Advertisment

ସୁସ୍ଥ ଅଛନ୍ତି ବିଜୟ ମହାନ୍ତି, ଗୁଜବକାରୀ କ୍ଷମା ମାଗନ୍ତୁ କହିଲେ ସବ୍ୟସାଚୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ଅଭିନେତା ବିଜୟ ମହାନ୍ତି ସୁସ୍ଥ ଅଛନ୍ତି। ତାଙ୍କ ବାବଦରେ କିଛି ଲୋକ ଗୁଜବ କରିବା ପରେ ତାଙ୍କ ନିକଟତମ ସୂତ୍ରରୁ ତାଙ୍କ ସୁସ୍ଥତା ବାବଦରେ ସୂଚନା ମିଳିଛି। ଏନେଇ ଅଭିନେତା ସବ୍ୟସାଚୀ ଏକ ସୋଶାଲ ମିଡିଆ ପୋଷ୍ଟ କରି ଗୁଜବରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି। ସେହିଭଳି ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି, ନିର୍ଦ୍ଦେଶକ ଶିବ ପ୍ରସାଦ ମହାନ୍ତି ଏବଂ ସିନେମା ଜଗତର ବେଶ କିଛି କଳାକାର ମଧ୍ୟ ଏହି ଖବରକୁ ଖଣ୍ଡନ […]

ଅଦ୍ୟତନ ହୋଇଛି
ସୁସ୍ଥ ଅଛନ୍ତି ବିଜୟ ମହାନ୍ତି, ଗୁଜବକାରୀ କ୍ଷମା ମାଗନ୍ତୁ କହିଲେ ସବ୍ୟସାଚୀ

Bijay-Mohanty

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ଅଭିନେତା ବିଜୟ ମହାନ୍ତି ସୁସ୍ଥ ଅଛନ୍ତି। ତାଙ୍କ ବାବଦରେ କିଛି ଲୋକ ଗୁଜବ କରିବା ପରେ ତାଙ୍କ ନିକଟତମ ସୂତ୍ରରୁ ତାଙ୍କ ସୁସ୍ଥତା ବାବଦରେ ସୂଚନା ମିଳିଛି। ଏନେଇ ଅଭିନେତା ସବ୍ୟସାଚୀ ଏକ ସୋଶାଲ ମିଡିଆ ପୋଷ୍ଟ କରି ଗୁଜବରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି। ସେହିଭଳି ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି, ନିର୍ଦ୍ଦେଶକ ଶିବ ପ୍ରସାଦ ମହାନ୍ତି ଏବଂ ସିନେମା ଜଗତର ବେଶ କିଛି କଳାକାର ମଧ୍ୟ ଏହି ଖବରକୁ ଖଣ୍ଡନ କରିଛନ୍ତି।

Advertisment

Image may contain: 1 person, text that says Image may contain: 1 person, text that says

ସୂଚନାଯୋଗ୍ୟ ଯେ, ସୋଶାଲ ମିଡିଆରେ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଥିବା ବାବଦରେ ବେଶ କିଛି ପୋଷ୍ଟ ଭାଇରାଲ ହେଉଛି। ଫେସବୁକ୍‌ ଗ୍ରୁପ୍‌ର ଏକ ପୋଷ୍ଟର ସ୍କ୍ରିନ୍‌ଶଟ୍‌ ଏବଂ ଏକ ୱେବସାଇଟ୍‌ ଲିଙ୍କ ମଧ୍ୟ ଭାଇରାଲ ହେଉଛି। ଏହାପରେ ଓଡ଼ିଶା ରିପୋର୍ଟର ପକ୍ଷରୁ କିଛି ସିନେ ବ୍ୟକ୍ତିତ୍ୱଙ୍କୁ ଯୋଗାଯୋଗ ପରେ ବିଜୟଙ୍କ ସୁସ୍ଥତା ବାବଦରେ ସୂଚନା ମିଳିଛି।

https://twitter.com/sabyaactor/status/1280202972941520896?s=20

ସବ୍ୟସାଚୀ ଗୁଜବକାରୀଙ୍କୁ ପୋଷ୍ଟ ଡିଲିଟ୍ କରିବାକୁ ଅନୁରୋଧ କରି କହିଛନ୍ତି, ବିଜୟ ମହାନ୍ତିଙ୍କ ବାବଦରେ ଏକ ମିଛ ଖବର ଭାଇରାଲ ହେଉଛି। ସେ ଭଲ ଅଛନ୍ତି। ତାଙ୍କ ବାବଦରେ ଏପରି ପୋଷ୍ଟ କରନ୍ତୁନି। ଯେକେହି ବି ଏଭଳି ପୋଷ୍ଟ କରିଛନ୍ତି, କ୍ଷମା ମାଗନ୍ତୁ ଏବଂ ପୋଷ୍ଟଗୁଡ଼ିକୁ ଡିଲିଟ୍‌ କରନ୍ତୁ। ଶେଷରେ ସେ ବିଜୟ ମହାନ୍ତିଙ୍କ ଦୀର୍ଘାୟୁ କାମନା କରିଛନ୍ତି। ସେହିଭଳି ସ୍ନିଗ୍ଧା ଲେଖିଛନ୍ତି, ଏପରି ପୋଷ୍ଟ କରନ୍ତୁନି। ମାନବିକତା ଟିକେ ତ ଦେଖାନ୍ତୁ। ନିଜ ପ୍ରଚାର ପାଇଁ ଏମିତି କିଏ କରିପାରେ?

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe