/odisha-reporter/media/post_attachments/uploads/2019/04/alu.jpg)
alu
ମୁମ୍ବାଇ: ଫିଲ୍ମ ‘କଲଙ୍କ’ ରିଲିଜ୍ ହେବାର ପ୍ରଥମ ଦିନରୁ ହିଁ ବକ୍ସ ଅଫିସ୍ରେ ଭଲ ଆୟ କରିଛି। ତେବେ ରିଲିଜ୍ର ଦ୍ୱିତୀୟ ଦିନରୁ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଥିବା ବେଳେ ଏହି ଫିଲ୍ମରେ ଆଲିଆ ଭଟ୍ଟଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଉଛି। ଏ ସବୁ ଭିତରେ ଫିଲ୍ମର ଏକ ଭିତିରି କଥା ଏବେ ସାମ୍ନାକୁ ଆସିଛି।
ରିପୋର୍ଟ ମୁତାବକ, ‘କଲଙ୍କ’ରେ ଆଲିଆ ଭଟ୍ଟ ଯେଉଁ ଚରିତ୍ରରେ ଅଭିନୟ କରିଛନ୍ତି ସେ ଚରିତ୍ର ପ୍ରଥମେ ଆଉ ଜଣେ ଅଭିନେତ୍ରୀଙ୍କୁ ଅଫର କରାଯାଇଥିଲା।
ଏକ ମନୋରଞ୍ଜନ ୱେବସାଇଟ୍ ଅନୁଯାୟୀ, ନିର୍ମାତା ପ୍ରଥମେ ବରୁନ୍ଙ୍କ ବିପକ୍ଷରେ ଅଭିନୟ କରିବା ପାଇଁ ଦୀପିକା ପାଦୁକୋନ୍ଙ୍କୁ ଅଫର କରିଥିଲେ। କିନ୍ତୁ ସେ ଏଥିରେ ଅଭିନୟ କରିବାକୁ ମନା କରିଦେଇଥିଲେ। ଏହାପରେ ସେହି ଚରିତ୍ର ପାଇଁ ଆଲିଆ ଭଟ୍ଟଙ୍କୁ ଆପ୍ରୋଚ କରାଯାଇଥିଲା। ଆଲିଆ ଏଥିରେ ରାଜି ହୋଇଥିଲେ। ଆଉ ସେହି ଚରିତ୍ରରେ ଖୁବ୍ ଜବରଦସ୍ତ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ।
ଆଲିଆଙ୍କ ଅଭିନୟକୁ ଦର୍ଶକ ଖୁବ୍ ପ୍ରଶଂସା କରିବା ସହ ତାଙ୍କୁ ଚାରିଆଡ଼ୁ ସାବାସି ମିଳୁଛି। କିନ୍ତୁ ଦୀପିକା ପାଦୁକୋନ୍ ଫିଲ୍ମର ଅଫରକୁ କାହିଁକି ଅସ୍ୱୀକାର କଲେ ସେ ବିଷୟରେ କିଛି ଜଣା ପଡ଼ିନାହିଁ। ଯଦି ଦୀପିକା ଏଥିରେ ଅଭିନୟ କରିବାକୁ ରାଜି ହୋଇଥାନ୍ତେ ତେବେ ଦର୍ଶକ ପ୍ରଥମ ଥର ଦୀପିକା ଓ ବରୁନ୍ ଧୱନ୍ଙ୍କ ଯୋଡ଼ି ପରଦାରେ ଦେଖିଥାନ୍ତେ।
କାମ କଥା କହିଲେ ଏବେ ଦୀପିକା ପାଦୁକେନ୍ ମେଘନା ଗୁଲଜାରଙ୍କ ଫିଲ୍ମ ‘ଛପାକ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଯେଉଁଥିରେ ସେ ଏକ ଏସିଡ୍ ପିଡ଼ୀତାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
