Advertisment

କେବିସି ସେଟ୍‌ରେ ପୁଣି ହସାଇଲେ ସୋମା, ଧର୍ମେନ୍ଦ୍ର ବି ହସ ରୋକି ପାରିଲେନି

ମୁମ୍ବାଇ: ପ୍ରଥମ ସାକ୍ଷାତରେ ହୁଏତ ଅମିତାଭ ବଚ୍ଚନଙ୍କ ପରି ଷ୍ଟାରଙ୍କ ସାମ୍ନାରେ ଅନେକଙ୍କ ପାଟିରୁ କଥା ବାହାରି ନପାରେ, କିନ୍ତୁ କୋଲକାତାର ସୋମା ଚୌ୍ଧୁରୀ ଏମିତି ସବୁ କଥା କହିଲେ ଯେ ଅମିତାଭ ବି ହସି ହସି ଗଡ଼ି ଯାଇଥିଲେ। ଏମିତି କି ସେ ଏକ ପ୍ରଶ୍ନ ପଚାରି ଅମିତାଭଙ୍କ ପାଟି ବନ୍ଦ କରି ଦେଇଥିଲେ। ଏ ଥିଲା ‘କୌନ୍ ବନେଗା କରୋଡ୍‌ପତି’ର ମଙ୍ଗଳବାର ( ସେପ୍ଟେମ୍ବର୧୮ ତାରିଖ)ର ଦୃଶ୍ୟ। ସେଦିନ ହଟ୍ ସିଟ୍‌ରେ ବସିଥିଲେ ସୋମା। […]

ଅଦ୍ୟତନ ହୋଇଛି
କେବିସି ସେଟ୍‌ରେ ପୁଣି ହସାଇଲେ ସୋମା, ଧର୍ମେନ୍ଦ୍ର ବି ହସ ରୋକି ପାରିଲେନି

amitav9

Advertisment

ମୁମ୍ବାଇ: ପ୍ରଥମ ସାକ୍ଷାତରେ ହୁଏତ ଅମିତାଭ ବଚ୍ଚନଙ୍କ ପରି ଷ୍ଟାରଙ୍କ ସାମ୍ନାରେ ଅନେକଙ୍କ ପାଟିରୁ କଥା ବାହାରି ନପାରେ, କିନ୍ତୁ କୋଲକାତାର ସୋମା ଚୌ୍ଧୁରୀ ଏମିତି ସବୁ କଥା କହିଲେ ଯେ ଅମିତାଭ ବି ହସି ହସି ଗଡ଼ି ଯାଇଥିଲେ। ଏମିତି କି ସେ ଏକ ପ୍ରଶ୍ନ ପଚାରି ଅମିତାଭଙ୍କ ପାଟି ବନ୍ଦ କରି ଦେଇଥିଲେ।

Advertisment

ଏ ଥିଲା ‘କୌନ୍ ବନେଗା କରୋଡ୍‌ପତି’ର ମଙ୍ଗଳବାର ( ସେପ୍ଟେମ୍ବର୧୮ ତାରିଖ)ର ଦୃଶ୍ୟ। ସେଦିନ ହଟ୍ ସିଟ୍‌ରେ ବସିଥିଲେ ସୋମା।

ଅନ୍ୟାନ୍ୟ ସବୁ କଥା ଭିତରେ ସେ ଅମିତାଭଙ୍କୁ ପଚାରିଥିଲେ,“ଆପଣ କୁହନ୍ତୁ, କେଉଁ ବିବାହିତ ମହିଳା ସ୍ୱପ୍ନରେ ତାଙ୍କ ସ୍ୱାମୀଙ୍କୁ ଦେଖନ୍ତି?”

