vidya
ମୁମ୍ବାଇ: କାଟ୍ରିନାଙ୍କ ପରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ଫେସ୍ବୁକ୍ରେ ନିଜର ଆକାଉଣ୍ଟ ଖୋଲିଛନ୍ତି। ବିଦ୍ୟା ଏପର୍ଯ୍ୟନ୍ତ ଟ୍ୱିଟର ଓ ଇନ୍ଷ୍ଟାଗ୍ରାମରେ ଥିଲେ। ହେଲେ ତାଙ୍କର ଫେସ୍ବୁକ୍ ଆକାଉଣ୍ଟ ନ ଥିଲା।
ଆଜି ବିଦ୍ୟା ବାଲନଙ୍କ ଫିଲ୍ମ ‘କାହାନୀ-୨: ଦୁର୍ଗା ରାଣୀ ସିଂହ’ର ଟ୍ରେଲର ରିଲିଜ ହୋଇଛି। ଏହି ଅବସରରେ ବିଦ୍ୟା ଫେସ୍ବୁକ୍ ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି। ସେ କହିଛନ୍ତି,“ଫେସ୍ବୁକ୍ରେ ରହିବା ଅତ୍ୟନ୍ତ ରୋମାଞ୍ଚକର। ଫେସ୍ବୁକ୍ରେ ମୋତେ ବହୁ ଜଣ ବହୁତ କିଛି ପଚାରିଛନ୍ତି। ମୁଁ ସେମାନଙ୍କ ସହ ଚାଟ୍ କରିବାକୁ ପ୍ରସ୍ତୁତ ଅଛି।”
‘କାହାନୀ-୨: ଦୁର୍ଗା ରାଣୀ ସିଂହ’ ୨୦୧୨ରେ ରିଲିଜ ହୋଇଥିବା ‘କାହାନୀ’ର ସିକ୍ୱେଲ। ଏହାକୁ ସୁଜୋୟ ଘୋଷ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ବିଦ୍ୟାଙ୍କ ସହ ଅର୍ଜୁନ ରାମପାଳ ନଜରକୁ ଆସିବେ। ଆସନ୍ତା ଡିସେମ୍ବର ୨ ତାରିଖରେ ଏହା ରିଲିଜ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/10/vidya_sm_650_102516040922.jpg)