ଫେସ୍‌ବୁକ୍‌ରେ ଆକାଉଣ୍ଟ ଖୋଲିଲେ ବିଦ୍ୟା ବାଲନ

ମୁମ୍ବାଇ: କାଟ୍ରିନାଙ୍କ ପରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ଫେସ୍‌ବୁକ୍‌ରେ ନିଜର ଆକାଉଣ୍ଟ ଖୋଲିଛନ୍ତି। ବିଦ୍ୟା ଏପର୍ଯ୍ୟନ୍ତ ଟ୍ୱିଟର ଓ ଇନ୍‌ଷ୍ଟାଗ୍ରାମରେ ଥିଲେ। ହେଲେ ତାଙ୍କର ଫେସ୍‌ବୁକ୍‌ ଆକାଉଣ୍ଟ ନ ଥିଲା।

ଆଜି ବିଦ୍ୟା ବାଲନଙ୍କ ଫିଲ୍ମ ‘କାହାନୀ-୨: ଦୁର୍ଗା ରାଣୀ ସିଂହ’ର ଟ୍ରେଲର ରିଲିଜ ହୋଇଛି। ଏହି ଅବସରରେ ବିଦ୍ୟା ଫେସ୍‌ବୁକ୍‌ ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି। ସେ କହିଛନ୍ତି,“ଫେସ୍‌ବୁକ୍‌ରେ ରହିବା ଅତ୍ୟନ୍ତ ରୋମାଞ୍ଚକର। ଫେସ୍‌ବୁକ୍‌ରେ ମୋତେ ବହୁ ଜଣ ବହୁତ କିଛି ପଚାରିଛନ୍ତି। ମୁଁ ସେମାନଙ୍କ ସହ ଚାଟ୍‌ କରିବାକୁ ପ୍ରସ୍ତୁତ ଅଛି।”

‘କାହାନୀ-୨: ଦୁର୍ଗା ରାଣୀ ସିଂହ’ ୨୦୧୨ରେ ରିଲିଜ ହୋଇଥିବା ‘କାହାନୀ’ର ସିକ୍ୱେଲ। ଏହାକୁ ସୁଜୋୟ ଘୋଷ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ବିଦ୍ୟାଙ୍କ ସହ ଅର୍ଜୁନ ରାମପାଳ ନଜରକୁ ଆସିବେ। ଆସନ୍ତା ଡିସେମ୍ବର ୨ ତାରିଖରେ ଏହା ରିଲିଜ ହେବ।

ଆହୁରି ପଢ଼ନ୍ତୁ

କ୍ୟାନସର୍ ଲଢ଼େଇ ଜିତିଲେ ସଞ୍ଜୟ ଦତ୍ତ

ରିଲିଜ୍ ପୂର୍ବରୁ ବିବାଦରେ ଫସିଲା ଅକ୍ଷୟ ଓ କିଆରାଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’

ଗୀତ ଗାଇ ଲୋକଙ୍କ ହୃଦୟ ଚୋରି କରୁଛନ୍ତି ଶେହନାଜ୍

ଦର୍ଶକଙ୍କୁ କିମିଆ କରୁଛି ନୋରାଙ୍କ ନୂଆ ଗୀତ

ଲୁଡୋ: ଏଥର ଦୀପାବଳିକୁ ମଜାଦାର କରିବେ ରାଜକୁମାର ଓ ଅଭିଷେକ

ପରଲୋକରେ ‘ଇନ୍ଦୁ ଦାଦୀ’

କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

ହାପି ବର୍ଥ ଡେ’ ସ୍ମିତା ପାଟିଲ୍: ଅଭିନେତ୍ରୀ ପୂର୍ବରୁ ସେ ଥିଲେ ଟିଭି ଉପସ୍ଥାପିକା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କଲା ମୁମ୍ୱାଇ ପୁଲିସ୍

ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

କଙ୍ଗନାଙ୍କ ନୂଆ ଟ୍ୱିଟ୍: କେଉଁଥିରେ ମଜା ଓ କେଉଁଥିରେ ସଜା