Advertisment

ବିଗ୍‌ ବସ୍‌ ଘରୁ ବାହାରିଲେ ଅରହାନ୍‌: ଫ୍ୟାନ୍ ନାରାଜ

ମୁମ୍ବାଇ: ଟେଲିଭିଜନ୍‌ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୩’ ଆରମ୍ଭ ହେବା ଦିନଠୁ ସବୁ ସପ୍ତାହରେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛି। ଗତ ସପ୍ତାହରେ ମଧ୍ୟ ଆଉ ଏକ ଝଟକା ଦେଇଛି । ‘ବିଗ୍‌ ବସ୍‌’ ଘରୁ ଅରହାନ୍‌ ଖାନ୍‌ ବାହାରି ଯାଇଛନ୍ତି। ଏହି ଏଭିକ୍ସନ୍‌ରେ ଦର୍ଶକ କିନ୍ତୁ ନାରାଜ୍‌। ସୋଶାଲ୍‌ ମିଡିଆରେ ଏବେ ତାଙ୍କ ସପକ୍ଷରେ #WhyArhaanKhan ଟ୍ରେଣ୍ଡ କରୁଛି। https://www.instagram.com/p/B49vZZKA7Rt/?utm_source=ig_web_copy_link ଅରହାନ୍‌ ଶୋ’ରେ କେବଳ ଦୁଇ ସପ୍ତାହ ପାଇଁ ରହିଥିଲେ। ହେଲେ ଏତେ କମ୍‌ […]

author-image
Chinmayee Roy
ଅଦ୍ୟତନ ହୋଇଛି
ବିଗ୍‌ ବସ୍‌ ଘରୁ ବାହାରିଲେ ଅରହାନ୍‌: ଫ୍ୟାନ୍ ନାରାଜ

arhan

ମୁମ୍ବାଇ: ଟେଲିଭିଜନ୍‌ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୩’ ଆରମ୍ଭ ହେବା ଦିନଠୁ ସବୁ ସପ୍ତାହରେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛି। ଗତ ସପ୍ତାହରେ ମଧ୍ୟ ଆଉ ଏକ ଝଟକା ଦେଇଛି । 'ବିଗ୍‌ ବସ୍‌' ଘରୁ ଅରହାନ୍‌ ଖାନ୍‌ ବାହାରି ଯାଇଛନ୍ତି। ଏହି ଏଭିକ୍ସନ୍‌ରେ ଦର୍ଶକ କିନ୍ତୁ ନାରାଜ୍‌। ସୋଶାଲ୍‌ ମିଡିଆରେ ଏବେ ତାଙ୍କ ସପକ୍ଷରେ #WhyArhaanKhan ଟ୍ରେଣ୍ଡ କରୁଛି।

Advertisment

https://www.instagram.com/p/B49vZZKA7Rt/?utm_source=ig_web_copy_link

ଅରହାନ୍‌ ଶୋ’ରେ କେବଳ ଦୁଇ ସପ୍ତାହ ପାଇଁ ରହିଥିଲେ। ହେଲେ ଏତେ କମ୍‌ ସମୟରେ ମଧ୍ୟ ସେ ଦର୍ଶକଙ୍କ ମନରେ ଏକ ଖାସ୍‌ ଜାଗା ବନେଇ ପାରିଥିଲେ। ଶୋ’ରୁ ଅରହାନ୍‌ଙ୍କ ଏଭିକ୍ସନ୍‌ରେ ସବୁଠୁ ଅଧିକ ଦୁଃଖୀ ହୋଇଛନ୍ତି ରଶ୍ମି ଦେଶାଇ। ରଶ୍ମି ଓ ଅରହାନ୍‌ଙ୍କ ସ୍ପେଶାଲ୍‌ ବଣ୍ଡିଂ କାହାକୁ ବା ଅଜଣା। ଅରହାନ୍‌ ‘ବିଗ୍‌ ବସ୍‌’ରେ ଏଣ୍ଟ୍ରି କରିବା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ସେ ରଶ୍ମିଙ୍କୁ ଡେଟ୍‌ କରୁଛନ୍ତି ଓ ଶୋ’କୁ ସେ ତାଙ୍କୁ ବାହା ହେବାକୁ ଆସୁଛନ୍ତି। ହେଲେ ଶୋ’କୁ ଆସିବା ପରେ ଉଭୟଙ୍କ ମଧ୍ୟରେ ସେପରି କିଛି ରୋମାଣ୍ଟିକ୍‌ କେମେଷ୍ଟ୍ରି ଦେଖିବାକୁ ମିଳିଲା ନାହିଁ। ଦୁହେଁ କେବଳ ପରସ୍ପରର ଭଲ ବନ୍ଧୁ ଭଳି ରହିଥିଲେ। ଘରୁ ବାହାରିବା ପୂର୍ବରୁ ଅରହାନ୍‌ଙ୍କୁ ଧରି ରଶ୍ମି ବହୁତ କାନ୍ଦିଥିଲେ। ଅରହାନ୍‌ ମଧ୍ୟ ତାଙ୍କୁ ଷ୍ଟ୍ରଙ୍ଗ ରହିବାକୁ ଓ ଭଲ ଭାବେ ଗେମ୍‌ ଖେଳିବାକୁ ଉପଦେଶ ଦେଇଥିଲେ।

https://www.instagram.com/p/B4-vs7FgRAP/?utm_source=ig_web_copy_link

ଅନ୍ୟପଟେ ଅରହାନ୍‌ ଶୋ’ରୁ ବାହାରିବା ପରେ ସିଦ୍ଧାର୍ଥ ଶୁକ୍ଲା ଓ ପାରସ୍‌ ଛାବଡ଼ା ତାଙ୍କ ବିରୋଧରେ କଥା ହେଉଥିବା ଦେଖିବାକୁ ମିଳିଥିଲା। ପାରସଙ୍କ କହିବା ଅନୁଯାୟୀ ଅରହାନ୍‌ ଗେମ୍‌ରେ ନିଜ ବାସ୍ତବିକତା ଦେଖାଇବାରେ ବିଫଳ ହୋଇଥିଲେ। ତେଣୁ ତାଙ୍କୁ ଏତେ ଶୀଘ୍ର ଘରୁ ବାହାରିବାକୁ ପଡ଼ିଲା।

Advertisment

ଅରହାନ୍‌ଙ୍କ ଫ୍ୟାନ୍‌ମାନେ ଏ ଖବରରେ ଆଦୌ ଖୁସି ନାହାନ୍ତି। ସେମାନଙ୍କ କହିବା ମୁତାବକ ଶୋ’ରେ ତାଙ୍କଠୁ ଆହୁରି ୱିକ୍‌ ପ୍ରତିଯୋଗୀ ଅଛନ୍ତି। ତେଣୁ ତାଙ୍କ ବଦଳରେ ସେମାନଙ୍କୁ ଆଗ ଘରୁ ବାହାର କରିବା ଉଚିତ୍‌। ଅରହାନ୍‌ଙ୍କ ସପକ୍ଷରେ ଫ୍ୟାନ୍‌ମାନେ କାଲିଠୁ ସୋଶାଲ୍‌ ମିଡିଆରେ #WhyArhaanKhan ଲେଖି ପୋଷ୍ଟ କରୁଛନ୍ତି, ଯାହା ଟ୍ରେଣ୍ଡ କରୁଛି।