ଦେଖନ୍ତୁ 'ହିରୋ ନଂ-୧'ର ଗୀତ ସୁଟିଂ ବେଳର କିଛି ଏକ୍ସକ୍ଲୁସିଭ୍ ଫଟୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ପୂଜା ବଜାରରେ ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘ହିରୋ ନଂ-୧’କୁ ମିଳିଛି ଜବରଦସ୍ତ ରେସପନ୍ସ। ଚକୋଲେଟ୍ ହିରୋ ବାବୁସାନ ଓ ଭୂମିକାଙ୍କ ଯୋଡ଼ି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଛି। ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଫିଲ୍ମର ‘କାଞ୍ଚିରେ କାଞ୍ଚି’ ଗୀତକୁ ନେଇ ଓଲିଉଡରେ ଖୁବ୍ ଚର୍ଚ୍ଚା ଚାଲିଛି। ଦେଖନ୍ତୁ ସେହି ଗୀତର ସୁଟିଂ ବେଳର କିଛି ଏକ୍ସକ୍ଲୁସିଭ୍ ଫଟୋ। ଲୋକେସନ୍, କ୍ଲାରିଟି, ଗୀତର ଧୁନ୍ ଏବଂ ହିରୋ ହିରୋଇନ୍‌ଙ୍କ ଲୁକ୍, ସବୁକିଛି ପରଫେକ୍ଟଲୀ […]

HEOR-11

HEOR-11

Ordigital Desk
  • Published: Wednesday, 04 October 2017
  • Updated: 07 October 2017, 03:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ପୂଜା ବଜାରରେ ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘ହିରୋ ନଂ-୧’କୁ ମିଳିଛି ଜବରଦସ୍ତ ରେସପନ୍ସ। ଚକୋଲେଟ୍ ହିରୋ ବାବୁସାନ ଓ ଭୂମିକାଙ୍କ ଯୋଡ଼ି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଛି। ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଫିଲ୍ମର ‘କାଞ୍ଚିରେ କାଞ୍ଚି’ ଗୀତକୁ ନେଇ ଓଲିଉଡରେ ଖୁବ୍ ଚର୍ଚ୍ଚା ଚାଲିଛି। ଦେଖନ୍ତୁ ସେହି ଗୀତର ସୁଟିଂ ବେଳର କିଛି ଏକ୍ସକ୍ଲୁସିଭ୍ ଫଟୋ।

ଲୋକେସନ୍, କ୍ଲାରିଟି, ଗୀତର ଧୁନ୍ ଏବଂ ହିରୋ ହିରୋଇନ୍‌ଙ୍କ ଲୁକ୍, ସବୁକିଛି ପରଫେକ୍ଟଲୀ ମ୍ୟାଚ୍ କରିଯାଇଛି।

ଏହି ଗୀତର ଡ୍ୟାନ୍ସ କୋରିଓଗ୍ରାଫର୍ ଗିରୀଶ ମହାନ୍ତିଙ୍କ କହିବା ଅନୁଯାୟୀ, ଗୀତଟିର ସୁଟିଂ ରାଜସ୍ଥାନର ଦୁଇଟି ସ୍ଥାନରେ ହୋଇଥିଲା।

ଗୋଟିଏ ଜାଗା ହେଲା ଖିମ୍‌ସର ପୋର୍ଟ ଏବଂ ଅନ୍ୟ ସ୍ଥାନଟି ଯୋଧପୁର ଓ ଜୟସଲମେଲ୍ ମଝିରେ ଥିବା ଏକ ମରୁଭୂମି।

ବର୍ଷାର ଦେଖା ନଥିଲା, ପାଗ ସଂପୂର୍ଣ୍ଣ ଶୁଖିଲା, ଦିନ ସାରା ଖରାରେ ହିଁ ପୂରା ସୁଟିଂ ହେଉଥିଲା।

ଯେଉଁ ମରୁଭୂମିରେ ସୁଟିଂ ଚାଲିଥିଲା ତାହା ଏକ ଘରୋଇ ସଂସ୍ଥା ଦ୍ୱାରା ବିକଶିତ ସ୍ଥାନ।

ଯେଉଁଠାରେ କି ପାଣି, ଗଛ ଓ କିଛି କଟେଜ୍ ଥିଲା। ଏଠାରେ ବହୁ ହିନ୍ଦି ଫିଲ୍ମର ସୁଟିଂ କରାଯାଇଛି।

ଏକ ୩୦ ଜଣିଆ ଟିମ୍ ସୁଟିଂ ପାଇଁ ସେଠି ଡେରା ପକାଇଥିଲେ ଦୁଇଦିନ।

କୋରିଓଗ୍ରାଫର ଗିରୀଶ ଓ ତାଙ୍କର ଆଉ ୩ ଜଣ ସହଯୋଗୀ ୪ ଦିନ ଆଗରୁ ଯାଇ ଯୋଗାଡ଼ଯନ୍ତ୍ର କରିବା ସହ ସୁଟିଂ ପାଇଁ ବ୍ୟବସ୍ଥା କରିଥିଲେ।

ହିରୋ ହିରୋଇନ୍‌ଙ୍କ ପାଇଁ ସମୁଦାୟ ୪ ପେୟାର୍ ଡ୍ରେସ୍ ନିଆ ଯାଇଥିଲା।

ଡ୍ରେସ୍ ମରୁଭୂମିକୁ ସୁଟ୍ କଲାପରି ଡିଜାଇନ୍ ଓ କଲର୍ ପସନ୍ଦ କରାଯାଇଥିଲା।

ତେବେ ଓଡ଼ିଶାରୁ ହିଁ ଡ୍ରେସ୍ ଡିଜାଇନ୍ କରି ସେଠାକୁ ନିଆଯାଇଥିଲା। ରାଜସ୍ଥାନର ପାରମ୍ପରିକ ଡ୍ରେସ୍ ବ୍ୟବହାର କରାଯାଇ ନଥିଲା।  ସୁଟିଂ ପାଇଁ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ଓ କ୍ୟାମେରା ବ୍ୟବହାର କରାଯାଇଥିଲା। ଏରିଏଲ୍ ଭିଉ ପାଇଁ ସ୍ୱତନ୍ତ୍ର ଡ୍ରୋନ୍ ବ୍ୟବହାର କରାଯାଇଥିଲା। ସୁଟିଂରେ ଯେଉଁମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେମାନେ ହେଲେ- କୋରିଓଗ୍ରାଫର ଗିରୀଶ, ତାଙ୍କ ସହଯୋଗୀ ବର୍ଷା, ଡିରେକ୍ଟର ଅଫ୍ ଫଟୋଗ୍ରାଫି ରବୀନ୍ଦ୍ର ବେହେରା ଓ ଡ୍ରୋନ୍ ଚାଳକ ଟୁଟୁଭାଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos