Advertisment

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘କଲଙ୍କ’, ସେଲିବ୍ରିଟିମାନେ ଦେଲେ ଏମିତି ରିଭ୍ୟୁ

ମୁମ୍ବାଇ: ଆଜି ରିଲିଜ ହେଲା କରନ୍‌ ଜୋହରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କଲଙ୍କ’। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ମଲ୍ଟି ଷ୍ଟାରର ଫିଲ୍ମରେ ବରୁନ୍‌ ଧୱନ, ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷୀତ୍‌ ଓ ଆଦିତ୍ୟ ରୟ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ପିରିୟଡ ଡ୍ରାମା ଫିଲ୍ମ। ଏହି ଫିଲ୍ମକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଛି। Twitter doesn’t allow […]

ଅଦ୍ୟତନ ହୋଇଛି
ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘କଲଙ୍କ’, ସେଲିବ୍ରିଟିମାନେ ଦେଲେ ଏମିତି ରିଭ୍ୟୁ

kalanak

Advertisment

ମୁମ୍ବାଇ: ଆଜି ରିଲିଜ ହେଲା କରନ୍‌ ଜୋହରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କଲଙ୍କ’। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ମଲ୍ଟି ଷ୍ଟାରର ଫିଲ୍ମରେ ବରୁନ୍‌ ଧୱନ, ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷୀତ୍‌ ଓ ଆଦିତ୍ୟ ରୟ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ପିରିୟଡ ଡ୍ରାମା ଫିଲ୍ମ। ଏହି ଫିଲ୍ମକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଛି।

Advertisment
Advertisment

ଅନେକ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଫିଲ୍ମ ଦେଖିବା ପରେ ତାଙ୍କୁ ଏହି ଫିଲ୍ମ ଖୁବ୍‌ ଭଲ ଲାଗିବା କଥା ସୋଶାଲ୍‌ ମିଡିଆରେ ସୂଚନା ଦେଇଛନ୍ତି।
ଫିଲ୍ମ ନିର୍ମାତା ମିଲାପ ଏହି ଫିଲ୍ମର ଖୁବ୍‌ ପ୍ରଶଂସା କରି ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି, ‘କଲଙ୍କ’ର କହାଣୀ ଖୁବ୍‌ ସୁନ୍ଦର। ନିର୍ଦ୍ଦେଶକ ଅଭିଷେକ ବର୍ମନ୍‌ ଖୁବ୍‌ ଭଲ କାମ କରିଛନ୍ତି। ବରୁନ୍‌ ଧୱନ୍‌ ଏକ୍ସଟ୍ରା ଅଡିନାରୀ। ସେ ପୂରା  ଫାଷ୍ଟକ୍ଲାସ୍‌ କାମ କରିଛନ୍ତି। ଆଲିଆ ମଧ୍ୟ ଖୁବ୍‌ ସୁନ୍ଦର କାମ କରିଛନ୍ତି। ଆଦିତ୍ୟ ଜଣେ ପ୍ରତିଭାଶାଳୀ ଅଭିନେତା। ସୋନାକ୍ଷୀ ଏଥିରେ ସମସ୍ତଙ୍କ ମନ କିଣି ନେଇଛନ୍ତି। କରନ୍‌ ଜୋହର, ସାଜିଦ୍‌ ଭାଇ, ଫକ୍ସ ଷ୍ଟାର ଷ୍ଟୁଡିଓ ଖୁବ୍‌ ଜବରଦସ୍ତ ପ୍ରଯୋଜକ।’

ଆହୁରି ଅନେକ ସେଲିବ୍ରିଟି ଏହି ଫିଲ୍ମର ଖୁବ୍‌ ପ୍ରଶଂସା କରିଛନ୍ତି।

publive-imageଏହି ଫିଲ୍ମ ଦେଖିବାପରେ ଦର୍ଶକଙ୍କର ମଧ୍ୟ ଖୁବ୍‌ ଭଲ ରେସ୍‌ପନ୍ସ ମିଳିଛି। ଜଣେ ୟୁଜର ଲେଖିଛନ୍ତି, ‘‘କଲଙ୍କ’ ମ୍ୟାଜିକାଲ୍‌। ଆଲିଆ ଆପଣ ଅଦ୍ଭୁଦ ଅଭିନେତ୍ରୀ। ବରୁନ୍‌ ଧୱନ୍‌, ଆପଣ ଜଫର ଚରିତ୍ରପାଇଁ କେତେ ଝାଳ ଓ ରକ୍ତ ବୁହାଇଛନ୍ତି ତାହା ପରଦାରେ ପ୍ରତିଫଳିତ ହେଉଛି। ଆପଣ ଆଉଟ ଷ୍ଟାଣ୍ଡିଂ। ଆଦିତ୍ୟ ଓ କୁନାଲ୍‌ ଖେମୁ ମଧ୍ୟ ଭଲ କାମ କରିଛନ୍ତି।’

https://twitter.com/UmairFilms/status/1118107803204374528

ସୂଚନା ଯୋଗ୍ୟ ଯେ, ଫିଲ୍ମମେକର କରନ୍‌ ଜୋହରଙ୍କ ବାପା ୟଶ୍‌ ଜୋହର ‘କଲଙ୍କ’ ତିଆରି କରିବାକୁ ଚାହୁଁଥିଲେ। କିନ୍ତୁ କୌଣସି କାରଣରୁ ଫିଲ୍ମଟି ତିଆରି ହୋଇପାରି ନଥିଲା। ୧୫ ବର୍ଷ ପରେ କରନ୍‌ ନିଜ ବାପାଙ୍କ ଡ୍ରିମ୍‌ ପ୍ରୋଜେକ୍ଟକୁ ପୁରା କଲେ। ପ୍ରଥମ ଦିନରେ ଫିଲ୍ମ ୨୩ କୋଟି ଆୟ କରିବାର ଅନୁମାନ୍‌ କରାଯାଉଛି। ଏହାର ବଜେଟ୍‌ ୮୫ କୋଟି ବୋଲି କୁହାଯାଉଛି। ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ବର୍ମନ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe