Advertisment

ମିଛ ଖବରରେ ଅନୁ ଖପ୍ପା, ଥାନାର ଦ୍ୱାରସ୍ଥ ହେଲେ

‘ଏମିତି ଅପପ୍ରଚାର କରନ୍ତୁ ନାହିଁ। ନିଜର ଭ୍ୟୁୟରଶିପ୍, ମନିଟାଇଜେସନ୍ ଓ ସବ୍‌କ୍ରିପ୍‌ସନ୍‌ ବଢ଼ାଇବା ପାଇଁ ଏମିତି ମିଛ ଖବର ଦିଅନ୍ତୁ ନାହିଁ।’

author-image
Jitendra Garnayak
Anu Chaudhury

Anu Chaudhury

‘ଅଭିନେତ୍ରୀ ଅନୁ ଚୌଧୁରୀ ଅସୁସ୍ଥ ଅଛନ୍ତି। ତାଙ୍କୁ କ୍ୟାନସର ହୋଇଛି।’ ଏକ ନ୍ୟୁଜ୍ ପୋର୍ଟାଲରେ ଆଜି ଏମିତି ଏକ ଖବର ଦେଖିବା ପରେ ରାଗି ଯାଇଥିଲେ ଅନୁ ଚୌଧୁରୀ। ତାଙ୍କ ନାଁରେ ମିଛ ଖବର ପ୍ରକାଶ କରାଯାଇଥିବା ନେଇ ସେ ଉକ୍ତ ନ୍ୟୁଜ୍ ପୋର୍ଟାଲ ବିରୋଧରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଅନୁ କହିଛନ୍ତି, ମୁଁ ଭଲ ଅଛି। ସଂପୂର୍ଣ୍ଣ ସୁସ୍ଥ ଅଛି। କିନ୍ତୁ ଆଜି ସକାଳୁ ସୋଶାଲ ମିଡିଆରେ ମୋ ନାଁରେ ଏକ ମିଛ ଖବର ପ୍ରଚାରିତ ହୋଇ ଚାଲିଛି। ସେଥିରେ ମୋ ଦେହ ବହୁତ ଖରାପ ଅଛି ଓ ମୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି ବୋଲି କୁହାଯାଇଛି। ଏକ ନ୍ୟୁଜ୍ ପୋର୍ଟାଲ ଏହି ଖବର ପ୍ରକାଶ କରିଛି। ଉକ୍ତ ଖବରର ଲିଙ୍କ୍ ମୁଁ ସାଇବର ଥାନାକୁ ପଠାଇ ଦେଇଛି।

ଏମିତି ମିଛ ଖବର ପ୍ରକାଶ କରୁଥିବା ନ୍ୟୁଜ୍ ପୋର୍ଟାଲଗୁଡ଼ିକ ଉଦ୍ଦେଶ୍ୟରେ ଅନୁ କହିଛନ୍ତି, ଏମିତି ଅପପ୍ରଚାର କରନ୍ତୁ ନାହିଁ। ନିଜର ଭ୍ୟୁୟରଶିପ୍, ମନିଟାଇଜେସନ୍ ଓ ସବ୍‌କ୍ରିପ୍‌ସନ୍‌ ବଢ଼ାଇବା ପାଇଁ ଏମିତି ମିଛ ଖବର ଦିଅନ୍ତୁ ନାହିଁ। ଆଗରୁ ମଧ୍ୟ ଏହିଭଳି ମିଛ ଖବର ଆସିଛି। କେବଳ ମୋର ନୁହେଁ, ଅନ୍ୟମାନଙ୍କ ନାଁରେ ଆସିଛି। ମୋର ଅନୁରୋଧ ସଠିକ୍ ଢଙ୍ଗରେ ଖବର ପ୍ରସାରଣ କରନ୍ତୁ। କାହାର ଦେହ ଖରାପ ଅଛି କହି ମିଛ ଖବର ଦିଅନ୍ତୁ ନାହିଁ। ଆଜି ଏହି ଖବର ଯୋଗୁ ମୋ ପାଖକୁ ବହୁ ଲୋକ ଫୋନ୍ କରୁଛନ୍ତି। ଘର ଲୋକଙ୍କୁ ବି ଫୋନ୍ ଆସୁଛି। ଆମେ ଫୋନ୍ ଆଟେଣ୍ଡ କରି କରି ଥକି ଗଲୁଣି।ଏଣୁ ଏଭଳି ମିଛ ଖବର ଦେବା ଭଲ କଥା ନୁହେଁ।

Advertisment
Cyber Crime Anu Choudhury