Advertisment

ଏହା ଅମିତାଭଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଶୋ’ରେ ଉପସ୍ଥିତ ମହିଳାମାନେ ବି ଏହି ପ୍ରଶ୍ନରେ ସୋମାଙ୍କ ଉତ୍ତରକୁ ସମର୍ଥନ କରିଥିଲେ। ସୋମା କହିଥିଲେ, କୌଣସି ବିବାହିତା ମହିଳା ସ୍ୱପ୍ନରେ ତାଙ୍କ ସ୍ୱାମୀଙ୍କୁ ଦେଖନ୍ତି ନାହିଁ।

amitav1
ଶେଷରେ ଏମିତି ହେଲା ଯେ ଅମିତାଭ ତାଙ୍କୁ ହାତଯୋଡ଼ି ‘ଦେବୀ ତୁମେ ଧନ୍ୟ’ କହି ଶୋ’ ଆରମ୍ଭ କରିଥିଲେ।

ବୁଧବାର ବି ସୋମା ହଟ୍ ସିଟ୍‌ରେ ବସିଥିଲେ। ସେ ଉଭୟ ଅମିତାଭ ଓ ଧର୍ମେନ୍ଦ୍ରଙ୍କର ବଡ଼ ଫ୍ୟାନ୍ ବୋଲି ପ୍ରଥମ ଦିନ କହିଥିଲେ।

ଗତକାଲି ତାଙ୍କୁ ଧର୍ମେନ୍ଦ୍ରଙ୍କ ସଂପର୍କିତ ଏକ ପ୍ରଶ୍ନ ପଚରାଯାଇଥିଲା। ତାଙ୍କୁ ଧର୍ମେନ୍ଦ୍ରଙ୍କ ଏକ ଫିଲ୍ମର ଦୃଶ୍ୟ ଦେଖା ଯାଇଥିଲା ଓ ଫିଲ୍ମର ନାଁ ପଚରା ଯାଇଥିଲା। ସେ ଏହାର ସଠିକ୍ ଉତ୍ତର ଦେଇଥିଲେ।

[caption id="attachment_278003" align="alignnone" width="750"]dhhiru image credit- aajtak[/caption]

ତା’ପରେ ଧର୍ମେନ୍ଦ୍ରଙ୍କ ସହିତ ତାଙ୍କୁ ଫୋନ୍‌ରେ କଥା କରାଇ ଦିଆଯାଇଥିଲା। ଏହି ସମୟରେ ଧର୍ମେନ୍ଦ୍ରଙ୍କୁ କହିଥିଲେ,“ଆପଣ ୮୨ ବର୍ଷରେ ବି ଯୁବକଙ୍କ ଭଳି ଲାଗୁଛନ୍ତି। ଏହି ବୟସରେ ତ ଲୋକ ବିଛଣାରେ ପଡ଼ି ରହୁଛନ୍ତି। ଆପଣ ବୁଢ଼ା ହେବେନି କି?’

ଧର୍ମେନ୍ଦ୍ରଙ୍କ ସହ କଥା ହେଲା ବେଳେ ସେ ତାଙ୍କ ସବୁ ସ୍ୱପ୍ନ ସତ ହୋଇଗଲା ବୋଲି ମଧ୍ୟ କହିଥିଲେ।

ଏସବୁ ଶୁଣି ଧର୍ମେନ୍ଦ୍ର ତ ହସିଥିଲେ, ସେଟ୍‌ରେ ଉପସ୍ଥିତ ଅମିତାଭ ବଚ୍ଚନ ଓ ଅନ୍ୟ ଦର୍ଶକମାନେ ମଧ୍ୟ ବହୁତ ହସିଥିଲେ।

ସୋମା ତିନି ଲକ୍ଷ ଟଙ୍କା ଜିତିଥିଲେ।

ପଢ଼ନ୍ତୁ- ‘ଆପଣ କୁହନ୍ତୁ, କେଉଁ ମହିଳା ବାହାଘର ପରେ ନିଜ ସ୍ୱାମୀଙ୍କୁ ସ୍ୱପ୍ନରେ ଦେଖେ?’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe