Advertisment

କରୋନାରେ କନ୍ନଡ଼ ଅଭିନେତାଙ୍କ ପରଲୋକ

ଟୁମକୁରୁ:  ପ୍ରଖ୍ୟାତ କନ୍ନଡ଼ ଅଭିନେତା ହୁଲିଭାନ୍ ଗଙ୍ଗାଧରାୟାଙ୍କର କରୋନାରେ ପରଲୋକ ହୋଇଛି। କର୍ଣ୍ଣାଟକ ନାଟକ ଆକାଡେମୀ ପୁରସ୍କୃତ ୭୦ ବର୍ଷୀୟ ଏହି ଅଭିନେତାଙ୍କର ଶୁକ୍ରବାର ରାତିରେ ବେଙ୍ଗାଲୁରୁରେ ବିୟୋଗ ହୋଇଛି। ଗତକାଲି ତାଙ୍କ ମରଶରୀରକୁ ତାଙ୍କ ପୈତୃକ ଗାଁ ହୁଲିଭାନାରେ ସଂସ୍କାର କରାଯାଇଛି। ସପ୍ତାହେ ପୂର୍ବରୁ ସେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅଧିକାଂଶ ପ୍ରାଇଭେଟ୍‌ ହସ୍‌ପିଟାଲ୍ ତାଙ୍କୁ ଆଡ୍‌ମିସନ କରିବାକୁ ମନା କରିଦେଇଥିଲେ। ୪ ଦିନ ପୂର୍ବରୁ କୌଣସି ମତେ ତାଙ୍କ ସମ୍ପର୍କୀୟ ଓ […]

କରୋନାରେ କନ୍ନଡ଼ ଅଭିନେତାଙ୍କ ପରଲୋକ

gangaa

Advertisment

ଟୁମକୁରୁ:  ପ୍ରଖ୍ୟାତ କନ୍ନଡ଼ ଅଭିନେତା ହୁଲିଭାନ୍ ଗଙ୍ଗାଧରାୟାଙ୍କର କରୋନାରେ ପରଲୋକ ହୋଇଛି। କର୍ଣ୍ଣାଟକ ନାଟକ ଆକାଡେମୀ ପୁରସ୍କୃତ ୭୦ ବର୍ଷୀୟ ଏହି ଅଭିନେତାଙ୍କର ଶୁକ୍ରବାର ରାତିରେ ବେଙ୍ଗାଲୁରୁରେ ବିୟୋଗ ହୋଇଛି। ଗତକାଲି ତାଙ୍କ ମରଶରୀରକୁ ତାଙ୍କ ପୈତୃକ ଗାଁ ହୁଲିଭାନାରେ ସଂସ୍କାର କରାଯାଇଛି।

Advertisment

ସପ୍ତାହେ ପୂର୍ବରୁ ସେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅଧିକାଂଶ ପ୍ରାଇଭେଟ୍‌ ହସ୍‌ପିଟାଲ୍ ତାଙ୍କୁ ଆଡ୍‌ମିସନ କରିବାକୁ ମନା କରିଦେଇଥିଲେ। ୪ ଦିନ ପୂର୍ବରୁ କୌଣସି ମତେ ତାଙ୍କ ସମ୍ପର୍କୀୟ ଓ ପରିବାର ଲୋକେ ତାଙ୍କୁ କେଙ୍ଗେରୀରେ ଥିବା BGS ହସ୍‌ପିଟାଲ୍‌ରେ ଭର୍ତ୍ତି କରାଇବାରେ ସକ୍ଷମ ହୋଇଥିଲେ। ସେତେବେଳଙ୍କୁ ଗଙ୍ଗାଧରାୟା ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ଫଳରେ କରୋନା ସହ ସଂଗ୍ରାମରେ ହାରିଯାଇ ପ୍ରାଣ ହରାଇଥିଲେ। ଗଙ୍ଗାଧରାୟାଙ୍କ ପରିବାରରେ ତାଙ୍କ ପତ୍ନୀ ୩ ଝିଅ ଓ ପୁଅ ଅଛନ୍ତି।

ଗଙ୍ଗାଧରାୟାଙ୍କର କୃଷିରେ ଓ ଅଭିନୟରେ ରୁଚି ରହିଥିଲା। ସେଥିପାଇଁ ସେ ୧୯୯୭ରେ ITIର ପିଆର୍‌ଓ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଜମିରେ କର୍ପୋରେଟ ଷ୍ଟାଇଲ୍‌ରେ ଏକ ନଡ଼ିଆ ବଗିଚା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ କୋଭିଡ-୧୯ କାରଣରୁ ସେ ଏହାକୁ ଘୁଞ୍ଚାଇ ଦେଇଥିଲେ। କୃଷି କ୍ଷେତ୍ରରେ ଅଭିନବ ପ୍ରଚେଷ୍ଟା ଯୋଗୁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି।

Advertisment

ଗଙ୍ଗାଧରାୟା ପ୍ରାୟ ୧୧୮ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର କିଛି ଫେମସ୍ ଫିଲ୍ମ ହେଲା, 'ସେଡିନା ହକ୍କି', 'ଜ୍ୱାଲାମୁଖୀ', 'ଆଡେ କାନ୍ନୁ' ଓ 'ଏମଙ୍ଗ ଅଦର୍ସ'। ଏସବୁ ବ୍ୟତୀତ ସେ ବହୁ ନାଟକରେ ଓ ଟିଭି ଶୋ’ରେ ମଧ୍ୟ ସେ ନଜର ଆସିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe