HEOR-11
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂଜା ବଜାରରେ ରିଲିଜ୍ ହୋଇଥିବା ଓଡ଼ିଆ ଫିଲ୍ମ ‘ହିରୋ ନଂ-୧’କୁ ମିଳିଛି ଜବରଦସ୍ତ ରେସପନ୍ସ। ଚକୋଲେଟ୍ ହିରୋ ବାବୁସାନ ଓ ଭୂମିକାଙ୍କ ଯୋଡ଼ି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଛି। ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଫିଲ୍ମର ‘କାଞ୍ଚିରେ କାଞ୍ଚି’ ଗୀତକୁ ନେଇ ଓଲିଉଡରେ ଖୁବ୍ ଚର୍ଚ୍ଚା ଚାଲିଛି। ଦେଖନ୍ତୁ ସେହି ଗୀତର ସୁଟିଂ ବେଳର କିଛି ଏକ୍ସକ୍ଲୁସିଭ୍ ଫଟୋ।/odisha-reporter/media/post_attachments/wp-content/uploads/2017/10/HEOR-9.jpg)
ଲୋକେସନ୍, କ୍ଲାରିଟି, ଗୀତର ଧୁନ୍ ଏବଂ ହିରୋ ହିରୋଇନ୍ଙ୍କ ଲୁକ୍, ସବୁକିଛି ପରଫେକ୍ଟଲୀ ମ୍ୟାଚ୍ କରିଯାଇଛି।/odisha-reporter/media/post_attachments/wp-content/uploads/2017/10/HERO-1.jpg)
ଏହି ଗୀତର ଡ୍ୟାନ୍ସ କୋରିଓଗ୍ରାଫର୍ ଗିରୀଶ ମହାନ୍ତିଙ୍କ କହିବା ଅନୁଯାୟୀ, ଗୀତଟିର ସୁଟିଂ ରାଜସ୍ଥାନର ଦୁଇଟି ସ୍ଥାନରେ ହୋଇଥିଲା।/odisha-reporter/media/post_attachments/wp-content/uploads/2017/10/HERO-2.jpg)
ଗୋଟିଏ ଜାଗା ହେଲା ଖିମ୍ସର ପୋର୍ଟ ଏବଂ ଅନ୍ୟ ସ୍ଥାନଟି ଯୋଧପୁର ଓ ଜୟସଲମେଲ୍ ମଝିରେ ଥିବା ଏକ ମରୁଭୂମି।/odisha-reporter/media/post_attachments/wp-content/uploads/2017/10/HERO-3.jpg)
ବର୍ଷାର ଦେଖା ନଥିଲା, ପାଗ ସଂପୂର୍ଣ୍ଣ ଶୁଖିଲା, ଦିନ ସାରା ଖରାରେ ହିଁ ପୂରା ସୁଟିଂ ହେଉଥିଲା।/odisha-reporter/media/post_attachments/wp-content/uploads/2017/10/HERO-6.jpg)
ଯେଉଁ ମରୁଭୂମିରେ ସୁଟିଂ ଚାଲିଥିଲା ତାହା ଏକ ଘରୋଇ ସଂସ୍ଥା ଦ୍ୱାରା ବିକଶିତ ସ୍ଥାନ।/odisha-reporter/media/post_attachments/wp-content/uploads/2017/10/HERO-8.jpg)
ଯେଉଁଠାରେ କି ପାଣି, ଗଛ ଓ କିଛି କଟେଜ୍ ଥିଲା। ଏଠାରେ ବହୁ ହିନ୍ଦି ଫିଲ୍ମର ସୁଟିଂ କରାଯାଇଛି।/odisha-reporter/media/post_attachments/wp-content/uploads/2017/10/HERO-12.jpg)
ଏକ ୩୦ ଜଣିଆ ଟିମ୍ ସୁଟିଂ ପାଇଁ ସେଠି ଡେରା ପକାଇଥିଲେ ଦୁଇଦିନ।/odisha-reporter/media/post_attachments/wp-content/uploads/2017/10/HERO-14.jpg)
କୋରିଓଗ୍ରାଫର ଗିରୀଶ ଓ ତାଙ୍କର ଆଉ ୩ ଜଣ ସହଯୋଗୀ ୪ ଦିନ ଆଗରୁ ଯାଇ ଯୋଗାଡ଼ଯନ୍ତ୍ର କରିବା ସହ ସୁଟିଂ ପାଇଁ ବ୍ୟବସ୍ଥା କରିଥିଲେ।/odisha-reporter/media/post_attachments/wp-content/uploads/2017/10/HERO-7.jpg)
ହିରୋ ହିରୋଇନ୍ଙ୍କ ପାଇଁ ସମୁଦାୟ ୪ ପେୟାର୍ ଡ୍ରେସ୍ ନିଆ ଯାଇଥିଲା।/odisha-reporter/media/post_attachments/wp-content/uploads/2017/10/HERO-10.jpg)
ଡ୍ରେସ୍ ମରୁଭୂମିକୁ ସୁଟ୍ କଲାପରି ଡିଜାଇନ୍ ଓ କଲର୍ ପସନ୍ଦ କରାଯାଇଥିଲା।/odisha-reporter/media/post_attachments/wp-content/uploads/2017/10/HERO-15-copy.jpg)
ତେବେ ଓଡ଼ିଶାରୁ ହିଁ ଡ୍ରେସ୍ ଡିଜାଇନ୍ କରି ସେଠାକୁ ନିଆଯାଇଥିଲା। ରାଜସ୍ଥାନର ପାରମ୍ପରିକ ଡ୍ରେସ୍ ବ୍ୟବହାର କରାଯାଇ ନଥିଲା। ସୁଟିଂ ପାଇଁ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ଓ କ୍ୟାମେରା ବ୍ୟବହାର କରାଯାଇଥିଲା। ଏରିଏଲ୍ ଭିଉ ପାଇଁ ସ୍ୱତନ୍ତ୍ର ଡ୍ରୋନ୍ ବ୍ୟବହାର କରାଯାଇଥିଲା। ସୁଟିଂରେ ଯେଉଁମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେମାନେ ହେଲେ- କୋରିଓଗ୍ରାଫର ଗିରୀଶ, ତାଙ୍କ ସହଯୋଗୀ ବର୍ଷା, ଡିରେକ୍ଟର ଅଫ୍ ଫଟୋଗ୍ରାଫି ରବୀନ୍ଦ୍ର ବେହେରା ଓ ଡ୍ରୋନ୍ ଚାଳକ ଟୁଟୁଭାଇ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/10/HEOR-11.jpg)