Advertisment

ମତୁଆଲା କରିଛି ଇମ୍ରାନ୍ ଓ ବେଦିକାଙ୍କ କେମେଷ୍ଟ୍ରୀ

ମୁମ୍ବାଇ: ବଲିଉଡ୍‌ର ଲଭର୍‌ବୟ ଇମ୍ରାନ୍‌ ହାସ୍‌ମି ଏକାଥରକେ ଦୁଇଟି ଫିଲ୍ମ ନେଇ ଆସୁଛନ୍ତି। ନିକଟରେ ସେ ମହାନାୟକ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଅପ୍‌କମିଂ ଫିଲ୍ମ ‘ଚେହେରେ’ର ଘୋଷଣା କରିଥିଲେ। ଏଥିରେ ସେ ପ୍ରଥମ ଥର ପାଇଁ ବିଗ୍ ବି’ଙ୍କ ସହିତ ଅଭିନୟ କରୁଛନ୍ତି। ଏହାର ଅନ୍ୟ ଷ୍ଟାର୍‌କାଷ୍ଟ ମଧ୍ୟ ଘୋଷଣା ହୋଇସାରିଛି। ତେବେ ଏହା ପୂର୍ବରୁ ସେ ‘ଦ ବଡି’ ନାମକ ଫିଲ୍ମରେ ନଜର ଆସିବେ। ଆଉ ଏହି ଫିଲ୍ମ ଜରିଆରେ ଜଣେ ହିରୋଇନ୍‌ ବଲିଉଡ୍‌ରେ […]

ମତୁଆଲା କରିଛି ଇମ୍ରାନ୍ ଓ ବେଦିକାଙ୍କ କେମେଷ୍ଟ୍ରୀ

imran

Advertisment

ମୁମ୍ବାଇ: ବଲିଉଡ୍‌ର ଲଭର୍‌ବୟ ଇମ୍ରାନ୍‌ ହାସ୍‌ମି ଏକାଥରକେ ଦୁଇଟି ଫିଲ୍ମ ନେଇ ଆସୁଛନ୍ତି। ନିକଟରେ ସେ ମହାନାୟକ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଅପ୍‌କମିଂ ଫିଲ୍ମ ‘ଚେହେରେ’ର ଘୋଷଣା କରିଥିଲେ। ଏଥିରେ ସେ ପ୍ରଥମ ଥର ପାଇଁ ବିଗ୍ ବି’ଙ୍କ ସହିତ ଅଭିନୟ କରୁଛନ୍ତି। ଏହାର ଅନ୍ୟ ଷ୍ଟାର୍‌କାଷ୍ଟ ମଧ୍ୟ ଘୋଷଣା ହୋଇସାରିଛି। ତେବେ ଏହା ପୂର୍ବରୁ ସେ ‘ଦ ବଡି’ ନାମକ ଫିଲ୍ମରେ ନଜର ଆସିବେ। ଆଉ ଏହି ଫିଲ୍ମ ଜରିଆରେ ଜଣେ ହିରୋଇନ୍‌ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଟଲିଉଡ୍ ଅଭିନେତ୍ରୀ ବେଦିକା କୁମାର।

Advertisment

https://www.instagram.com/p/B5UqWKOFOt7/?utm_source=ig_web_copy_link

ବେଦିକା ସାଉଥ୍‌ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ତାମିଲ୍‌, ତେଲୁଗୁ, କନ୍ନଡ଼ ଓ ମାଲାୟଲମ୍‌ ଫିଲ୍ମରେ କାମ କରିସାରିଛନ୍ତି। ସେ ମଡେଲିଂରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ।

https://www.instagram.com/p/B5P87Xjl5z8/?utm_source=ig_web_copy_link

ବେଦିକା ସାଉଥ ଇଣ୍ଡଷ୍ଟ୍ରିରେ ୨୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି। ତାମିଲ୍‌ ଫିଲ୍ମ ‘ସକ୍କରକଟ୍ଟି’ରେ ଅଭିନୟ କରିବା ପରେ ସେ ଲୋକଙ୍କ ନଜରକୁ ଆସିଥିଲେ। ଏଥିରେ ସେ ଶାନ୍ତନୁ ଭାଗ୍ୟରାଜଙ୍କ ସହ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ଏହା ଏକ ରୋମାଣ୍ଟିକ୍‌ କମେଡି ଡ୍ରାମା ଥିଲା।

Advertisment

ଏବେ ବେଦିକା ବଲିଉଡ୍‌ରେ କ୍ୟାରିୟର୍‌ ଆରମ୍ଭ କରିବାକୁ ଯାଉଛନ୍ତି, ତାହା ପୁଣି ଇମ୍ରାନ୍‌ ହାସମିଙ୍କ ସହ। ପରଦାରେ ଇମ୍ରାନ୍‌ ବଲିଉଡ୍‌ର ଅନେକ ହିରୋଇନ୍‌ଙ୍କ ସହ ରୋମାନ୍ସ କରିସାରଛନ୍ତି। ୟା ଭିତରେ ‘ଦ ବଡି’ର କିଛି ଗୀତ ରିଲିଜ୍‌ ହୋଇଛି, ଯେଉଁଥିରେ ବେଦିକା ଓ ଇମ୍ରାନ୍‌ଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ମତୁଆଲା କରିଛି। ସୋଶାଲ୍‌ ମିଡିଆରେ ସମସ୍ତେ ଏହି ନୂଆ ଯୋଡ଼ିକୁ ବେଶ୍ ପସନ୍ଦ କରୁଛନ୍ତି।

https://www.instagram.com/p/B5LAakAFdX8/?utm_source=ig_web_copy_link

ସୂଚନାଯୋଗ୍ୟ, ହରର୍-ଥ୍ରୀଲର୍ ‘ଦ ବଡ଼ି’ରେ ଇ୍ରମାନ୍‌ ଓ ବେଦିକାଙ୍କ ବ୍ୟତୀତ ଋଷି କପୁର ମଧ୍ୟ ନଜର ଆସିବେ। ଫିଲ୍ମଟି ସ୍ପାନିଶ୍ ଫିଲ୍ମ EI Cuerpo(୨୦୧୨)ର ହିନ୍ଦୀ ରିମେକ୍‌। ଜିତୁ ଜୋସେଫ୍ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ଡିସେମ୍ବର ୧୩ ତାରିଖରେ ସିନେମାଟି ପରଦାକୁ ଆସିବ।

https://www.instagram.com/p/B49tHn1lA7B/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe