banjo
ମୁମ୍ୱାଇ: ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ୍ ହୋଇଛି ୪ଟି ବଲିଉଡ୍ ଫିଲ୍କ ‘ବେଞ୍ଜୋ’, ‘ୱାହ୍ ତାଜ୍’, ‘ପାର୍ଚଡ୍’ ଓ ‘ମନମର୍ଜିୟାଁ’। ରିତେଶ ଦେଶମୁଖ ଓ ନର୍ଗିସ୍ ଫକ୍ରି ଷ୍ଟାରର୍ ମ୍ୟୁଜିକାଲ୍ ଆକସନ୍ ଡ୍ରାମା ଫିଲ୍ମ ‘ବେଞ୍ଜୋ’କୁ ରବି ଯାଦବ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ରିତେଶ ଜଣେ ରକ୍ଷ୍ଟାର୍ ଭୂମିକାରେ ଅଭିନୟ କରିଛନ୍ତି। ବିଶାଲ୍-ଶେଖର୍ ଯୋଡ଼ି ‘ବେଞ୍ଜୋ’ର ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି।
ସେହିପରି ଅଜିତ୍ ସିହ୍ନାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ୱାହ୍ ତାଜ୍’ର ଲିଡ୍ରେ ଶ୍ରେୟସ୍ ତଲ୍ପଡେ ଓ ମଞ୍ଜରୀ ଫଡନିସ୍ ଅଛନ୍ତି। ତାଜମହଲ୍କୁ ଟ୍ରାକ୍ଟରେ ବୋହି ନେଉଥିବା ଦୃଶ୍ୟ ଥିବା ଏହାର ପୋଷ୍ଟର ରିଲିଜ୍ ପୂର୍ବରୁ ଖୁବ୍ ଚର୍ଚ୍ଚିତ ହୋଇଥିଲା।
ରାଧିକା ଆପ୍ତେ ଷ୍ଟାରର୍ ବିବାଦୀୟ ଫିଲ୍ମ ‘ପାର୍ଚଡ୍’ ଆଜି ରିଲିଜ୍ ହୋଇଛି। ରାଜସ୍ଥାନର ପରମ୍ପରା ଓ ସାମାଜିକ ବ୍ୟବସ୍ଥା ଉପରେ ଆଧାରିତ ଏହି ଫିଲ୍ମ ଅନ୍ତର୍ଜାତୀୟ ସ୍ତରରେ ବହୁ ପ୍ରଶଂସା ସାଉଁଟିଛି।
ଏହାସହ ଆଜି ଆୟୁଷ୍ମାନ୍ ଖୁରାନା ଓ ଭୂମି ଷ୍ଟାରର୍ ‘ମନ୍ ମର୍ଜିୟାଁ’ ମଧ୍ୟ ରିଲିଜ୍ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/09/banjo.jpg)