farha
ମୁମ୍ବାଇ: ସାରା ବିଶ୍ୱ ଏବେ ମହାମାରୀ କରୋନା ବିରୋଧରେ ଯୁଦ୍ଧ ଚଲାଇଛି। ଭାରତ ସରକାର ମଧ୍ୟ କରୋନା ମୁକାବିଲା ପାଇଁ ଲକଡାଉନ୍ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି। ଏଭଳି ଏକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରିବା ସହିତ ଗରିବ ଲୋକଙ୍କୁ ନିଜ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବାକୁ ନିବେଦନ କରୁଛନ୍ତି। ବିଭିନ୍ନ ବର୍ଗର ଲୋକଙ୍କ ସହ ଅନେକ ବଲିଉଡ ସେଲେବ୍ରିଟିମାନେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହି କ୍ରମରେ ଏବେ ଷ୍ଟାର୍ କିଡମାନେ ବି ସାମିଲ୍ ହୋଇଛନ୍ତି।
ଫିଲ୍ମ ନିର୍ମାତା ଫରାହ ଖାନଙ୍କ ଝିଅ ଅନ୍ୟା କୁନ୍ଦର ଲକଡାଉନ ଯୋଗୁ ବିଭିନ୍ନ ସମସ୍ୟା ଭୋଗୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ବିଭିନ୍ନ ଚିତ୍ର ଆଙ୍କି ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଅନ୍ୟା ବିଭିନ୍ନ ଗୃହପାଳିତ ପଶୁମାନଙ୍କର ଚିତ୍ର ଅଙ୍କନ କରି ପ୍ରାୟ ଏକ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ତେବେ ସେ ଏହି ଟଙ୍କାକୁ ଅଭାବୀ ଲୋକ ଏବଂ ରାସ୍ତାକଡ଼ର କୁକୁରମାନଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରଛନ୍ତି। ଫରାହ ନିଜେ ସୋଶାଲ୍ ମିଡିଆ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି।
https://www.instagram.com/p/B_ME8f-AEzH/?utm_source=ig_web_copy_link
ସୂଚନାଯୋଗ୍ୟ, ଅନ୍ୟା ଏକ ସ୍କେଚ୍ ତିଆରି କରିବାକୁ ଏକ ହଜାର ଟଙ୍କା ନିଅନ୍ତି। ସେ ଲୋକଙ୍କ ପାଇଁ ଗୃହପାଳିତ ପଶୁମାନଙ୍କର ଚିତ୍ର ଅଙ୍କନ କରନ୍ତି। ଏହାପୂର୍ବରୁ ଅନ୍ୟା ଏହିପରି ସ୍କେଚ୍ ତିଆରି କରି ପ୍ରାୟ ୭୦ ହଜାର ଟଙ୍କା ସଂଗ୍ରହ କରିଥିଲେ। ଏହା ମଧ୍ୟ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟବହୃତ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/04/farha.jpg)