Advertisment

ଭାଇରାଲ୍‌ ଫଟୋ: ଚିହ୍ନିଲେ ଦେଖି, ଇଏ କିଏ ?

ମୁମ୍ବାଇ(ଓଡ଼ିଶା ରିପୋର୍ଟର): “ଗୋରୀ କନିଆ ଆଉ କାଳିଆ ବର। ଶୁଣିଲେ ଅବାଗିଆ ଲାଗିବ, ଆଉ ଦେଖିଲେ ନାକ ଟେକିବେ। କଥା କଥାରେ କହିବେ, ଏଡେ ସୁନ୍ଦରିଆ ଝିଅଟାକୁ ଭସେଇ ଦେଲରେ…।” ଏମିତି କିଛି କେବେ ଶୁଣିଛନ୍ତି ? ଶୁଣିଥିବେ ନିଶ୍ଚୟ । କାରଣ ଆମ ସମାଜରେ ବାହାଘର ଖୋଜିବା ବେଳେ ସମସ୍ତେ ସୁନ୍ଦରୀ କନିଆ ଆଉ ହ୍ୟାଣ୍ଡସମ୍‌ ପୁଅ ଖୋଜିବୁଲନ୍ତି। ହେଲେ ସତ କହିଲେ, ବାସ୍ତବରେ କ’ଣ ରୂପ ହିଁ ପ୍ରେମ, ଭଲପାଇବା ଆଉ ବିବାହର ମାପକାଠି। […]

ଅଦ୍ୟତନ ହୋଇଛି
ଭାଇରାଲ୍‌ ଫଟୋ: ଚିହ୍ନିଲେ ଦେଖି, ଇଏ କିଏ ?

h7

Advertisment

ମୁମ୍ବାଇ(ଓଡ଼ିଶା ରିପୋର୍ଟର): “ଗୋରୀ କନିଆ ଆଉ କାଳିଆ ବର। ଶୁଣିଲେ ଅବାଗିଆ ଲାଗିବ, ଆଉ ଦେଖିଲେ ନାକ ଟେକିବେ। କଥା କଥାରେ କହିବେ, ଏଡେ ସୁନ୍ଦରିଆ ଝିଅଟାକୁ ଭସେଇ ଦେଲରେ...।”

Advertisment

ଏମିତି କିଛି କେବେ ଶୁଣିଛନ୍ତି ?

ଶୁଣିଥିବେ ନିଶ୍ଚୟ । କାରଣ ଆମ ସମାଜରେ ବାହାଘର ଖୋଜିବା ବେଳେ ସମସ୍ତେ ସୁନ୍ଦରୀ କନିଆ ଆଉ ହ୍ୟାଣ୍ଡସମ୍‌ ପୁଅ ଖୋଜିବୁଲନ୍ତି। ହେଲେ ସତ କହିଲେ, ବାସ୍ତବରେ କ’ଣ ରୂପ ହିଁ ପ୍ରେମ, ଭଲପାଇବା ଆଉ ବିବାହର ମାପକାଠି। ହୁଏତ ଆପଣ ମନା କରିବେ, ହେଲେ ମନ ଭିତରେ ଟିକେ କୁଣ୍ଠା ନିଶ୍ଚୟ ଥିବ।

[caption id="attachment_277400" align="alignnone" width="750"]krushna image credit-rvcj.com[/caption]

Advertisment

ଏ କଥା ଆମେ କହିବାର ମୁଖ୍ୟ କାରଣ ହେଉଛି ସୋଶାଲ ମିଡିଆରେ ଘୂରି ବୁଲୁଥିବା ଏକ ଫଟୋ। ଆଜି ନୁହେଁ, ଢେର ଦିନ ହେବ ଏ ଫଟୋ ଭାଇରାଲ ହେଉଛି। ଆପଣଙ୍କ ନଜରରେ ବି ପଡିଥିବ ଫଟୋଟି, ଯେଉଁଥିରେ ଜଣେ ସୁନ୍ଦରୀ ଯୁବତୀଙ୍କ ସହ ଛିଡା ହୋଇଛନ୍ତି ଜଣେ କଳା ରଙ୍ଗର ପୁଅ। ଆପଣ ତାକୁ ଦେଖି ଲାଇକ୍‌ କମେଣ୍ଟ୍‌ ଶେୟାର ମଧ୍ୟ କରିଥିବେ। ଆଉ ମନଭରି ଯା ଇଚ୍ଛା ତା କେମଣ୍ଟ ମାରିଥିବେ। ଜାଣିଛନ୍ତି ସେ ଦୁହେଁ କିଏ?

ବାସ୍ତବରେ ଏ ଫଟୋଟି ହେଉଛି ଅଟ୍‌ଲି ତଥା ଅରୁଣ୍‌ କୁମାର ଓ ତାଙ୍କ ସ୍ତ୍ରୀ କୃଷ୍ଣପ୍ରିୟାଙ୍କର। ଫଟୋଟି ଭାଇରାଲ୍‌ ହେବାର କାରଣ ହେଉଛି ଅଟଲି ଦେଖିବାକୁ ପୂରା କଳା ଆଉ ଝିଅଟି ବହୁତ ସୁନ୍ଦର।

[caption id="attachment_277402" align="alignnone" width="750"]krushna-2 image credit- Bollywoodpapa[/caption]

ଅଟ୍‌ଲି ଦେଖିବାକୁ ସିନା ସୁନ୍ଦର ନୁହନ୍ତି ହେଲେ ସେ ଜଣେ ଶୃଜନଶୀଳ ବ୍ୟକ୍ତି। ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ଜଣେ ଆଗଧାଡିଆ ସେଲିବ୍ରିଟି।  ଏହି ଇଣ୍ଡଷ୍ଟ୍ରିର ସେ ପ୍ରକ୍ଷାତ ସ୍କ୍ରିନ୍‌ ପ୍ଲେ ରାଇଟର। ଯାହାଙ୍କ ପୂରା ନାଁ ଅରୁଣ୍‌ କୁମାର।

୨୦୧୩ରେ ସେ ଜଣେ ନିର୍ଦ୍ଦେଶକ ଭାବେ ଫିଲ୍ମ ‘ରାଜା ରାଣୀ’ ଜରିଆରେ ଡେବ୍ୟୁ କରିଥିଲେ। ତାଙ୍କୁ ତାଙ୍କ କାମ ପାଇଁ ଅନେକ ଥର ସମ୍ମାନିତ ମଧ୍ୟ କରାଯାଇଛି। ତାଙ୍କର ନିଜସ୍ୱ ଏକ ପ୍ରଡକ୍ସନ ହାଉସ୍‌ ମଧ୍ୟ ଅଛି। ଯାହାର ନା ହେଉଛି ଆପଲ୍‌ ପ୍ରଡକ୍ସନ ।

ଭାଇରାଲ ଫଟୋରେ ଅରୁଣ୍‌ଙ୍କ ସହ ଅଛନ୍ତି ସୁନ୍ଦରୀ ପତ୍ନୀ କୃଷ୍ଣପ୍ରିୟା।

[caption id="attachment_277403" align="alignnone" width="750"]arun2 image credit-internet[/caption]

ଜାଣି ଆଶ୍ଚର୍ଯ୍ୟ ହେବେ, ବିବାହ ପୂର୍ବରୁ ଦୁହେଁ  ୮ ବର୍ଷ ହେବ ପରସ୍ପରକୁ ଡେଟ୍‌ କରୁଥିଲେ।  ପ୍ରିୟା ସାଉଥ୍‌ର ଜଣେ ପ୍ରସିଦ୍ଧ ଟେଲି ଅଭିନେତ୍ରୀ।  ଏହା ଛଡ଼ା ସେ ସାଉଥ୍‌ର ସୁପରହିଟ୍‌ ଫିଲ୍ମ ‘ସିଙ୍ଘମ୍‌-୨’ରେ ମଧ୍ୟ ଅଭିନୟ କରିଥିଲେ।

ଆପଣ ଭାବୁଥିବେ କୃଷ୍ଣପ୍ରିୟା ଏତେ ସୁନ୍ଦର ହୋଇ ଏମିତି ଜଣେ କଳା ପୁଅକୁ କାହିଁକି ବାହାହେଲେ।

କଥାରେ ଅଛି ନା, ପ୍ରେମ ଅନ୍ଧ। କୃଷ୍ଣପ୍ରିୟା-ଅରୁଣ୍‌ଙ୍କୁ ବିବାହ କରି ଏହା ପ୍ରମାଣ କରି ଦେଖେଇଛନ୍ତି। କିନ୍ତୁ ଜାଣିଛନ୍ତି କୃଷ୍ଣପ୍ରିୟା ଅରୁଣ୍‌ଙ୍କୁ ବାହା ହେବା ପଛରେ ଆହୁରି ଏକ କାରଣ ମଧ୍ୟ ଅଛି । କୃଷ୍ଣପ୍ରିୟା ଭଗବାନ୍‌ କୃଷ୍ଣଙ୍କର ଜଣେ ବଡ଼ ଭକ୍ତ। କୃଷ୍ଣଙ୍କ ରଙ୍ଗ କଳା। ତେଣୁ  କଳା ଓ ଜଣେ ଭଲ ମଣିଷଙ୍କୁ ସେ ବିବାହ କରିଛନ୍ତି ବୋଲି କୁହନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe