/odisha-reporter/media/post_attachments/uploads/2020/12/fardeen-khan-1.jpg)
fardeen-khan-1
ମୁମ୍ବାଇ: ବହୁ ଦନ ଧରି ଲାଇମଲାଇଟଠାରୁ ଦୂରରେ ରହିଥିବା ବଲିଉଡ ଅଭିନେତା ଫରଦିନ ଖାନ ଏବେ ପୁଣି ଥରେ କ୍ୟାମେରା ସାମ୍ନାକୁ ଆସିଛନ୍ତି । ଏଥର କିନ୍ତୁ ତାଙ୍କର ନୂଆ ଲୁକ୍ ଦେଖିବାକୁ ମିଳିଛି । ତାଙ୍କ ଚେହେରା ପୁରା ବଦଳି ଯାଇଛି । ସେ ଫ୍ୟାଟରୁ ପୁରାପୁରି ଫିଟ୍ ହୋଇଯାଇଛନ୍ତି ।
Advertisment
୨୦୧୬ରେ ଶେଷଥର ପାଇଁ ଫରଦିନ କ୍ୟାମେରା ସାମ୍ନାକୁ ଆସିଥିଲେ । ତାଙ୍କ ଓଜନ ଏତେ ବଢ଼ି ଯାଇଥିଲା ଯେ ତାଙ୍କୁ ଚିହ୍ନିବା ମୁସକିଲ ହୋଇଯାଇଥିଲା । ମୋଟାପଣ ଯୋଗୁଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ମଧ୍ୟ ପଡିଥିଲା । ଫରଦିନଙ୍କୁ ଦେଖି ତାଙ୍କ ପ୍ରଶଂସକ ଚକିତ ହୋଇଯାଇଥିଲେ । ଏବେ କିନ୍ତୁ ପୁରାପୁରି ଫିଟ୍ ସେପରେ ନଜର ଆସିଛନ୍ତି ଫରଦିନ ।/odisha-reporter/media/post_attachments/wp-content/uploads/2020/12/fardeen-khan-2.jpg)
ଶନିବାର କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବଡାଙ୍କ ମୁମ୍ବାଇ ଅଫିସ ବାହାରେ ତାଙ୍କୁ ଦେଖିବାକୁ ମିଳିଛି । ତାଙ୍କ ନୂଆ ଲୁକକୁ ଦେଖିବା ପରେ ସେ ପୁଣିଥରେ ବଲିଉଡକୁ କମବ୍ୟାକ କରିବା ନେଇ ଅଶଙ୍କା କରାଯାଉଛି । ୨୦୧୦ରେ ଫରଦିନଙ୍କୁ ଶେଷଥର ପାଇଁ ‘ଦୁଲହା ମିଲ ଗୟା’ ଫିଲ୍ମରେ ନଜର ଆସିଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
