Advertisment

ମେନକାଙ୍କ ପ୍ରତିକ୍ରିୟା ଶୁଣି ଚିଡିଲେ ଏଲଭିଶ, ଚେତାବନୀ ଦେଲେ...

'ବିଗ୍ ବସ୍ OTT' ସିଜନ୍-୨ ବିଜେତା ତଥା ସୋଶାଲ ମିଡିଆ ସେନ୍ସେସନ୍ ଏଲଭିଶ ଯାଦବ ରେଭ୍ ପାର୍ଟିକୁ ସାପ ଏବଂ ସାପ ବିଷ ପଠାଉଥିବା ଅଭିଯୋଗ ହୋଇଥିଲା।

Menaka Gandhi And Elvish Yadav

Menaka Gandhi And Elvish Yadav

Advertisment

ରେଭ୍ ପାର୍ଟିକୁ ସାପ ଓ ସାପ ବିଷ ପଠାଇବା ମାମଲାରେ ଭଡକିଲେ ଏଲଭିଶ ଯାଦବ। ଏହି ମାମଲା ଉପରେ ବିଜେପି ସାଂସଦ ମେନକା ଗାନ୍ଧି ଲଗାଇଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଷ ଉଦଗାର କରିଛନ୍ତି ଏଲଭିଶ। ଏଥିପାଇଁ ମେନକାଙ୍କୁ କ୍ଷମା ମାଗିବାକୁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି।

Advertisment

ତାଙ୍କ ନାମରେ ମେନକା ଅଭିଯୋଗ ଆଣି ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସମୟର ଭିଡିଓ ଶେଆର୍ କରି ଏଲଭିଶ କହିଛନ୍ତି, "ବଡ଼ ବଡ଼ ପୋଷ୍ଟରେ ବସିଥିବା ଲୋକମାନଙ୍କୁ ଏଭଳି ପ୍ରତିକ୍ରିୟା ଦେଉଥିବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଉଛି। ମ୍ୟାଡାମ୍ ଆପଣ ଯେଉଁଭଳି ଅଭିଯୋଗ ଆଣିଛନ୍ତି ସେହିଭଳି କ୍ଷମା ମାଗିବାକୁ ମଧ୍ୟ ପ୍ରସ୍ତୁତ ରୁହନ୍ତୁ।" 

Advertisment

ସେ ଆହୁରି କହିଛନ୍ତି, "ଇସ୍କନ ବିରୁଦ୍ଧରେ ଅଭିଯୋଗ ଲଗାଇଦିନ, ମୋ ବିରୁଦ୍ଧରେ ଅଭିଯୋଗ ଲଗାଇଦିଅ.. ଏହିପରି ବିଜେପିରୁ ଟିକେଟ୍ ମିଳୁଛି?" 

ସୂଚନା ଅନୁସାରେ, 'ବିଗ୍ ବସ୍ OTT' ସିଜନ୍-୨ ବିଜେତା ତଥା ସୋଶାଲ ମିଡିଆ ସେନ୍ସେସନ୍ ଏଲଭିଶ ଯାଦବ ରେଭ୍ ପାର୍ଟିକୁ ସାପ ଏବଂ ସାପ ବିଷ ପଠାଉଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଲଭିଶଙ୍କ ନାମରେ ମାଧ୍ୟ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ।

ଗତକାଲି ନୋଏଡା ସେକ୍ଟର 49ର ବିଭିନ୍ନ ରେଭ୍ ପାର୍ଟିରେ ଚଢାଉ କରି ଏହି ରାକେର୍ଟର ପର୍ଦ୍ଦାଫାସ କରିଛି ପୁଲିସ। ଏଥିରେ ପୁଲିସ ସାପ ଏବଂ ସାପ ବିଷ ମଧ୍ୟ ଜବତ କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଲଭିଶଙ୍କୁ ଗିରଫ କରାଯାଇ ନାହିଁ। 

ପ୍ରକାଶ ଥାଉ କି, କିଛି ଦିନ ତଳେ ମେନକା ଗାନ୍ଧି ଇସ୍କନ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ଇସ୍କନ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରି ଦେଉଥିବା ଅଭିଯୋଗ କରିଥିଲେ ମେନକା। ଏପରିକି ଇସ୍କନ ଯେତେ ଗାଈ ବିକ୍ରି କରୁଛି, ଅନ୍ୟ କେହି ବିକ୍ରି କରୁ ନ ଥିବା ସେ କହିଥିଲେ। କିନ୍ତୁ ଏପରି ଅଭିଯୋଗକୁ ଖଣ୍ଡନ କରିଥିଲା ଇସ୍କନ। 

MENAKA GANDHI BIGG BOSS OTT WINNERELVISH YADAVSNAKE VENOM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe