Advertisment

ସଲମାନ୍‌ଙ୍କୁ ଭେଟିବାକୁ ୬୦୦ କିଲୋମିଟର ସାଇକେଲ୍‌ ଚଲାଇ ଆସିଲେ ଫ୍ୟାନ୍‌

ମୁମ୍ୱାଇ: ବଲିଉଡ୍‌ ଅଭିନେତାଙ୍କ ପାଇଁ ଫ୍ୟାନ୍‌ମାନଙ୍କ ପାଗଳାମି କଥା କିଛି ନୂଆ ନୁହେଁ। ଏହି ପାଗଳାମି ଯୋଗୁ ଫ୍ୟାନ୍‌ମାନେ କେତେ କ’ଣ କରିବସନ୍ତି। ଏହାର ଅନେକ ନଜିର ରହିଛି। ଏବେ ପୁଣି ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ଆସନ୍ତାକାଲି ଗୁଆହାଟୀରେ ଫିଲ୍ମଫେୟାର ଆୱାର୍ଡ ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ସଲ୍‌ମାନ୍‌ଙ୍କୁ ଦେଖିବା ପାଇଁ ଜଣେ ଫ୍ୟାନ୍‌ ୬୦୦ କିଲୋମିଟର ସାଇକେଲ୍‌ ଚଲାଇ ଆସି ସେଠାରେ ପହଞ୍ଚିଛନ୍ତି। ସଲ୍‌ମାନ୍‌ଙ୍କ ଏହି ଫ୍ୟାନ୍‌ଙ୍କ ନାଁ ଭୂପେନ୍ […]

ସଲମାନ୍‌ଙ୍କୁ ଭେଟିବାକୁ ୬୦୦ କିଲୋମିଟର ସାଇକେଲ୍‌ ଚଲାଇ ଆସିଲେ ଫ୍ୟାନ୍‌

fan

Advertisment

ମୁମ୍ୱାଇ: ବଲିଉଡ୍‌ ଅଭିନେତାଙ୍କ ପାଇଁ ଫ୍ୟାନ୍‌ମାନଙ୍କ ପାଗଳାମି କଥା କିଛି ନୂଆ ନୁହେଁ। ଏହି ପାଗଳାମି ଯୋଗୁ ଫ୍ୟାନ୍‌ମାନେ କେତେ କ’ଣ କରିବସନ୍ତି। ଏହାର ଅନେକ ନଜିର ରହିଛି। ଏବେ ପୁଣି ସେମିତି ଏକ ଘଟଣା ଦେଖିବାକୁ ମିଳିଛି।

Advertisment

ଆସନ୍ତାକାଲି ଗୁଆହାଟୀରେ ଫିଲ୍ମଫେୟାର ଆୱାର୍ଡ ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ସଲ୍‌ମାନ୍‌ଙ୍କୁ ଦେଖିବା ପାଇଁ ଜଣେ ଫ୍ୟାନ୍‌ ୬୦୦ କିଲୋମିଟର ସାଇକେଲ୍‌ ଚଲାଇ ଆସି ସେଠାରେ ପହଞ୍ଚିଛନ୍ତି।

ସଲ୍‌ମାନ୍‌ଙ୍କ ଏହି ଫ୍ୟାନ୍‌ଙ୍କ ନାଁ ଭୂପେନ୍ ଲିକ୍‌ସନ୍‌। ତାଙ୍କୁ ୫୨ ବର୍ଷ ହେଲାଣି। ସେ ଆସାମର ତିନସୁକିଆର ବାସିନ୍ଦା। ସଲମାନ୍‌ଙ୍କୁ ଭେଟିବା ପାଇଁ ସେ ଫେବ୍ରୁଆରୀ ୮ ତାରିଖରୁ ତିନସୁକିଆରୁ ସାଇକେଲ୍‌ରେ ଯାତ୍ରା ଆରମ୍ଭ କରିଥିଲେ। ଆଉ ଗତକାଲି ସେ ସେଠାରେ ପହଞ୍ଚିଥିଲେ।

Advertisment

ସୂଚନାଯୋଗ୍ୟ, ସାଇକେଲ୍‌ ଚଲାଇ ଭୂପେନ୍‌ ପୂର୍ବରୁ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ୨୦୧୩ରେ ସେ ହ୍ୟାଣ୍ଡେଲ୍‌ ନ ଛୁଇଁ ୬୦ ମିନିଟ୍‌ରେ ୪୮ କିଲୋମିଟର ସାଇକେଲ୍‌ ଚଲାଇ ଚର୍ଚ୍ଚାକୁ ଆସିଥିଲେ। ଏପରିକି ତାଙ୍କ ନାମ ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌’ରେ ସ୍ଥାନ ପାଇଥିଲା।

ଅନ୍ୟପକ୍ଷରେ ସଲମାନ୍‌ ଖାନ୍‌ ବି ସାଇକେଲ୍‌ ଚଲାଇବାକୁ ପସନ୍ଦ କରିଥା’ନ୍ତି। ଅନେକ ସମୟରେ ମୁମ୍ୱାଇର ରାସ୍ତାରେ ସେ ସାଇକେଲ୍‌ ଚଲାଉଥିବା  ଦେଖାଯାଇଥାଏ। ଏବେ କେବଳ ଦେଖିବାକୁ ବାକି ରହିଲା, ଭୂପେନ୍‌ଙ୍କ ପାଗଳାମିକୁ ନେଇ ସଲ୍‌ମାନ୍ କ’ଣ ପ୍ରତିକ୍ରିୟା ରଖୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe