film-padmabati
ମୁମ୍ବାଇ: ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତୀ’ର ସୁଟିଂ ଆରମ୍ଭରୁ ବିବାଦ ଦେଖା ଦେଇଛି। ଗୁଜରାଟ ଓ ରାଜସ୍ଥାନରେ ଏହାକୁ ବିରୋଧ କରାଯାଇଛି। ହାର୍ଦ୍ଦିକ ପଟେଲଙ୍କ ପାଟିଦାର ନବ ନିର୍ମାଣ ସେନା ଓ ରାଜସ୍ଥାନର ରାଜପୁତ କରଣୀ ସେନା ଫିଲ୍ମକୁ ତୀବ୍ର ବିରୋଧ କରିଛନ୍ତି। ଏପରିକି ରାଜସ୍ଥାନରେ ଏହି ଫିଲ୍ମର ସୁଟିଂ କରାଇ ନ ଦେବକୁ ରାଜପୁତ କରଣୀ ସେନା ଚେତାବନୀ ଦେଇଛି।
କାହାଣୀରେ ସତ୍ୟତାକୁ ଗୁରୁତ୍ୱ ଦେବାକୁ ହାର୍ଦ୍ଦିକ ନିର୍ଦ୍ଦେଶକ ଭଂଶାଲୀକୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ସେ ଚିଠିରେ ଦର୍ଶାଇଛନ୍ତି,“ଏହା ଇତିହାସ ଉପରେ ପର୍ଯ୍ୟବେସିତ ହୋଇଥିବାରୁ ଫିଲ୍ମରେ ସତ୍ୟତାକୁ ଗୁରୁତ୍ୱ ଦିଆ ନ ଗଲେ ଲୋକମାନଙ୍କ ଭାବନାରେ ଶକ୍ତ ଧକ୍କା ଲାଗିବ। ଭଂଶାଲୀ କାହାଣୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଲିଖିତ ଭାବେ ନ ଜଣାଇବା ପର୍ଯ୍ୟନ୍ତ ଗୁଜରାଟରେ ଏହାର ସୁଟିଂ କରାଇ ଦିଆଯିବ ନାହିଁ। ଯଦି କାହାଣୀରେ କିଛି ପରିବର୍ତ୍ତନ କରାଯାଏ ତେବେ ଏହାକୁ ଦେଶର କୌଣସି ସିନେମା ହଲ୍ରେ ରିଲିଜ ହେବାକୁ ମଧ୍ୟ ଦିଆଯିବ ନାହିଁ।”
‘ପଦ୍ମାବତୀ’ରେ ଦିପୀକା ପାଦୁକୋନ ପଦ୍ମାବତୀ, ଶାହିଦ୍ କପୁର ଚିତ୍ତୋର ରାଜା ରତନସେନା ଏବଂ ରଣବୀର ସିଂହ ଆଲ୍ଲାଉଦ୍ଦିନ ଖିଲଜୀ ଭୂମିକାରେ ନଜରକୁ ଆସିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/09/film-padmabati-1.jpg)