ଫ୍ୟାଟରୁ ଫିଟ୍ ହେଲେ ଫରଦିନ

ମୁମ୍ବାଇ: ବହୁ ଦନ ଧରି ଲାଇମଲାଇଟଠାରୁ ଦୂରରେ ରହିଥିବା ବଲିଉଡ ଅଭିନେତା ଫରଦିନ ଖାନ ଏବେ ପୁଣି ଥରେ କ୍ୟାମେରା ସାମ୍ନାକୁ ଆସିଛନ୍ତି । ଏଥର କିନ୍ତୁ ତାଙ୍କର ନୂଆ ଲୁକ୍ ଦେଖିବାକୁ ମିଳିଛି । ତାଙ୍କ ଚେହେରା ପୁରା ବଦଳି ଯାଇଛି । ସେ ଫ୍ୟାଟରୁ ପୁରାପୁରି ଫିଟ୍  ହୋଇଯାଇଛନ୍ତି । ୨୦୧୬ରେ ଶେଷଥର ପାଇଁ ଫରଦିନ କ୍ୟାମେରା ସାମ୍ନାକୁ ଆସିଥିଲେ । ତାଙ୍କ ଓଜନ ଏତେ ବଢ଼ି ଯାଇଥିଲା ଯେ ତାଙ୍କୁ ଚିହ୍ନିବା ମୁସକିଲ […]

fardeen-khan-1

Madhupriya Mistry
  • Published: Sunday, 06 December 2020
  • , Updated: 06 December 2020, 08:34 AM IST

ମୁମ୍ବାଇ: ବହୁ ଦନ ଧରି ଲାଇମଲାଇଟଠାରୁ ଦୂରରେ ରହିଥିବା ବଲିଉଡ ଅଭିନେତା ଫରଦିନ ଖାନ ଏବେ ପୁଣି ଥରେ କ୍ୟାମେରା ସାମ୍ନାକୁ ଆସିଛନ୍ତି । ଏଥର କିନ୍ତୁ ତାଙ୍କର ନୂଆ ଲୁକ୍ ଦେଖିବାକୁ ମିଳିଛି । ତାଙ୍କ ଚେହେରା ପୁରା ବଦଳି ଯାଇଛି । ସେ ଫ୍ୟାଟରୁ ପୁରାପୁରି ଫିଟ୍  ହୋଇଯାଇଛନ୍ତି ।

୨୦୧୬ରେ ଶେଷଥର ପାଇଁ ଫରଦିନ କ୍ୟାମେରା ସାମ୍ନାକୁ ଆସିଥିଲେ । ତାଙ୍କ ଓଜନ ଏତେ ବଢ଼ି ଯାଇଥିଲା ଯେ ତାଙ୍କୁ ଚିହ୍ନିବା ମୁସକିଲ ହୋଇଯାଇଥିଲା । ମୋଟାପଣ ଯୋଗୁଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ମଧ୍ୟ ପଡିଥିଲା । ଫରଦିନଙ୍କୁ ଦେଖି ତାଙ୍କ ପ୍ରଶଂସକ ଚକିତ ହୋଇଯାଇଥିଲେ । ଏବେ କିନ୍ତୁ ପୁରାପୁରି ଫିଟ୍ ସେପରେ ନଜର ଆସିଛନ୍ତି ଫରଦିନ ।

ଶନିବାର କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବଡାଙ୍କ ମୁମ୍ବାଇ ଅଫିସ ବାହାରେ ତାଙ୍କୁ ଦେଖିବାକୁ ମିଳିଛି । ତାଙ୍କ ନୂଆ ଲୁକକୁ ଦେଖିବା ପରେ ସେ ପୁଣିଥରେ ବଲିଉଡକୁ କମବ୍ୟାକ କରିବା ନେଇ ଅଶଙ୍କା କରାଯାଉଛି ।  ୨୦୧୦ରେ ଫରଦିନଙ୍କୁ ଶେଷଥର ପାଇଁ ‘ଦୁଲହା ମିଲ ଗୟା’ ଫିଲ୍ମରେ ନଜର ଆସିଥିଲେ ।

Related story