ ହେଇଯାଇଛନ୍ତି।

Advertisment

ଏହି ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଗତକାଲି ଏଲିନା ଏକ ଭିଡିଓ ଶେଆର କରିଥିଲେ। ଏଥିରେ ସେ କେମିତି ଗୋଟେ ସାଧାରଣ ଝିଅରୁ ଓଲିଉଡ୍‌ ହିରୋଇନ୍‌ ହେଲେ ତାର ଯାତ୍ରା କହିଛନ୍ତି। ଏଥିସହ ଆଗକୁ ଏଲିନା ତାଙ୍କ ପ୍ରଶଂସକମାନଙ୍କ ପାଇଁ ମଜାଦାର ଭିଡ଼ିଓ ଅପଲୋଡ୍‌ କରିବେ ବୋଲି  କହିଛନ୍ତି। ଏଲିନା ଏହି ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ଲୋଗୋ ମଧ୍ୟ ଶେଆର କରିଛନ୍ତି। ଏହି ଲୋଗୋରେ ଏଲିନା ଲେଖାଯାଇଛି।

ସୂଚନାଯୋଗ୍ୟ, 'ଇସ୍କ ତୁ ହି ତୁ', 'ଲଭ୍‌ ଷ୍ଟେସନ୍'‌, 'ମୁଁ ଖାଣ୍ଟି ଓଡ଼ିଆ ଝିଅ', 'ଅଭୟ', 'କାବୁଲା ବାରବୁଲା ସର୍ଚିଂ ଲୈଲା' ଆଦି ଫିଲ୍ମରେ କାମ କରିଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe