Advertisment

ଆସିଲେନି ମନୋଜ ମିଶ୍ର, ଝୁଲି ରହିଲା ବିବାଦ

ମନୋଜ ମିଶ୍ରଙ୍କ ଉପରେ ଫିଲ୍ମ ପ୍ରଡ୍ୟୁସର ଆସୋସିଏସନ୍ ଲଗାଇଥିବା ବ୍ୟାନ ହଟାଇବାକୁ ଆଜି କଟକ ସ୍ଥିତ OFDC ଅଫିସରେ ଏକାଠି ହୋଇଥିଲେ କଳାକାର ଓ ପ୍ରଯୋଜକ ସଂଘ।

OFDC

OFDC

Advertisment

ଓଲିଉଡ୍‌ରେ ଲାଗି ରହିଥିବା ଝଡ଼ର ଶାନ୍ତ ପାଇଁ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ହେଲେ ଆସିଲେ ନାହିଁ ଚକ୍ରବ୍ୟୁହରେ ଫସିଥିବା ଅଭିନେତା ମନୋଜ ମିଶ୍ର। ଝୁଲି ରହିଲା ବିବାଦ। OFDCର ଉଦ୍ୟମ ପରେ ମଧ୍ୟ ଓଲିଉଡ୍ କଳାକାରଙ୍କ କଳିରେ ପଡ଼ିପାରିଲାନି ପୂର୍ଣ୍ଣଚ୍ଛେଦ।

Advertisment

ମନୋଜ ମିଶ୍ରଙ୍କ ଉପରେ ଫିଲ୍ମ ପ୍ରଡ୍ୟୁସର ଆସୋସିଏସନ୍ ଲଗାଇଥିବା ବ୍ୟାନ ହଟାଇବାକୁ ଆଜି କଟକ ସ୍ଥିତ OFDC ଅଫିସରେ ଏକାଠି ହୋଇଥିଲେ କଳାକାର ଓ ପ୍ରଯୋଜକ ସଂଘ। ତେବେ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ କହିବା ଅନୁସାରେ, ଏ ଆଲୋଚନା ପୂର୍ବରୁ ମନୋଜଙ୍କୁ ଆସିବାକୁ ବାରମ୍ବାର ଫୋନ କରିଥିଲି। ହେଲେ ମନୋଜଙ୍କଠାରୁ କୌଣସି ଉତ୍ତର ମିଳିନଥିଲା।

କୁନା ତ୍ରିପାଠୀ ଆହୁରି ମଧ୍ୟ କହିଛନ୍ତି, ଆଜିର ବୈଠକ ବେଳେ ମନୋଜଙ୍କ ପାଖକୁ ଫୋନ୍‌ କରିଥିଲି। ଆଉ ଏହାର ଉତ୍ତରରେ ମନୋଜ ତାଙ୍କ ମୂଳ ବ୍ୟାନ ପ୍ରସଙ୍ଗ ଛାଡ଼ି ଅନ୍ୟ କିଛି ପ୍ରସଙ୍ଗରେ ଦାବି ରଖିଥିଲେ ବୋଲି କହିଛନ୍ତି OFDC ଅଧ୍ୟକ୍ଷ। ଅନ୍ୟପଟେ ସୋଶାଲ ମିଡିଆରେ ମନୋଜ ଲେଖିଛନ୍ତି, କୁନା ତ୍ରିପାଠୀ ମୋତେ ଫୋନ୍ କରିଥିଲେ। ମୁଁ ତାଙ୍କୁ ସମାଧାନର ବାଟ କହିଛି।

Advertisment

ସେପଟେ ବୈଠକରେ ଯୋଗଦେଇଥିବା ପ୍ରଯୋଜକ ସଂଜୟ ନାୟକ, ଅରିନ୍ଦମ୍ ରୟ, କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ ଓ ଅନ୍ୟ କିଛି ପ୍ରଯୋଜକ ମଧ୍ୟ ମନୋଜ ମିଶ୍ରଙ୍କ ଅନୁପସ୍ଥିତି, ସେମାନଙ୍କୁ ନିରାଶ କରିଥିବା କହିଛନ୍ତି।

ସିନେ କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, କଳାକାର ହିସାବରେ ତାଙ୍କ ଉପରେ ଯେଉଁ ବ୍ୟାନ୍‌ ଲାଗିଥିଲା, ତାହା ଉଠାଇ ପାଇଁ ସମସ୍ତେ ରାଜି ହୋଇଥିଲେ। ଏହା ନିଶ୍ଚିତ ଆମ ପାଇଁ ଭଲ କଥା। ଆଗକୁ ଏହାକୁ କେମିତି ଆହୁରି ସୁରକ୍ଷିତ କରାଯିବ, ସେ ବିଷୟରେ ଆଜି ଆଲୋଚନା ହେଲା ବୋଲି ଶ୍ରୀତମ କହିଛନ୍ତି।

ସିନେ ପ୍ରଯୋଜକ ସଂଜୟ ନାୟକ କହିଛନ୍ତି, ଆମେ ସମସ୍ତ ନିଷ୍ପତ୍ତି ନେଇଥିଲୁ ମନୋଜ ମିଶ୍ରଙ୍କ ଉପସ୍ଥିତିରେ ବ୍ୟାନ ହଟାଇ ଦେବୁ। ଘଣ୍ଟେରୁ ଅଧିକ ସମୟ ଧରି ବସିଥିଲୁ। ବାରମ୍ୱାର କୁନାବାବୁ ଫୋନ୍‌ କରିଥିଲେ। ହେଲେ ସେ ଉଠାଇଲେ ନାହିଁ। ମୁଁ ବୁଝିପାରୁନି, ସେ ଗୋଟିଏ ମିଛ ଅହଙ୍କାରରେ ରହିଛି। ସେ ଆମ ଘରର ମେମ୍ୱର, ଗୋଟିଏ ଭୁଲ୍‌ କରିଥିଲା। ଠିକ୍‌ ଅଛି, କ୍ଷମା କରିଦେବା ବୋଲି ସଂଜୟ ନାୟକ କହିଛନ୍ତି।

ସେପଟେ ଓଲିଉଡରେ ଚାଲିଥିବା କଳାକାର କଳିକୁ ନେଇ ତେରଚ୍ଛା ବାଣ ମାରିଛନ୍ତି ନିକଟରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପାଇଥିବା ଜାତୀୟ ପୁରସ୍କାର ପାଇଥିବା ପ୍ରଯୋଜକ ଅନୁପମ ପଟ୍ଟନାୟକ। ‘ଏକ୍ସ’ରେ କରିଥିବା ପୋଷ୍ଟରେ ସେ ଲେଖିଛନ୍ତି, ଓଡ଼ିଶା ଏକ, ପୂର୍ବ କି ପଶ୍ଚିମ କିଛି ନାହିଁ। ସେହିପରି ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ଗୋଟିଏ। ଯେଉଁ ଫିଲ୍ମ ଆମେ ତିଆରି କରୁଛୁ, ତାହା କେବଳ ଓଡ଼ିଶା ପାଇଁ ନୁହେଁ, ସାରା ବିଶ୍ୱ ପାଇଁ ବୋଲି ଅନୁପମ ଲେଖିଛନ୍ତି।

Entertainment Film Manoj Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe