Advertisment

ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ମଧ୍ୟରାତ୍ରିରେ ‘ମନ୍ନତ’ ବାହାରେ ଜମିଲା ଭିଡ଼

ମୁମ୍ବାଇ: ଆଜି ହେଉଛି ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାନ୍‌ଙ୍କ ଜନ୍ମଦିନ। ଆଜି ସେ ୫୪ ବର୍ଷର ହୋଇଯାଇଛନ୍ତି। ଏହି ଅବସରରେ ତାଙ୍କୁ ତାଙ୍କ ଫ୍ୟାନ୍‌ମାନେ ଶୁଭେଚ୍ଛା ଜଣାଇଛନ୍ତି। ବହୁତ ଫ୍ୟାନ୍ ସୋଶାଲ୍ ମିଡିଆ ଜରିଆରେ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ତେବେ ଗତକାଲି ମଧ୍ୟରାତ୍ରିରେ ତାଙ୍କର ବହୁ ଡାଇ ହାର୍ଟ ଫ୍ୟାନ୍‌ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ମନ୍ନତ (ଶାହାରୁଖଙ୍କ ଘର) ବାହାରେ ଭିଡ଼ ଜମାଇଥିଲେ। ଏହି ଫ୍ୟାନ୍‌ମାନେ ଶାହାରୁଖଙ୍କର ଏକ ଝଲକ ପାଇବା ପାଇଁ ବ୍ୟାକୁଳ […]

ଅଦ୍ୟତନ ହୋଇଛି
ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ମଧ୍ୟରାତ୍ରିରେ ‘ମନ୍ନତ’ ବାହାରେ ଜମିଲା ଭିଡ଼

king-khan

Advertisment

ମୁମ୍ବାଇ: ଆଜି ହେଉଛି ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାନ୍‌ଙ୍କ ଜନ୍ମଦିନ। ଆଜି ସେ ୫୪ ବର୍ଷର ହୋଇଯାଇଛନ୍ତି। ଏହି ଅବସରରେ ତାଙ୍କୁ ତାଙ୍କ ଫ୍ୟାନ୍‌ମାନେ ଶୁଭେଚ୍ଛା ଜଣାଇଛନ୍ତି। ବହୁତ ଫ୍ୟାନ୍ ସୋଶାଲ୍ ମିଡିଆ ଜରିଆରେ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ତେବେ ଗତକାଲି ମଧ୍ୟରାତ୍ରିରେ ତାଙ୍କର ବହୁ ଡାଇ ହାର୍ଟ ଫ୍ୟାନ୍‌ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ମନ୍ନତ (ଶାହାରୁଖଙ୍କ ଘର) ବାହାରେ ଭିଡ଼ ଜମାଇଥିଲେ।publive-image

Advertisment

ଏହି ଫ୍ୟାନ୍‌ମାନେ ଶାହାରୁଖଙ୍କର ଏକ ଝଲକ ପାଇବା ପାଇଁ ବ୍ୟାକୁଳ ଥିଲେ। ଦିଲ୍‌ୱାଲେ ଶାହାରୁଖ ମଧ୍ୟ ସେମାନଙ୍କୁ ନିରାଶ କରି ନଥିଲେ କି ବେଶି କଷ୍ଟ ଦେଇ ନଥିଲେ। ମଧ୍ୟରାତ୍ରିରେ ଘରର ବାଲକୋନିରୁ ସେ ଫ୍ୟାନ୍‌ମାନଙ୍କୁ ଦେଖା ଦେଇଥିଲେ।  ଏଥିସହ ଏତେ ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ ଏକତ୍ରିତ ହୋଇ ଜନ୍ମଦିନ ଶୁଭେଚ୍ଛା ଜଣାଇଥିବାରୁ ହାତଯୋଡ଼ି ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

https://www.instagram.com/p/B4WFJ9FhDyN/?utm_source=ig_web_copy_link

ଏହି ସମୟର କିଛି ଭିଡିଓ ଓ ଫଟୋ ସୋଶାଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ହେଉଛି, ଯେଉଁଥିରେ ଫ୍ୟାନ୍‌ମାନେ ଶାହାରୁଖଙ୍କୁ ଆଖି ସାମ୍ନାରେ ଦେଖି କେତେ ଖୁସି ହୋଇଥିଲେ, ତାହା ଦେଖିବାକୁ ମିଳିଛି। ଫ୍ୟାନ୍‌ଙ୍କ ଭଲ ପାଇବା ଦେଖି ଶାହାରୁଖ ମଧ୍ୟ ବେଶ୍ ଖୁସି ଥିଲେ।

Advertisment

https://www.instagram.com/p/B4WEqM5BXrE/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe