Advertisment

‘ଫ୍ୟାନ୍‌’ର ଟ୍ରେଲର‌୍ ରିଲିଜ‌୍

ମୁମ୍ୱାଇ: ଶାହରୁଖ ଖାନଙ୍କ ଅପ‌କମିଂ ଫିଲ୍ମ ‘ଫ୍ୟାନ୍‌’ର ଟ୍ରେଲର‌୍ ରିଲିଜ‌୍ ହୋଇଯାଇଛି। ଫିଲ୍ମଟିର ଟ୍ରେଲର ଖୁବ‌୍ ବଢ଼ିଆ ଓ ମନଛୁଆଁ ହୋଇଛି। ୟଶରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିଦ୍ଦେର୍ଶନା ଦେଇଛନ୍ତି ମନୀଷ ଶର୍ମା। ଟ୍ରେଲରରେ ଶାହରୁଖ ଖାନଙ୍କୁ ଡବଲ‌୍ ରୋଲ‌ରେ ଦେଖିବାକୁ ମିଳିଛି। ଟ୍ରେଲରରେ ଦେଖିବାକୁ ମିଳିଛି ଯେ ଗୌରବ ନାମକ ଜଣେ ଫ୍ୟାନର ଭୂମିକାରେ ଆସିଛନ୍ତି ଶାହରୁଖ। ଗୌରବ ହେଉଛି ଆର୍ଯ୍ୟନ ଖନ୍ନାଙ୍କର ଜଣେ ବହୁତ ବଡ଼ ଫ୍ୟାନ‌୍ ଯିଏ କି ତାଙ୍କ ପାଇଁ […]

‘ଫ୍ୟାନ୍‌’ର ଟ୍ରେଲର‌୍ ରିଲିଜ‌୍

Fan-Movie

Advertisment

ମୁମ୍ୱାଇ: ଶାହରୁଖ ଖାନଙ୍କ ଅପ‌କମିଂ ଫିଲ୍ମ ‘ଫ୍ୟାନ୍‌’ର ଟ୍ରେଲର‌୍ ରିଲିଜ‌୍ ହୋଇଯାଇଛି। ଫିଲ୍ମଟିର ଟ୍ରେଲର ଖୁବ‌୍ ବଢ଼ିଆ ଓ ମନଛୁଆଁ ହୋଇଛି। ୟଶରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିଦ୍ଦେର୍ଶନା ଦେଇଛନ୍ତି ମନୀଷ ଶର୍ମା। ଟ୍ରେଲରରେ ଶାହରୁଖ ଖାନଙ୍କୁ ଡବଲ‌୍ ରୋଲ‌ରେ ଦେଖିବାକୁ ମିଳିଛି। ଟ୍ରେଲରରେ ଦେଖିବାକୁ ମିଳିଛି ଯେ ଗୌରବ ନାମକ ଜଣେ ଫ୍ୟାନର ଭୂମିକାରେ ଆସିଛନ୍ତି ଶାହରୁଖ। ଗୌରବ ହେଉଛି ଆର୍ଯ୍ୟନ ଖନ୍ନାଙ୍କର ଜଣେ ବହୁତ ବଡ଼ ଫ୍ୟାନ‌୍ ଯିଏ କି ତାଙ୍କ ପାଇଁ ସବୁକିଛି କରୁଛି। ଆର୍ଯ୍ୟନ ଭୂମିକାରେ ବି ଅଛନ୍ତି ଶାହରୁଖ। ଫିଲ୍ମରେ ଆର୍ଯ୍ୟନ ହେଉଛନ୍ତି ଜଣେ ସୁପରଷ୍ଟାର। ଗୌରବର ମୁହଁ ଆର୍ଯ୍ୟନ ଖନ୍ନାଙ୍କ ମୁହଁ ସହିତ ବହୁତ ମେଳ ଖାଉଛି। ଫିଲ୍ମଟିର ଟ୍ରେଲର ଦେଖିଲେ ଶାହରୁଖଙ୍କ ଅଭିନୀତ ‘ଡର୍’ ଫିଲ୍ମ କଥା ମନେ ପଡ଼ିଯାଉଛି। ‘ଡର୍‌’ରେ ତାଙ୍କଠାରେ ଯେଉଁ ଦିୱାନ‌ଗୀ ଦେଖିବାକୁ ମିଳିଥିଲା ଠିକ‌୍ ସେମିତି କିଛି ଦିୱାନ‌ଗୀ ଫ୍ୟାନରେ ଗୌରବ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ।

Advertisment

ଶାହରୁଖଙ୍କ ଓପୋଜିଟ‌ରେ ଅଛନ୍ତି ମଡେଲ‌୍ ୱଲୁଶ୍ଚା ଡିସୂଜା ଓ ସଚୀନଙ୍କ ଝିଅ ଶ୍ରୀୟା ପିଲଙ୍ଗାୱକର। ଫିଲ୍ମଟି ଆସନ୍ତା ଏପ୍ରିଲ‌୍ ୧୫ ତାରିଖରେ ରିଲିଜ‌୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe