Advertisment

ବିଶ୍ୱ ମହିଳା ଦିବସରେ ପରଦାକୁ ଆସିବ ଫିଲ୍ମ ‘ଚମ୍ପିଆନ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ବିଶ୍ୱ ମହିଳା ଦିବସ।  ମହିଳାମାନଙ୍କ ସମ୍ମାନ ପାଇଁ ଉତ୍ସର୍ଗ ଏହି ଦିନ। ଏହି ଅବସରରେ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି ଓଲିଉଡ୍‌ ଫିଲ୍ମ ‘ଚମ୍ପିଆନ୍‌’। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅର୍ଚ୍ଚିତା। ଡୋଙ୍ଗୟୁ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଅର୍ଚ୍ଚିତା ଜଣେ ବକ୍ସର ଭୂମିକାରେ ଅଭିନୟ କରୁଛନ୍ତି । ଗୋଟେ ଛୋଟିଆ ଗାଁରେ ଜନ୍ମ ନେଇଥିବା ଝିଅ କେମିତି ଜୀବନର ସବୁ ସ୍ତରରେ ଲଢ଼ି ଆଗକୁ ଯାଉଛି […]

author-image
Biswobandita Swain
ଅଦ୍ୟତନ ହୋଇଛି
ବିଶ୍ୱ ମହିଳା ଦିବସରେ ପରଦାକୁ ଆସିବ ଫିଲ୍ମ ‘ଚମ୍ପିଆନ୍‌’

IMG-20180501-WA0020-1024x64

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ବିଶ୍ୱ ମହିଳା ଦିବସ।  ମହିଳାମାନଙ୍କ ସମ୍ମାନ ପାଇଁ ଉତ୍ସର୍ଗ ଏହି ଦିନ। ଏହି ଅବସରରେ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି ଓଲିଉଡ୍‌ ଫିଲ୍ମ ‘ଚମ୍ପିଆନ୍‌’। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅର୍ଚ୍ଚିତା। ଡୋଙ୍ଗୟୁ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଅର୍ଚ୍ଚିତା ଜଣେ ବକ୍ସର ଭୂମିକାରେ ଅଭିନୟ କରୁଛନ୍ତି । ଗୋଟେ ଛୋଟିଆ ଗାଁରେ ଜନ୍ମ ନେଇଥିବା ଝିଅ କେମିତି ଜୀବନର ସବୁ ସ୍ତରରେ ଲଢ଼ି ଆଗକୁ ଯାଉଛି ଏବଂ ଜଣେ ଖେଳାଳି ଭାବେ ନଜର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିପାରିଛି ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

Advertisment

publive-image ଏମିତି ଏକ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିବାରୁ ଅର୍ଚ୍ଚିତା ବେଶ୍‌ ଖୁସି ଅଛନ୍ତି। ଆସନ୍ତା କାଲି ବିଶ୍ୱ ମହିଳା ଦିବସ ଉପଲକ୍ଷେ ଫିଲ୍ମଟି ରିଲିଜ୍‌ ହେଉଥିବାରୁ  ସେ ଉତ୍ସାହିତ  ଥିବା ବେଳେ  ଫିଲ୍ମରେ ତାଙ୍କ ଚରିତ୍ର ନିଶ୍ଚିତ ଭାବେ ମହିଳାମାନଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି।

publive-imageଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କେ.ମୂରଲି କ୍ରିଷ୍ଣା। ଏନ୍‌.ଗଙ୍ଗାଧର ଏବଂ ପି.ଦିପ୍ତୀରାଣୀ ଫିଲ୍ମଟିର ପ୍ରଯୋଜନା କରିଛନ୍ତି ।

Advertisment