Advertisment

ଏହି ହଲିଉଡ୍ ଫିଲ୍ମ ସହ ରହିଛି 'କରୋନା ଭୂତାଣୁ'ର ସମ୍ପର୍କ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ବିଶ୍ୱ କରୋନା ଭୂତାଣୁ ସହ ମୁକାବିଲା କରିବାର ବାଟ ଖୋଜୁଥିବା ବେଳେ ହଲିଉଡ୍ ଫିଲ୍ମ ‘କନ୍‌ଟାଜିୟନ୍’କୁ କରୋନା ସହ ଯୋଡ଼ାଯାଉଛି। ଆଉ ଏହାର କାରଣ ହେଲା ବର୍ତ୍ତମାନ ସମୟରେ କରୋନା ଭୂତାଣୁ ଯେପରି ସାରା ବିଶ୍ୱରେ ମହାମାରୀ ହୋଇ ବ୍ୟାପୁଛି, ସମାନ କାହାଣୀ ୨୦୧୧ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ଫିଲ୍ମଟି ପୁଣି ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ବିଶ୍ୱର ବିଶିଷ୍ଟ ବୈଜ୍ଞାନିକ, ବିଶେଷଜ୍ଞ ତଥା ଡାକ୍ତରମାନେ […]

ଅଦ୍ୟତନ ହୋଇଛି
ଏହି ହଲିଉଡ୍ ଫିଲ୍ମ ସହ ରହିଛି 'କରୋନା ଭୂତାଣୁ'ର ସମ୍ପର୍କ!

Contagion

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ବିଶ୍ୱ କରୋନା ଭୂତାଣୁ ସହ ମୁକାବିଲା କରିବାର ବାଟ ଖୋଜୁଥିବା ବେଳେ ହଲିଉଡ୍ ଫିଲ୍ମ ‘କନ୍‌ଟାଜିୟନ୍’କୁ କରୋନା ସହ ଯୋଡ଼ାଯାଉଛି। ଆଉ ଏହାର କାରଣ ହେଲା ବର୍ତ୍ତମାନ ସମୟରେ କରୋନା ଭୂତାଣୁ ଯେପରି ସାରା ବିଶ୍ୱରେ ମହାମାରୀ ହୋଇ ବ୍ୟାପୁଛି, ସମାନ କାହାଣୀ ୨୦୧୧ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ଫିଲ୍ମଟି ପୁଣି ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ବିଶ୍ୱର ବିଶିଷ୍ଟ ବୈଜ୍ଞାନିକ, ବିଶେଷଜ୍ଞ ତଥା ଡାକ୍ତରମାନେ କରୋନାର ପ୍ରତିଷେଧକ ଖୋଜୁଥିବା ବେଳେ ଯୁବପିଢ଼ି ଇଣ୍ଟରନେଟରେ ‘କନ୍‌ଟାଜିୟନ୍’ ଫିଲ୍ମକୁ ସର୍ଚ୍ଚ କରୁଛନ୍ତି। ଏହି କ୍ରମରେ ବିଶ୍ୱ ମହାମାରୀ ଉପରେ ନିର୍ମିତ ଏହି ଚଳଚ୍ଚିତ୍ର ବର୍ତ୍ତମାନ ଅନ୍‌ଲାଇନରେ ସର୍ବାଧିକ ଦେଖାଯାଇଥିବା ଫିଲ୍ମ ଭାବେ ଲୋକପ୍ରିୟତା ହାସଲ କରିଛି।

Advertisment

Contagion poster

ସୂଚନା ଯେ, ନିର୍ଦ୍ଦେଶକ ଷ୍ଟେଭେନ୍ ସୋଡେରବର୍ଘଙ୍କ ଏକାଡେମୀ ଆୱାର୍ଡ ପ୍ରାପ୍ତ ଫିଲ୍ମ ‘କନ୍‌ଟାଜିୟନ୍’ରେ ଗ୍ୱିନେଥ୍ ପାଲଟ୍ରୋ, ମାଟ୍ ଡାମୋନ, ଜ୍ୟୁଡ୍ ଲ’ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ ସ୍କଟ୍ ଜେଡ୍ ଲେଖିଥିଲେ। ଫିଲ୍ମର କାହାଣୀ ଅନୁଯାୟୀ, ଗ୍ୱିନେଥ୍ ହଙ୍ଗକଙ୍ଗରୁ ବ୍ୟବସାୟ ଜନିତ ଯାତ୍ରା ସାରି ଫେରନ୍ତି ଏବଂ ନିଜ ଅସୁସ୍ଥତାକୁ ବିମାନ ଯାତ୍ରା ଯୋଗୁ ଥକିଯାଇଥିବା କହି ଅବହେଳା କରିବସନ୍ତି। ହେଲେ ଦୁଇଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଏ। ତେବେ ଡାକ୍ତରମାନେ ତାଙ୍କ ସ୍ୱାମୀ ମାଟ୍‌ଙ୍କୁ ଗ୍ୱିନେଥ୍‌ଙ୍କ ମୃତ୍ୟୁର କାରଣ ସ୍ପଷ୍ଟ କରିପାରନ୍ତି ନାହିଁ। ଏହା ପରେ ପରେ ଅନେକଙ୍କଠାରେ ଗ୍ୱିନେଥ୍‌ଙ୍କ ଭଳି ସମାନ ଲକ୍ଷଣ ଦେଖାଗଲା। ଧୀରେ ଧୀରେ ଏହି ସଂକ୍ରମଣ ସାରା ଦୁନିଆରେ ବ୍ୟାପି ବିଶ୍ୱ ମହାମାରୀର ରୂପ ନେଲା ଓ ଧ୍ୱଂସର ତାଣ୍ଡବ ରଚିଥିଲା।

ଫିଲ୍ମ ୨୦୧୧ର ଫିଲ୍ମ ‘କନ୍‌ଟାଜିୟନ୍’ ଭଳି ଏବେ ୨୦୨୦ରେ କରୋନା ଭୂତାଣୁ ସମାନ ତାଣ୍ଡବ ରଚୁଛି। ଫଳରେ ଏହି ଫିଲ୍ମଟିକୁ ବହୁମାତ୍ରାରେ ଅନ୍‌ଲାଇନରେ ଡାଉନଲୋଡ କରି ଲୋକେ ଦେଖୁଛନ୍ତି। ବିଭିନ୍ନ ଅନ୍‌ଲାଇନ ଷ୍ଟ୍ରିମିଂ ସାଇଟ୍‌ରେ ମଧ୍ୟ ଫିଲ୍ମଟି ଟ୍ରେଣ୍ଡ କରୁଛି। ନିକଟରେ ୱାର୍ନର ବ୍ରୋସ୍ ଏଣ୍ଟରଟେନମେଣ୍ଟ ପକ୍ଷରୁ ଘୋଷଣା କରାଯାଇଛି ଯେ, ‘କନ୍‌ଟାଜିୟନ୍’ ହେଉଛି ‘ହେରି ପୋଟର୍’ ସିରିଜ୍ ପରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ଫିଲ୍ମ। ତେବେ କରୋନା ଭୂତାଣୁ ଫିଲ୍ମର ଏହି ବିପୁଳ ଲୋକପ୍ରିୟତା ପଛର କାରଣ ବୋଲି ଗୋଟିଏ ଦୃଷ୍ଟିରୁ କୁହାଯାଇପାରେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe