Advertisment

ପୁଣି ଦେଖିବାକୁ ମିଳିବ ବାପ-ପୁଅ ଯୋଡ଼ି

ମୁମ୍ବାଇ: ବ୍ଲକ୍‌ବଷ୍ଟର ଫିଲ୍ମ ‘କବୀର ସିଂହ’ ପରେ ଅଭିନେତା ଶହୀଦ କପୁର ଏବେ ନିଜ ଅପ୍‌କମିଂ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତାଙ୍କର ଏହି ନୂଆ ଫିଲ୍ମଟି ହେଉଛି ତେଲଗୁ ଫିଲ୍ମ ‘ଜର୍ସି’ର ରିମେକ୍‌। ଏଥିରେ ସେ ଜଣେ କ୍ରିକେଟର୍‌ ଭୂମିକାରେ ଅଭିନୟ କରିବେ। ‘କବୀର ସିଂହ’ ପରି ଏହାକୁ ମଧ୍ୟ ଜବରଦସ୍ତ କରିବା ପାଇଁ ସେ ଲାଗିପଡ଼ିଛନ୍ତି। ତେବେ ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଯାଇଛି। […]

ଅଦ୍ୟତନ ହୋଇଛି
ପୁଣି ଦେଖିବାକୁ ମିଳିବ ବାପ-ପୁଅ ଯୋଡ଼ି

shahid

Advertisment

ମୁମ୍ବାଇ: ବ୍ଲକ୍‌ବଷ୍ଟର ଫିଲ୍ମ ‘କବୀର ସିଂହ’ ପରେ ଅଭିନେତା ଶହୀଦ କପୁର ଏବେ ନିଜ ଅପ୍‌କମିଂ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତାଙ୍କର ଏହି ନୂଆ ଫିଲ୍ମଟି ହେଉଛି ତେଲଗୁ ଫିଲ୍ମ ‘ଜର୍ସି’ର ରିମେକ୍‌। ଏଥିରେ ସେ ଜଣେ କ୍ରିକେଟର୍‌ ଭୂମିକାରେ ଅଭିନୟ କରିବେ। ‘କବୀର ସିଂହ’ ପରି ଏହାକୁ ମଧ୍ୟ ଜବରଦସ୍ତ କରିବା ପାଇଁ ସେ ଲାଗିପଡ଼ିଛନ୍ତି। ତେବେ ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଯାଇଛି।

Advertisment

https://twitter.com/taran_adarsh/status/1190121488671633409

ସୂଚନା ଅନୁଯାୟୀ ଶହୀଦଙ୍କ ଅପକମିଂ ଫିଲ୍ମରେ ତାଙ୍କ ରିୟଲ୍‌ ଲାଇଫ୍‌ ପିତା ପଙ୍କଜ କପୁର ନଜର ଆସିବେ। ସେ ଫିଲ୍ମ ସାଇନ୍‌ ମଧ୍ୟ କରିସାରିଲେଣି। ଏଥିରେ ସେ ଶହୀଦଙ୍କ ମେଣ୍ଟର ଭୂମିକାରେ ନଜର ଆସିବେ। ନିଜ ପୁଅ ସହ ସ୍କ୍ରିନ୍‌ ଶେୟାର୍‌ କରୁଥିବାରୁ ପଙ୍କଜ ବେଶ୍ ଖୁସି ଅଛନ୍ତି। ସେ କହିଛନ୍ତି, ‘ଜର୍ସିର କାହାଣୀ ଅନେକ ମଜଭୂତ ଓ ଇମୋଶନ୍‌ ଭରା ରହିଛି। ଶହୀଦଙ୍କ ସହ କାମ କରିବାର ଅନୂଭବ ସବୁବେଳେ ଭଲ ହିଁ ରହିଛି। ଯେଉଁଭଳି ଭାବେ ସେ ପ୍ରତ୍ୟେକ ଇମୋଶନ୍‌କୁ ପରିପ୍ରକାଶ କରନ୍ତି ତାହା ପ୍ରଶଂସା ଯୋଗ୍ୟ।’

https://www.instagram.com/p/B5rhaxqHvcS/?utm_source=ig_web_copy_link

ସୂଚନାଯୋଗ୍ୟ, ଏହା ପୂର୍ବରୁ ବାପ-ପୁଅଙ୍କ ଯୋଡ଼ି ଫିଲ୍ମ ‘ମୌସମ୍’ ଓ ‘ଶାନ୍‌ଦାର୍‌’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ଦୁଇଟି ବକ୍ସ ଅଫିସ୍‌ରେ ବିଶେଷ କିଛି କମାଲ୍‌ ତ କରିପାରିନି, କିନ୍ତୁ ଫିଲ୍ମରେ ଶହୀଦ ଓ ପଙ୍କଜଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ।

Advertisment

https://www.instagram.com/p/B4tfPwMBnYD/?utm_source=ig_web_copy_link

ଶହୀଦଙ୍କର ଏହି ଫିଲ୍ମଟି ତେଲୁଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ୍‌। ଗୌତମ ଟିନ୍ନାନୁରି ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ସେ ଏହାର ତେଲୁଗୁ ଭର୍ସନର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମରେ ଶାହିଦ୍‌ଙ୍କ ସହ ମୃଣାଳ ଠାକୁର ଲିଡ୍‌ ହିରୋଇନ୍‌ ଭାବେ ନଜର ଆସିବେ। ‘ସୁପର ୩୦’ରେ ମୃଣାଳଙ୍କ ଅଭିନୟ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା। ଫିଲ୍ମଟି ୨୦୨୦ ଅଗଷ୍ଟ ୨୮ ତାରିଖରେ ରିଲିଜ୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe