Advertisment

ପ୍ରଖ୍ୟାତ ହଲିଉଡ୍ ଗାୟକ ଲିଟିଲ୍ ରିଚାର୍ଡଙ୍କ ପରଲୋକ

ଲସ୍ ଆଞ୍ଜେଲସ୍: ଆମେରିକାର ଲୋକପ୍ରିୟ ଗାୟକ ତଥା ଗୀତିକାର ଲିଟିଲ୍ ରିଚାର୍ଡ ୮୭ ବର୍ଷ ବୟସରେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ  ଅନେକ ଦିନରରୁ ବୋନ୍ କ୍ୟାନସରରେ ପୀଡ଼ିତ ଥିଲେ ବୋଲି ସୂଚନା ମିଳିଛି। ରିଚାର୍ଡ ଏକାଧାରରେ ଜଣେ ଗୀତିକାର, ଗାୟକ, ଅଭିନେତା ଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ହଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି। ହଲିଉଡର ବହୁ ବିଶିଷ୍ଟ କଳାକାରମାନେ ଲିଟିଲ୍ ରିଚାର୍ଡଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। The Originator. The […]

ପ୍ରଖ୍ୟାତ ହଲିଉଡ୍ ଗାୟକ ଲିଟିଲ୍ ରିଚାର୍ଡଙ୍କ ପରଲୋକ

little-richard

Advertisment

ଲସ୍ ଆଞ୍ଜେଲସ୍: ଆମେରିକାର ଲୋକପ୍ରିୟ ଗାୟକ ତଥା ଗୀତିକାର ଲିଟିଲ୍ ରିଚାର୍ଡ ୮୭ ବର୍ଷ ବୟସରେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ  ଅନେକ ଦିନରରୁ ବୋନ୍ କ୍ୟାନସରରେ ପୀଡ଼ିତ ଥିଲେ ବୋଲି ସୂଚନା ମିଳିଛି। ରିଚାର୍ଡ ଏକାଧାରରେ ଜଣେ ଗୀତିକାର, ଗାୟକ, ଅଭିନେତା ଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ହଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି। ହଲିଉଡର ବହୁ ବିଶିଷ୍ଟ କଳାକାରମାନେ ଲିଟିଲ୍ ରିଚାର୍ଡଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

Advertisment

https://twitter.com/violadavis/status/1259134931361361920?s=20

https://twitter.com/BetteMidler/status/1259137691230273537?s=20

ଲିଟିଲ୍ ରିଚାର୍ଡଙ୍କ ଆଲବମ୍ 'ରକ୍ ଏନ୍ ରୋଲ୍’ ଏତେ ଲୋକପ୍ରିୟ ହୋଇଥିଲା ଯେ, ସେ ନିଜେ କୌଣସି ଜୋନରରେ ଫିଟ୍ ହେବା ବଦଳରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ। ଏହି ଆଲବମ୍ ଆସିବା ପରେ ଲୋକମାନେ ତାଙ୍କୁ ରକ୍ ଆଣ୍ଡ ରୋଲର୍ ନାମରେ ଜାଣିବାକୁ ଲାଗିଲେ। ସେ ତାଙ୍କର ଗୀତ "ଟୁଟ୍ଟି ଫ୍ରୁଟି" ଏବଂ "ଲଙ୍ଗ ଟଲ୍ ସ୍ୟାଲି" ପାଇଁ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଥିଲା।

https://twitter.com/BillyIdol/status/1259161810193616902?s=20

https://twitter.com/chancetherapper/status/1259141096476758018?s=20

https://twitter.com/SpikeLeeJoint/status/1259148330128424960?s=20

ହଲିଉଡ୍ ସମେତ ବିଶ୍ୱର ବିଭିନ୍ନ ସ୍ଥାନରୁ ତାଙ୍କର ପ୍ରଶଂସକମାନେ ସୋଶାଲ୍ ମିଡିଆ ଜରିଆରେ ଶୋକ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ତାଙ୍କ ସହ ନିଜ ଅନୁଭୂତିକୁ ମଧ୍ୟ ଶେଆର୍ କରିଛନ୍ତି। ଲିଟିଲ୍ ରିଚାର୍ଡଙ୍କ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି, ସେ ଉଭୟ ଯୁବପିଢ଼ି ଏବଂ ନିଜ ପିଡ଼ି ମଧ୍ୟରେ ଖୁବ୍ ଲୋକପ୍ରିୟ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe