Advertisment

#Metoo: ସାଜିଦ୍‌ଙ୍କ ବିରୋଧରେ ଅଭିଯୋଗର ସୁଅ, ମୁହଁ ଖୋଲିଲେ ଭଉଣୀ ଫର୍‌ହା

ମୁମ୍ବାଇ: #Me too ଅଭିଯାନ୍‌ରେ  ଭଲ ରକମର ଫସି ଯାଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌। ତାଙ୍କ ନାଁରେ ଯୌନ ଶୋଷଣ, ଅସଦାଚରଣ, ଶାରିରୀକ ଦୁର୍ବ୍ୟବହାର ଭଳି ଅନେକ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସଦ୍ୟତମ ଅଭିଯୋଗ ଭାବେ ଜଣେ ଅଭିନେତ୍ରୀ ସିମ୍ରନ୍‌ ସୁରୀ ମଧ୍ୟ ସାଜିଦ୍‌ଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ସେ ଏହି ଅଭିଯୋଗରେ କହିଛନ୍ତି, ସାଜିଦ୍‌ ତାଙ୍କୁ ଜୁହୁସ୍ଥିତ ଘରକୁ ଡାକିଥିଲେ। ସେଠାରେ ତାଙ୍କୁ ପୋଷାକ ଖୋଲି ଉଲଗ୍ନ ହେବାକୁ  କହିଥିଲେ। କେହି ଶୁଣିବେନି ବୋଲି ଭାବି […]

ଅଦ୍ୟତନ ହୋଇଛି
#Metoo: ସାଜିଦ୍‌ଙ୍କ ବିରୋଧରେ ଅଭିଯୋଗର ସୁଅ, ମୁହଁ ଖୋଲିଲେ ଭଉଣୀ ଫର୍‌ହା

farha

Advertisment

ମୁମ୍ବାଇ: #Me too ଅଭିଯାନ୍‌ରେ  ଭଲ ରକମର ଫସି ଯାଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌। ତାଙ୍କ ନାଁରେ ଯୌନ ଶୋଷଣ, ଅସଦାଚରଣ, ଶାରିରୀକ ଦୁର୍ବ୍ୟବହାର ଭଳି ଅନେକ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସଦ୍ୟତମ ଅଭିଯୋଗ ଭାବେ ଜଣେ ଅଭିନେତ୍ରୀ ସିମ୍ରନ୍‌ ସୁରୀ ମଧ୍ୟ ସାଜିଦ୍‌ଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ସେ ଏହି ଅଭିଯୋଗରେ କହିଛନ୍ତି, ସାଜିଦ୍‌ ତାଙ୍କୁ ଜୁହୁସ୍ଥିତ ଘରକୁ ଡାକିଥିଲେ। ସେଠାରେ ତାଙ୍କୁ ପୋଷାକ ଖୋଲି ଉଲଗ୍ନ ହେବାକୁ  କହିଥିଲେ। କେହି ଶୁଣିବେନି ବୋଲି ଭାବି ଏତେଦିନ ଧରି ଚୁପ୍ ରହିଥିବା ସିମ୍ରନ୍‌ ସୁରୀ କହିଛନ୍ତି।

Advertisment

https://twitter.com/29simran/status/1050668127355207681

ସାଜିଦ୍‌ଙ୍କ ନାଁରେ ହୋଇଥିବା ଅଭିଯୋଗ ଉପରେ ତାଙ୍କ ଭଉଣୀ ଫିଲ୍ମ ନିର୍ଦ୍ଦେଶକ ଓ କୋରିଓଗ୍ରାଫର ନିଜ ମତପ୍ରକାଶ କରିଛନ୍ତି।  ତାଙ୍କର କହିବା ଅନୁଯାୟୀ ଏହି ଘଟଣା ପରେ ତାଙ୍କ ପରିବାରକୁ ଏକ ଶକ୍ତ ଧକ୍କା ଲାଗିଛି। ଫର୍‌ହା ନିଜ ଟ୍ୱିଟ୍‌ ମାଧ୍ୟମରେ ଜଣାଇଛନ୍ତି ଯେ, ‘‘ମୋ ପରିବାର ପାଇଁ ଏହା ଏକ ଖରାପ ସମୟ। ଏସବୁ ଘଟଣା ଆମ ସମସ୍ତଙ୍କ ମନକୁ ଆଘାତ ଦେଇଛି।  ଯଦି ମୋ ଭାଇ କିଛି ଖରାପ ବ୍ୟବହାର କରିଛି ତେବେ ତାକୁ ପ୍ରାୟଶ୍ଚିତ କରିବାକୁ ପଡ଼ିବ। ମୁଁ କୌଣସି ପ୍ରକାରେ ବି ଏଭଳି ବ୍ୟବହାରକୁ ସମର୍ଥନ କରିବି ନାହିଁ। ଆଉ ଏହି ଘଟଣାରେ ଆହତ ହୋଇଥିବା ସବୁ ମହିଳାଙ୍କ ପ୍ରତି ମୋର ସମର୍ଥନ।’’

ସୂଚନା ଯୋଗ୍ୟ ସଲୋନୀ ଚୋପ୍ରା,  ରେଚେଲ୍‌ ହ୍ୱାଇଟ୍‌ଙ୍କ ସହ ଜଣେ ମହିଳା ସାମ୍ବାଦିକ ବି ତାଙ୍କ ଉପରେ ଯୌନ ଶୋଷଣ କରିବାର ଅଭିଯୋଗ ଆଣିଛନ୍ତି। ଏହି ଘଟଣା ସାଜିଦ୍‌ଙ୍କ ସମ୍ପର୍କୀୟ ଫରହାନ୍‌ ଅଖ୍‌ତରଙ୍କୁ ଖୁବ୍‌ ଆଶ୍ଚର୍ଯ୍ୟ କରିଛି।

Advertisment

https://twitter.com/FarOutAkhtar/status/1050674605331890179

ସାଜିଦ୍‌ ଏହି ଘଟଣା ପରେ ନିର୍ଦ୍ଦେଶନା ଦେଉଥିବା ଆଗାମୀ ଫିଲ୍  ‘ହାଉସ୍‌ଫୁଲ୍‌-୪’ରୁ ଓହରି ଯାଇଛନ୍ତି। ସାଜିଦ୍ ଏକଥା ବି କହିଛନ୍ତି, ଯେପର୍ଯ୍ୟନ୍ତ ଏସବୁର ସତ୍ୟାସତ୍ୟ ସାମ୍ନାକୁ ନ ଆସିଛି ସେ ପର୍ଯ୍ୟନ୍ତ ଏସବୁ ଘଟଣା ଉପରେ କୌଣସି ରାୟ ନଦେବାକୁ ସେ ନିଜ ବନ୍ଧୁ ଓ ଗଣମାଧ୍ୟମକୁ  ଅନୁରୋଧ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe